ମହିଳାଙ୍କ ଡ୍ରାଇଭିଂ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୫।୫:ଆଫଗାନିସ୍ତାନରେ ତାଲିବାନୀ ଶାସନ ପରେ ସବୁଠାରୁ ଅଧିକ କ୍ଷତି ମହିଳାମାନେ ସହୁଛନ୍ତି। ମହିଳାଙ୍କ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ସେମାନଙ୍କ ବିରୋଧରେ ଆଉ ଏକ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଆଫଗାନିସ୍ତାନର ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ। ତାଲିବାନ ଶାସନର ଆଗମନ ପୂର୍ବରୁ କାବୁଲ ସମେତ ଆଫଗାନିସ୍ତାନର ଅନେକ ବଡ ସହରରେ ମହିଳାମାନେ ଗାଡି ଚଳାଉଥିବାର ଦେଖାଯାଉଥିଲା। କିନ୍ତୁ ତାଲିବାନ ଶାସନରେ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତେବେ ତାଲିବାନର ନୂତନ ଆଦେଶ ଏଭଳିି ଏକ ସମୟରେ ଆସିଛି ଯେତେବେଳେ ସମଗ୍ର ଦେଶ ଏକ ଦୁଃସ୍ଥିତିର ସମ୍ମୁଖୀନ ହେଉଛି। ଏହି ସମୟରେ ଆଫଗାନିସ୍ତାନରେ ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ଦେଖାଦେଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନର ଅଶ୍ରଫ ଘାନି ସରକାରକୁ ହଟାଇଦେବା ପରେ ନିଜ ସରକାର ଗଠନ କରିଥିଲା।

 

Share