ତାଲିବାନ ନୀତି ଉପରେ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ରିପୋର୍ଟ, କୁହାଯାଇଛି ମହିଳାଙ୍କ ପ୍ରତି ହୋଇଛି ଭେଦଭାବପୂର୍ଣ୍ଣ ରଣନୀତି

କାବୁଲ,୨୮।୫: ତାଲିବାନର କଟ୍ଟର ପ୍ରଶାସନ ଆଫଗାନିସ୍ତାନରେ ନିଜର ଶାସନ ଜରିଆରେ ଲଗାତାର ମହିଳାଙ୍କ ଅଧିକାରର ଉଲ୍ଲଂଘନ କରି ଚାଲିଛି। ଏହାକୁ ନେଇ କିଛି ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଓ ମାନବାଧିକାର ସଂସ୍ଥା ଦେଶର ଲିଙ୍ଗ ଭିତ୍ତିକ ନୀତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ଆଫଗାନିସ୍ତାନରେ ତାଲିବାନ ନିୟନ୍ତ୍ରଣରେ ଥିବା ଏମନେଷ୍ଟି ଇଣ୍ଟରନ୍ୟାସନାଲ ଅନେକ ଘଟଣାକୁ ଦର୍ଶାଇଛି, ଯାହା ଲିଙ୍ଗ ଭିତ୍ତିକ ତଥା ଭେଦଭାବପୂର୍ଣ୍ଣ ରଣନୀତିକୁ ପ୍ରଦର୍ଶନ କରୁଛି। ତାଲିବାନ ଦ୍ୱାରା ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରର ଏହା ହେଉଛି ସଦ୍ୟତମ ରିପୋର୍ଟ।

ଏମନେଷ୍ଟିର ଉଲ୍ଲେଖ କରି ଖାମା ପ୍ରେସ ରିପୋର୍ଟ କରିଛି ଯେ ଆଫଗାନିସ୍ତାନ ମହିଳାମାନଙ୍କୁ ଚୁପ କରାଯାଇଛି ଏବଂ ଏମାନେ ଶୀଘ୍ର ଅଦୃଶ୍ୟ ହୋଇପାରନ୍ତି। ତାଲିବାନର କାର୍ଯ୍ୟକଳାପ ଗୋଷ୍ଠୀର ଭେଦଭାବକାରୀ ଉଦ୍ଦେଶ୍ୟକୁ ପ୍ରତିଫଳିତ କରିଥାଏ ଯେପରିକି ସମସ୍ତ କ୍ଷେତ୍ରରୁ ମହିଳା ଏବଂ ବାଳିକାଙ୍କୁ ବାଦ ଦେବା।
ଏମନେଷ୍ଟ ଇଣ୍ଟରନ୍ୟାସନାଲର ଅନୁସନ୍ଧାନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ମହିଳା ଏବଂ ବାଳିକାଙ୍କ ଉପରେ ତାଲିବାନର କଡା ପ୍ରତିବନ୍ଧକ ଅନେକ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି, ଯେପରିକି ନାଗରିକ ତଥା ରାଜନୈତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିନାମା, ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିନାମା ଏବଂ ଶିଶୁ ଅଧିକାର ସମ୍ମିଳନୀ ଅନ୍ତର୍ଭୁକ୍ତ ।

Share