ସରକାର ଗଠନ ପାଇଁ ଆଉ ଦିନେ ଦୁଇଦିନ ସମୟ ନେବ ତାଲିବାନ

କାବୁଲ,୩ ।୯: ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ସେଠାରେ ଶୁକ୍ରବାର ସରକାର ଗଠନ କରିବ ବୋଲି ଜଣାପଡିଥିଲା । ହେଲେ ଏବେ ବିଶେଷ ସୂତ୍ରରୁ ସୂଚନା ମିଳିଛି କି ସେଠାରେ ତାଲିବାନ ସରକାର ଗଠନ କରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିପାରେ । ଇରାନ ଭଳି ତାଲିବାନ କାବୁଲରେ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତ ହୋଇ ଗଲାଣି । ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ହେବତୁଲ୍ଲା ଅଖୁଂଦଜାଦାଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା ଆସନରେ ବସାଯିବ । ନୂଆ ସରକାରରେ ୬୦ ବର୍ଷିୟ ମୁଲ୍ଲା ତାଲିବାନ ସରକାରଙ୍କ ସର୍ବୋଚ୍ଚ ନେତା ହେବେ । ଇରାନ ନେତୃତ୍ୱରେ ଏହି ବ୍ୟବସ୍ଥା କରାଯିବ । ଯେଉଁଠାରେ ସର୍ବୋଚ୍ଚ ନେତା ଦେଶର ସର୍ବବୃହତ୍ତ ରାଜନୈତିକ ଏବଂ ଧାର୍ମିକ ଅଧିକାରୀ ହେବେ । ତାଙ୍କର ସ୍ଥିତି ରାଷ୍ଟ୍ରପତିଙ୍କଠାରୁ ଅଧିକ ଏବଂ ସେ ସେନା, ସରକାର ଓ ନ୍ୟାୟିକ ବ୍ୟବସ୍ଥାର ମୁଖ୍ୟମାନଙ୍କୁ ନିଯୁକ୍ତ କରନ୍ତି । ଦେଶର ରାଜନୈତିକ, ଧାର୍ମିକ ଓ ସାମରିକ କାର୍ଯ୍ୟରେ ଏହି ସର୍ବୋଚ୍ଚ ନେତାଙ୍କ ନିଷ୍ପତ୍ତି ଚୁଡାନ୍ତ ବୋଲି ଧରାଯାଏ ।

Share