Categories: ଜାତୀୟ

କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ଜେଲରୁ ମୁକୁଳାଇଲା ତାଲିବାନ, ସୁରକ୍ଷା ଏଜେନ୍ସି ଆଲର୍ଟ

ନୂଆଦିଲ୍ଲୀ,୨୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ସୁରକ୍ଷା ଚିନ୍ତା ବଢି ଯାଇଛି । ଆମେରିକା ସେନା ଫେରିଯିବା ପରେ ତାଲିବାନ ଜେଲରେ ଥିବା କଏଦୀଙ୍କୁ ମୁକୁଳାଇ ଦେଉଛି । ଏମାନଙ୍କ ମଧ୍ୟରେ ବହୁ ଆତଙ୍କବାଦୀ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନ ଜେଲରେ ଥିବା କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ତାଲିବାନ ମୁକ୍ତ କରିଦେଇଛି । ଏହାପରେ ଭାରତୀୟ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଏଜାଜଙ୍କୁ କୁଖ୍ୟାତ ଆତଙ୍କବାଦୀ କୁହାଯାଉଥିବା ବେଳେ ସେ ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷା ଏଜେନ୍ସି ବିରୋଧରେ ଲଢିବା ସହ ବହୁ ଆତଙ୍କବାଦୀ ଘଟଣାରେ ସାମିଲ ଥିଲେ । ଏଜାଜ ପିଓକେ ବାସିନ୍ଦା ହୋଇଥିବା ବେଳେ ମଝିରେ ମଝିରେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ସହ କଶ୍ମୀରର ସ୍ୱାଧିତା ପାଇଁ ଲଢି ଆସୁଥିଲେ । ସେ ଆଇଏସ୍‌କେପିର ଆତଙ୍କବାଦୀ ।

Share