ତାଲିବାନ୍‌ ଶାସନରେ ଶିଶୁ ମୃତ୍ୟୁ ହାର ବଢୁଛି, ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୭।୧୧: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବାପରେ ଦେଶର ଶିଶୁମାନେ ଅବହେଳିତ ହେବାରେ ଲାଗିଛନ୍ତି। ଲଗାତାର ହିଂସା ଯୋଗୁ ୨୦୨୧ର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ ଅତି କମରେ ୪୬୦ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିତ ଜାତିସଂଘର ଚିଲଡ୍ରେନ୍ସ୍‌ ଫଣ୍ଡ (ୟୁନିସେଫ) ପକ୍ଷରୁ ଏହାର ସଦ୍ୟତମ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ନଭେମ୍ବର ୪ରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ୪ ଜଣ ବାଳିକା ଏବଂ ୨ ବାଳକ ସମେତ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ହତ୍ୟା ବିଷୟରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଏହି ବିସ୍ଫୋରଣରେ ଅନ୍ୟ ତିନି ଜଣ ଶିଶୁ ମଧ୍ୟ ଆହତ ହୋଇଥିବା ରିପୋର୍ଟରେ କୁହାଯାଇଛି।

ଗତ ଚାରି ଦଶନ୍ଧି ଧରି ଚାଲିଥିବା ବିବାଦ ଆଫଗାନିସ୍ତାନର ହଜାର ହଜାର ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ନାଙ୍ଗରହାରରେ ଯୁଦ୍ଧ ସମୟରେ ଗୋଡ ହରାଇଥିବା ହିବତୁଲ୍ଲା ନାମକ ଜଣେ ୬ ବର୍ଷର ବାଳକ କହିଛନ୍ତି ଯେ ସେ ବର୍ତ୍ତମାନ ଏକ ପ୍ରୋଥେଟିକ ଗୋଡ ଉପରେ ନିର୍ଭରଶୀଳ। ହେବତୁଲ୍ଲାଙ୍କ ପିତା ଅବଦୁଲ୍ଲା କହିଛନ୍ତି, ନଙ୍ଗରହରରେ ସଂଘର୍ଷରେ ମୋ ପୁଅକୁ ଗୁଳି କରାଯାଇଥିଲା। ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କ ଗୋଡ କାଟି ଦିଆଯାଇଥିଲା। ପରିବାର ହତାଶ ହୋଇପଡିଛନ୍ତି ବୋଲି ସେ କହିଥିଲେ। ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପୁଅ ବର୍ତ୍ତମାନ ରେଡ କ୍ରସ ଦ୍ୱାରା ଚିକିତ୍ସିତ ହେଉଛନ୍ତି ଏବଂ ସେମାନେ ତାଙ୍କ ପାଇଁ ଏକ ପ୍ରୋଥେଟିକ ଗୋଡ ତିଆରି କରିଛନ୍ତି।

ନାଙ୍ଗରହାରରେ ରହୁଥିବା ଥେରାପିଷ୍ଟ ମହମ୍ମଦ ଫହିମ କହିଛନ୍ତି ଯେ ପ୍ରତିଦିନ ତାଙ୍କ ନିକଟକୁ ଅଣାଯାଉଥିବା ୧୫ଜଣଙ୍କ ମଧ୍ୟରୁ ୧୦ ଜଣ ମସ୍ତିଷ୍କ ଫ୍ରିଜରେ ସମସ୍ୟାରେ ପୀଡିତ। ଏଭଳି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ଏବଂ ଏଭଳି ଘଟଣା ପାଇଁ ସେ ଗୃହଯୁଦ୍ଧକୁ ଦାୟୀ କରଛନ୍ତି।

ଆଫଗାନିସ୍ତାନ ପିଲାଙ୍କ ଅବସ୍ଥାକୁ ନେଇ ୟୁନିସେଫ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ୟୁନିସେଫର ଯୋଗାଯୋଗ ମୁଖ୍ୟ ସାମନ୍ଥା ମୋର୍ଟ କହିଛନ୍ତି, ଚଳିତ ବର୍ଷ ବିସ୍ଫୋରଣ ଦ୍ୱାରା ନିହତ ଶିଶୁଙ୍କ ସଂଖ୍ୟାକୁ ନେଇ ଆମେ ମଧ୍ୟ ଚିନ୍ତିତ। ୟୁନିସେଫ ଅନୁଯାୟୀ ଆଫଗାନିସ୍ତାନର ପିଲାମାନେ ବର୍ଷ ବର୍ଷ ଧରି ଦାରିଦ୍ର୍ୟ ତଥା ପୁଷ୍ଟିହୀନତା ଯୋଗୁ ହନ୍ତସନ୍ତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri