ତାଲିବାନର ବର୍ବରତା, ସାଧାରଣ ଲୋକଙ୍କୁ ହତ୍ୟା-ଟାର୍ଗେଟ୍‌ରେ ସରକାରୀ କର୍ମଚାରୀ…

କାବୁଲ,୩।୮: ଆଫଗାନିସ୍ତାନରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତାଲିବାନର ବର୍ବରତା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରି ତାଲିବାନ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି। କାନ୍ଧାହାରର ସ୍ପିନ ବୋଲଡାକ ଜିଲାର ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ତାଲିବାନ୍‌ ସଦସ୍ୟମାନେ ସମ୍ପତ୍ତି ଲୁଟି ନେଇଛନ୍ତି।
ତାଲିବାନ ଦ୍ୱାରା ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଥିବା ଖବର ପ୍ରକାଶ ପାଇବା ପରେ ଆଫଗାନିସ୍ତାନର ସ୍ବତନ୍ତ୍ର ମାନବାଧିକାର ଆୟୋଗ ଏହି ଘଟଣାର ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରିଥିଲା। କେତେକ ପୀଡିତ ପରିବାରଙ୍କର ସାକ୍ଷାତ୍‌କାର କରାଯାଇଥିଲା।
ଆୟୋଗର ଅନୁସନ୍ଧାନରୁ ଜଣାପଡିଛି ଯେ, ତାଲିବାନ ଅବସର ଗ୍ରହଣ କରିଥିବା ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ଘରେ ଲୁଟ୍‌ପାଟ୍‌ କରିଛନ୍ତି। ସମ୍ପୃକ୍ତ କର୍ମଚାରୀମାନେ ସ୍ପିନ ବୋଲଡାକ ଜିଲାକୁ ପୁଣି ଥରେ ସୈନ୍ୟ ବାହିନୀ ଦଖଲ କରିଥିବାରୁ ସୁରକ୍ଷା ବାହିନୀକୁ ଅଭିବାଦନ ଜଣାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଲିବାନ ପକ୍ଷରୁ ଏଭଳି ପ୍ରତିଶୋଧ ନିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ତାଲିମାନ୍‌ ସଦସ୍ୟମାନେ ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ଘର ସମେତ ବହୁ ସ୍ଥାନୀୟ ଲୋକଙ୍କ ସମ୍ପତ୍ତି ଲୁଟି ନେଇଛନ୍ତି।
ତାଲିବାନ ୧୪ ଜୁଲାଇରେ ସ୍ପିନ ବୋଲଡାକ ନିଜ ଦଖଲକୁ ନେଇଥିଲା। ଜିଲାକୁ ସରକାରୀ ଦଖଲକୁ ଫେରାଇ ଆଣିବା ପାଇଁ ସାମରିକ ଅପରେସନ ଆରମ୍ଭ କରଯାଇଥିଲା। ଏହାକୁ କିଛି ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିଲେ।
ଏଭଳି ଲୋକଙ୍କୁ ଖୋଜିବା ପରେ ତାଲିବାନ ସେମାନଙ୍କୁ ଘରୁ ବାହାର କରି ହତ୍ୟା କରିଥିଲା। ବର୍ତ୍ତମାନ ସୁଦ୍ଧା କେତେକ ବାସିନ୍ଦାମାନଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୧୬ ଜୁଲାଇରୁ ଇତିମଧ୍ୟରେ ତାଲିବାନ ଦ୍ୱାରା ଜିଲାର ୪୦ ଜଣଙ୍କୁ ହତ୍ୟା କରାଯାଇଥିବା ଆୟୋଗ ଚିହ୍ନଟ କରିଛି। ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ସଂଗଠନର ସଦସ୍ୟମାନେ ସାଧାରଣ ନାଗରିକ କିମ୍ବା ସାଧାରଣ କାର୍ଯ୍ୟ ବ୍ୟବସ୍ଥାର କୌଣସି କ୍ଷତି କରିବେ ନାହିଁ। କିନ୍ତୁ ସାମ୍ପ୍ରତିକ ଘଟଣାରୁ ଜଣାପଡୁଛି ଯେ, ତାଲିବାନର ପ୍ରତିଶ୍ରୁତି ଏବଂ କାର୍ଯ୍ୟରେ ତାଳମେଳ ରହୁନାହିଁ। ଅର୍ଜାତୀୟ ମାନବିକ ଅଧିକାର ଏବଂ ଏହାର ନୀତି ପାଳନ ପ୍ରତି ତାଲିବାନର କୌଣସି ବ୍ୟବହାରିକ ପ୍ରତିବଦ୍ଧତା ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri