ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି କି ଆତଙ୍କବାଦୀମାନେ ଆମେରିକାର ଜଣେ ସାହାଯ୍ୟକାରୀଙ୍କୁ ହେଲିକପ୍ଟରେ ଲଟକାଇ ମାରିବା ସହ ତାଙ୍କର ମୃତ ଦେହକୁ ସହର ସାରା ବୁଲାଇଥିଲେ । ମାସ ମାସ ଧରି ହିଂସାର ବାତାବରଣ ଲାଗି ରହିବା ପରେ ପାଖାପାଖି ୨୦ ବର୍ଷ ପରେ ଆଫଗାନ ମାଟିରେ ଏବେ ରାଜ୍ କରିଛି ତାଲିବାନ । ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓରେ ବ୍ୟବହାର ହୋଇଥିବା ହେଲିକପ୍ଟରଟି କୁଆଡେ ଆମେରିକାର । ଦାବି କରାଯାଉଛି କି ଏହି ଭିଡିଓଟି ଆଫଗାନିସ୍ତାନର । ଏଥିରେ ଆମେରିକାର ବ୍ଲାକହଙ୍କ ହେଲିକପ୍ଟର ଉଡୁଥିବା ଦେଖାଯାଉଛି । ଯେଉଁଥିରେ ରଶିରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖାଯାଇଛି । ଏହାକୁ କେହି ଜଣେ ଖବରଦାତା ଅବା ମିଡିଆ କର୍ମୀ ଶେୟାର କରିଥିବା କୁହାଯାଉଛି । ଏଥିପାଇଁ ଅନେକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି । ତେବେ ହେଲିକପ୍ଟରରେ ଝୁଲୁଥିବା ବ୍ୟକ୍ତି ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ କିଛି ଗଣମାଧ୍ୟମ ଏହା ଜଣେ ମୃତ ବ୍ୟକ୍ତିଙ୍କ ଶରୀର ବୋଲି କହୁଛନ୍ତି । ଯାହାଙ୍କୁ ତାଲିବାନ ହତ୍ୟା କରିଛି ।

Share