ଇଣ୍ଟରନେଟ୍‌ ବନ୍ଦ କଲା ତାଲିବାନ୍‌

କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍‌ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍‌ ପଞ୍ଜଶିର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି।

ବର୍ତ୍ତମାନ ସୁଦ୍ଧା ତାଲିବାନ୍‌ ଦଖଲ କରିପାରି ନ ଥିବା ଆଫଗାନିସ୍ତାନର ଏହି ଉପତ୍ୟକାରେ ବିିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ତାଲିବାନ୍‌ ବିରୋଧରେ ଲଢ଼େଇ ପାଇଁ ସାଲେହଙ୍କ ସମେତ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହ ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ ବଳ ଗୋଟାଇବାରେ ଲାଗିଛନ୍ତି। ଆଫଗାନିସ୍ତାନ ସେନାର ଆତ୍ମସମର୍ପଣ ସହ ଗତ ୧୫ ତାରିଖରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶ ଛାଡ଼ି ପଳାଇଥିଲେ। ପରେ ସାଲେହ ସମ୍ବିଧାନ ଅନୁସାରେ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି।

Share