ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!

ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍ଟର ବି ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକା ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବଡ ବିନାଶର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକା ସାଂସଦ ଜିମ ବ୍ୟାଙ୍କସ୍ ଏମିତି ଖାମଖିଆଲି ନୀତି ଯୋଗୁ ଆମେରିକାର ଜୋ ବାଇଡେନ ସରକାରଙ୍କୁ ସମାଲୋଚନା କରିଛନ୍ତି । ବ୍ୟାଙ୍କସ୍ ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଏବେ ତାଲିବନ ପାଖରେ ଏତେ ପରିମାଣରେ ବ୍ଲାକ ହଙ୍କ ହେଲିକପ୍ଟର ରହିଛି ଯାହା ବିଶ୍ୱର ପ୍ରାୟ ୮୫ ପ୍ରତିଶତ ଦେଶ ନିକଟରେ ନାହିଁ । ଆମେରିକା ସେନା ଓ ନୌସେନା ଦ୍ୱାରା ବ୍ୟବହାର କରାଯାଉଥିବା ବ୍ଲାକ ହଙ୍କ ହେଲିକପ୍ଟର ବିଶ୍ୱର ସବୁଠାରୁ ଭଲ ହେଲିକପ୍ଟର ବୋଲି କୁହାଯାଏ । ସାଂସଦ ଜିମ ବ୍ୟାଙ୍କସ୍ କହିଛନ୍ତି, ତାଲିବାନ ହାତରେ ଏବେ ଆମେରିକାର ମିଲେଟ୍ରି ଉପକରଣର ୮୫ ବିଲିୟନ ଡଲାରରୁ ଅଧିକ ସମ୍ପତି ରହିଛି । ଏଥିରେ ୭୫ ହଜାର ଗାଡି, ୨୦୦ରୁ ଅଧିକ ଏରୋପ୍ଲେନ ଓ ହେଲିକପ୍ଟର, ୬ ଲକ୍ଷ ସ୍ମଲ ଓ ଲାଇଟ୍ ଆର୍ମ ୱିପନ । କେବଳ ଏତିକି ନୁହେଁ ଏବେ ତାଲିବାନ ନିକଟରେ ନାଇଟ୍ ଭିଜନ ଗଗଲ୍‌ସ, ମେଡିକାଲ ଉପକରଣ ବି ରହିଛି । ସବୁଠାରୁ ଦୁଃଖର କଥା ହେଲା ତାଲିବାନ ନିକଟରେ ଏବେ ବାୟୋମେଟ୍ରିକ ଉପକରଣ ରହିଛି । ଏଥିରେ ଫିଙ୍ଗର ପ୍ରିଣ୍ଟ, ଆଇ ସ୍କାନ ଓ ବାୟୋଗ୍ରାଫିକାଲ ତଥ୍ୟ ରହିଛି । ଏହି ତଥ୍ୟ ସେହି ଆଫଗାନ ଲୋକଙ୍କର ଯେଉଁମାନେ ୨୦ ବର୍ଷ ହେବ ଆମେରିକାକୁ ସାହାଯ୍ୟ କରି ଆସୁଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇଡେନ ପ୍ରଶାସନ ନିକଟରେ କୌଣସି ପ୍ଲାନ ନାହିଁ କେମିତି ଏହି ସମ୍ପତିକୁ ହାସଲ କରାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri