ତାଲିବାନ୍‌, ଚାଇନା ଆଲୋଚନା

କାବୁଲ/ବେଜିଂ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିଥିଲା, ଯଦିଓ ସମ୍ପୂର୍ଣ୍ଣ ସେନା ଅପସାରଣକୁ ୨ ସପ୍ତାହ ବାକି ଥିଲା। ଇତିମଧ୍ୟରେ ବିଜୁଳି ବେଗରେ ବଦଳିବାରେ ଲାଗିଛି ଆଫଗାନିସ୍ତାନ ଘଟଣାକ୍ରମ। ବିଦେଶୀ ସୈନ୍ୟଙ୍କ ତ୍ୱରିତ ପ୍ରତ୍ୟାବର୍ତ୍ତନ ସହ ତାଲିବାନର ଶକ୍ତି ବୃଦ୍ଧି ଅଭାବନୀୟ ସ୍ଥିତି ଉପୁଜାଇଛି। ଅନେକ ସ୍ଥାନରେ ତତ୍ପର ହୋଇଉଠିଛନ୍ତି ସଶସ୍ତ୍ର ଜେହାଦୀ। ସାମ୍ପ୍ରତିକ ସ୍ଥିତିରୁ ନିଜକୁ ମଜଭୁତ କରିବା ପାଇଁ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌-କାଏଦା ଭଳି ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ସୁଯୋଗ ଖୋଜୁଛନ୍ତି। ଏଥିଯୋଗୁ ୯/୧୧ ଆକ୍ରମଣକାରୀ ଅଲ୍‌-କାଏଦା ସହ ବାଇଡେନ୍‌ ପ୍ରଶାସନ ମୁହଁାମୁହିଁ ହେବା ଆଶଙ୍କାକୁ ଏଡ଼ାଇ ଦେଇହେଉ ନାହିଁ। ଅନ୍ୟପକ୍ଷେ ତାଲିବାନ୍‌ର ଆଫଗାନିସ୍ତାନ ଦଖଲ ପରେ ଅନେକ ରାଷ୍ଟ୍ର ସେଠାରେ ନିଜ ନିଜ ଡିପ୍ଲୋମାଟିକ୍‌ ମିଶନକୁ ବନ୍ଦ କରିଦେଇଛନ୍ତି। କିନ୍ତୁ ପାକିସ୍ତାନ ଓ ରୁଷିଆ ଭଳି ଚାଇନା ମଧ୍ୟ କାବୁଲରେ ଦୂତାବାସ ଚାଲୁ ରଖିଛି। ଇତିମଧ୍ୟରେ ଚାଇନା-ତାଲିବାନ ମଧ୍ୟରେ ପ୍ରଥମ ଥର ପାଇଁ ଆଲୋଚନା ହୋଇଛି। ଆହୁରି ଅନେକ ରାଷ୍ଟ୍ର ଆତଙ୍କବାଦୀ ସଙ୍ଗଠନର ନେତାଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। କ୍ଷମତା ଦଖଲ ସହ ଅନ୍ତର୍ଜାତୀୟ ସମୁଦାୟ ନିକଟରେ ତାଲିବାନ୍‌ କିପରି ନିଜ ରାଜନୈତିକ ଓ କୂଟନୈତିକ ଗ୍ରହଣୀୟତା ବଢ଼ାଇବାରେ ଲାଗିଛି ବର୍ତ୍ତମାନର ଅନେକ ଘଟଣା ସେସବୁକୁ ଦର୍ଶାଉଛି।
ଆଲୋଚନା ଜରୁରୀ: ମର୍କେଲ
ଆମେ ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଯେଉଁ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛେ ତାକୁ ବଜାୟ ରଖିବାକୁ ହେଲେ ତାଲିବାନ୍‌ ସହ ଆଲୋଚନା ଜରୁରୀ ବୋଲି ଜର୍ମାନୀ ଚାନ୍ସଲର ଆଞ୍ଜେଲା ମର୍କେଲ କହିଛନ୍ତି। ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ନାଟୋର ଉପସ୍ଥିତି ସେଠାରେ ଅନେକ ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଇଛି। ସେହି କାମଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ତାଲିବାନ୍‌ ସହ ଆଲୋଚନା କରୁ ବୋଲି ମର୍କେଲ ଆହ୍ବାନ ଦେଇଛନ୍ତି।

କାବୁଲ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ: ବେଜିଂ

ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଆତଙ୍କବାଦୀ ସଙ୍ଗଠନ ନିଜ ନିୟନ୍ତ୍ରଣକୁ ନେବା ପରେ ଚାଇନା ପ୍ରଥମ ଥର ପାଇଁ ତାଲିବାନ୍‌ ସହ କୂଟନୈତିକ ଯୋଗସୂତ୍ର ସ୍ଥାପନ କରିଛି। ଉଭୟ ପକ୍ଷ ମଧ୍ୟରେ ପ୍ରଭାବୀ ଓ ସଫଳ ବାର୍ତ୍ତା ହୋଇଥିବା ବୁଧବାର ଚାଇନା ବହିର୍ବ୍ୟାପାର ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିବାନର ରାଜନୈତିକ ଅଫିସ ଉପମୁଖ୍ୟ ଅବ୍‌ଦୁଲ ସଲାମ ହନାଫିଙ୍କ ସହ କାବୁଲରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଓ୍ବାଙ୍ଗ୍‌ ୟୁ ଆଲୋଚନା କରିଛନ୍ତି। ଓ୍ବାଙ୍ଗ୍‌ କହିଛନ୍ତି, କାବୁଲ ଆମ ପାଇଁ ସ୍ବାଭାବିକ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ, ଯେଉଁଠି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ। ଆଫଗାନ୍‌ ଲୋକେ ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ଏହାକୁ ଚାଇନା ସମ୍ମାନ ଜଣାଏ। ଆଫଗାନିସ୍ତାନର ପୁନଃ ପ୍ରତିଷ୍ଠା ପାଇଁ ଚାଇନା ଏକ ପଡ଼ୋଶୀ ରୂପେ ସହଯୋଗର ହାତ ବଢ଼ାଇବ ବୋଲି ଓ୍ବାଙ୍ଗ୍‌ କହିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ କ’ଣ ସବୁ ଆଲୋଚନା ହୋଇଛି ତାହା କହିବାକୁ ମନା କରିଦେଇଛନ୍ତି।

କ’ଣ କରିବ ଭାରତ

ଯିଏ ଯେଉଁ କାରଣରୁ ହେଉନା କାହିଁକି ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ତାଲିବାନ୍‌ର ନିକଟତର ହେବାରେ ଲାଗିଛନ୍ତି। ଏହି କ୍ରମରେ ଭାରତ ମଧ୍ୟ ତାଲିବାନର ଇନ୍‌କ୍ଲୁସିଭ୍‌ ଗଭର୍ନମେଣ୍ଟ ବା ସମାବେଶୀ ସରକାର ସହ ଆଲୋଚନା କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଜେନେରାଲ ଶୋକିନ ଚୌହାନ କହିଛନ୍ତି, ଆଫଗାନିସ୍ତାନ ଯେପରି ଭାରତ ବିରୋଧୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ନ ପାଲଟେ ତାହା ସୁନିଶ୍ଚିତ କରିବା ଲାଗି ସବୁ ପ୍ରକାର କୂଟନୈତିକ ସମ୍ବଳକୁ ବିନିଯୋଗ କରାଯିବା ଆବଶ୍ୟକ। ତାଲିବାନ୍‌ ସବୁ ବର୍ଗର ଲୋକଙ୍କୁ ନେଇ ସରକାର ଗଠନ କଲେ ଭାରତ ଏହାସହ ଆଲୋଚନା କରିପାରେ। ଆଲୋଚନା ବେଳେ କୂଟନୈତିକ, ଅର୍ଥନୈତିକ, ରାଜନୈତିକ ଓ ସାମରିକ ଦିଗ ଉପରେ ନୂଆଦିଲ୍ଲୀ ଗୁରୁତ୍ୱ ଦେବା ଉଚିତ। ଅନ୍ୟପକ୍ଷେ ତାଲିବାନ୍‌ଠାରୁ ଦୂରେଇ ଯିବା ଭାରତ ପାଇଁ ବିଜ୍ଞ କାର୍ଯ୍ୟ ହେବ ନାହିଁ। କାରଣ ଭାରତ ଏପରି କରୁ ବୋଲି ପାକିସ୍ତାନ ଚାହୁଁଛି। ତାଲିବାନ ସହ ଆଲୋଚନା ନ କଲେ ସେଥିରୁ ଇସ୍‌ଲାମାବାଦ ଫାଇଦା ଉଠାଇପାରେ ବୋଲି ପ୍ରଫେସର ରାଜନ କୁମାର ଏବଂ ବପ୍ପାଦିତ୍ୟ ମୁଖାର୍ଜୀ ମତ ଦେଇଛନ୍ତି। ପ୍ରକାଶ ଯେ, ଆଫଗାନିସ୍ତାନରେ ଭାରତ ପକ୍ଷରୁ ୩ ବିଲିୟନ ଡଲାର ଖର୍ଚ୍ଚରେ ଅନେକ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପ କରାଯାଇଛି। ଏଥିଲାଗି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଆମେରିକା, ବ୍ରିଟେନ ସମେତ ଅନ୍ୟ କେତେକ ରାଷ୍ଟ୍ର ସହ ଆଲୋଚନା ଜାରି ରଖିଛନ୍ତି। ଜୟଶଙ୍କର ବୁଧବାର ବ୍ରିଟେନ ପ୍ରତିପକ୍ଷ ଡୋମିନିକ୍‌ ରାବ୍‌ଙ୍କ ସହ ଆଫଗାନିସ୍ତାନ ସ୍ଥିତି ନେଇ ଆଲୋଚନା କରିଥିବା ଟୁଇଟ୍‌ରରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କ ସହ ଆଫଗାନିସ୍ତାନ ଉପରେ ଆଲୋଚନା କରିଥିଲେ। ତାଲିବାନ ୨.୦ରେ ସୃଷ୍ଟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସ୍ଥାୟୀ ଦ୍ୱିପାକ୍ଷିକ ଚ୍ୟାନେଲ ପ୍ରତିଷ୍ଠା କରିବାକୁ ଦୁଇନେତା ରାଜି ହୋଇଛନ୍ତି। ଆଫଗାନିସ୍ତାନରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅଗଷ୍ଟ ୧୬ରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ‘ମିଶନ ଦେବୀ ଶକ୍ତି’ରେ ସେଠାରୁ ଅଦ୍ୟାବଧି ଶିଖ୍‌ ଓ ହିନ୍ଦୁଙ୍କ ସମେତ ୮୦୦ ଜଣଙ୍କୁ ସ୍ବଦେଶକୁ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri