ସରକାର ଘୋଷଣା କଲା ତାଲିବାନ୍‌

କାବୁଲ,୭।୯: ଆତଙ୍କବାଦୀ ଗୋଷ୍ଠୀ ତାଲିବାନ୍‌ ଏହାର ବରିଷ୍ଠ ଅଧିକାରୀଙ୍କୁ ନେଇ ମଙ୍ଗଳବାର ଆଫଗାନିସ୍ତାନ ସରକାର ଗଠନ କରିଛି। ତାଲିବାନ୍‌ର ନେତୃତ୍ୱ ପରିଷଦ ମୁଖ୍ୟ ମୁଲା ମହମ୍ମଦ ହାସନଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ତାଲିବାନ୍‌ ପ୍ରବକ୍ତା ଜାବିଉଲା ମୁଜାହିଦ। ଏହି ଆତଙ୍କବାଦୀ ଗୋଷ୍ଠୀର ସହ ପ୍ରତିଷ୍ଠାତା ମୁଲା ଅବଦୁଲା ବରାଦର ଉପ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବେ। ସେହିଭଳି ତାଲିବାନ୍‌ର ସହଯୋଗୀ ହକ୍କାନୀ ନେଟ୍‌ଓ୍ବର୍କ ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀଙ୍କୁ ଗୃହ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି।

ତେବେ ଏହି ସରକାର ପାଇଁ ତାଲିବାନ୍‌ ସହ ଆମେରିକାର ସମ୍ପର୍କ ଜଟିଳ ହୋଇପାରେ। କାରଣ ଆତଙ୍କବାଦୀ ଗୋଷ୍ଠୀ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଲିବାନ୍‌କୁ ଅନୁରୋଧ କରିଥିଲେ।

Share