ତାଲିବାନ ତା’ର ଇତିହାସ ଦୋହରାଇବ ନାହିଁ: ଚାଇନା

ବେଜିଂ,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ପାକିସ୍ତାନ ଓ ଚାଇନା ଏହି ଗୋଷ୍ଠୀକୁ ସମର୍ଥନ ଦେଇଆସୁଛନ୍ତି। ଏପରି କି ଚାଇନା ମୁହଁରେ ତାଲିବାନ୍‌ ପ୍ରଶଂସାର ପାତ୍ର ପାଲଟିଛି। ତାଲିବାନ୍‌ ପୂର୍ବାପେକ୍ଷା ଅଧିକ ସ୍ପଷ୍ଟ ଏବଂ ଯୁକ୍ତିସଙ୍ଗତ ଲାଗୁଛି ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‌ ଗୁରୁବାର କହିଛନ୍ତି। ଏହି ଗୋଷ୍ଠୀ ସହ ବେଜିଂ ଆଲୋଚନା କରୁଛି ଏବଂ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ସେମାନଙ୍କ କାର୍ଯ୍ୟ ଉପରେ ବିଚାର କରିବାକୁ ପରାମର୍ଶ ଦେଇଛି। ତାଲିବାନ ନିଜ ପ୍ରତିଶ୍ରୁତି ରଖିବ ଓ ଏହାର ପୁରୁଣା ଇତିହାସକୁ ଦୋହରାଇବ ନାହିଁ ବୋଲି ଆଶା ଥିବା ଚୁନିଙ୍ଗ୍‌ କହିଛନ୍ତି।

Share