ଅମିତାଭଙ୍କୁ ପ୍ରଶଂସା କଲା ତାଲିବାନ, ସୋସିଆଲ ମିଡିଆରେ ଲେଖିଲା ଏମିତି…

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଅମିତାଭ ବଚ୍ଚନଙ୍କର ବିଦେଶରେ ମଧ୍ୟରେ ଅନେକ ପ୍ରଶଂସକ ରହିଛନ୍ତି। ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଅମିତାଭଙ୍କ ପାଇଁ ଭାରତୀୟ ପ୍ରଶଂସକଙ୍କ ଭଳି ସମାନ କ୍ରେଜ୍‌ ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣନ୍ତି କି ଆମ ତୁମ ପରି ତାଲିବାନ ମଧ୍ୟ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ। ଆପଣ ଏହା ଶୁଣିବା ପରେ ଟିକେ ଅଜବ ଅନୁଭବ କରୁଛନ୍ତି, ତେବେ ପୂରା ବିଷୟ ପଢ଼ିଲେ ଜାଣିପାରିବେ।

ନିକଟରେ ତାଲିବାନ ଜନସମ୍ପର୍କ ବିଭାଗ ଏହାର ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ଅଭିନେତାଙ୍କୁ ପ୍ରଶଂସା କରି ଏକ ପୋଷ୍ଟ କରିଥିଲା। ତାଲିବାନ ତା’ ପୋଷ୍ଟରେ ଅମିତାଭ ବଚ୍ଚନଙ୍କ ଅଭିନୟ ଏବଂ ବ୍ୟକ୍ତିତ୍ୱର ପ୍ରଶଂସା କରିଛି। ଏଥିସହ ଏହି ପୋଷ୍ଟରେ ଦାବି କରାଯାଇଛି ଯେ, ୧୯୮୦ରେ ଅମିତାଭଙ୍କୁ ଆଫଗାନିସ୍ତାନ ନାଗରିକତ୍ୱ ପ୍ରଦାନ କରାଯାଇଥିଲା।

ତାଲିବାନର ଜନସମ୍ପର୍କ ବିଭାଗ ଏହାର ଏକ୍ସ ହ୍ୟାଣ୍ଡେଲରେ ଲେଖିଛି, ଅମିତାଭ ବଚ୍ଚନ ଜଣେ ଭାରତୀୟ ଅଭିନେତା ତଥା ଉତ୍ତମ ବ୍ୟକ୍ତି। ଆଫଗାନିସ୍ତାନରେ ତାଙ୍କୁ ପସନ୍ଦ କରନ୍ତି। ଖୁବ୍‌ କମ ଲୋକ ଜାଣନ୍ତି ଯେ, ସେ ଜଣେ ସମ୍ମାନିତ ଆଫଗାନିସ୍ତାନ ନାଗରିକ। ୧୯୮୦ ଦଶକରେ ଯେତେବେଳେ ସେ ଆମର ଗୌରବମୟ ଦେଶ ଗସ୍ତ କରିଥିଲେ, ରାଷ୍ଟ୍ରପତି ନଜିବୁଲ୍ଲା ତାଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରିଥିଲେ।

ଏହି ପୋଷ୍ଟ ପରଠାରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ପ୍ରଶଂସକମାନେ ଏହି ପୋଷ୍ଟରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ପ୍ରଶଂସକ ତାଲିବାନର ଏହି ଆକାଉଣ୍ଟକୁ ନକଲି ବୋଲି କହିଥିବା ବେଳେ ଅନେକ ପ୍ରଶଂସକ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ତେବେ ଅମିତାଭ ବଚ୍ଚନ, ଯିଏକି ନିଜ ଟୁଇଟ୍‌ ଏବଂ ପୋଷ୍ଟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Share