ତାଲିବାନର ବର୍ବରତା, ସାଧାରଣ ଲୋକଙ୍କୁ ହତ୍ୟା-ଟାର୍ଗେଟ୍‌ରେ ସରକାରୀ କର୍ମଚାରୀ…

କାବୁଲ,୩।୮: ଆଫଗାନିସ୍ତାନରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତାଲିବାନର ବର୍ବରତା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରି ତାଲିବାନ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି। କାନ୍ଧାହାରର ସ୍ପିନ ବୋଲଡାକ ଜିଲାର ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ତାଲିବାନ୍‌ ସଦସ୍ୟମାନେ ସମ୍ପତ୍ତି ଲୁଟି ନେଇଛନ୍ତି।
ତାଲିବାନ ଦ୍ୱାରା ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଥିବା ଖବର ପ୍ରକାଶ ପାଇବା ପରେ ଆଫଗାନିସ୍ତାନର ସ୍ବତନ୍ତ୍ର ମାନବାଧିକାର ଆୟୋଗ ଏହି ଘଟଣାର ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରିଥିଲା। କେତେକ ପୀଡିତ ପରିବାରଙ୍କର ସାକ୍ଷାତ୍‌କାର କରାଯାଇଥିଲା।
ଆୟୋଗର ଅନୁସନ୍ଧାନରୁ ଜଣାପଡିଛି ଯେ, ତାଲିବାନ ଅବସର ଗ୍ରହଣ କରିଥିବା ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ଘରେ ଲୁଟ୍‌ପାଟ୍‌ କରିଛନ୍ତି। ସମ୍ପୃକ୍ତ କର୍ମଚାରୀମାନେ ସ୍ପିନ ବୋଲଡାକ ଜିଲାକୁ ପୁଣି ଥରେ ସୈନ୍ୟ ବାହିନୀ ଦଖଲ କରିଥିବାରୁ ସୁରକ୍ଷା ବାହିନୀକୁ ଅଭିବାଦନ ଜଣାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଲିବାନ ପକ୍ଷରୁ ଏଭଳି ପ୍ରତିଶୋଧ ନିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ତାଲିମାନ୍‌ ସଦସ୍ୟମାନେ ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀଙ୍କ ଘର ସମେତ ବହୁ ସ୍ଥାନୀୟ ଲୋକଙ୍କ ସମ୍ପତ୍ତି ଲୁଟି ନେଇଛନ୍ତି।
ତାଲିବାନ ୧୪ ଜୁଲାଇରେ ସ୍ପିନ ବୋଲଡାକ ନିଜ ଦଖଲକୁ ନେଇଥିଲା। ଜିଲାକୁ ସରକାରୀ ଦଖଲକୁ ଫେରାଇ ଆଣିବା ପାଇଁ ସାମରିକ ଅପରେସନ ଆରମ୍ଭ କରଯାଇଥିଲା। ଏହାକୁ କିଛି ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିଲେ।
ଏଭଳି ଲୋକଙ୍କୁ ଖୋଜିବା ପରେ ତାଲିବାନ ସେମାନଙ୍କୁ ଘରୁ ବାହାର କରି ହତ୍ୟା କରିଥିଲା। ବର୍ତ୍ତମାନ ସୁଦ୍ଧା କେତେକ ବାସିନ୍ଦାମାନଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୧୬ ଜୁଲାଇରୁ ଇତିମଧ୍ୟରେ ତାଲିବାନ ଦ୍ୱାରା ଜିଲାର ୪୦ ଜଣଙ୍କୁ ହତ୍ୟା କରାଯାଇଥିବା ଆୟୋଗ ଚିହ୍ନଟ କରିଛି। ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ସଂଗଠନର ସଦସ୍ୟମାନେ ସାଧାରଣ ନାଗରିକ କିମ୍ବା ସାଧାରଣ କାର୍ଯ୍ୟ ବ୍ୟବସ୍ଥାର କୌଣସି କ୍ଷତି କରିବେ ନାହିଁ। କିନ୍ତୁ ସାମ୍ପ୍ରତିକ ଘଟଣାରୁ ଜଣାପଡୁଛି ଯେ, ତାଲିବାନର ପ୍ରତିଶ୍ରୁତି ଏବଂ କାର୍ଯ୍ୟରେ ତାଳମେଳ ରହୁନାହିଁ। ଅର୍ଜାତୀୟ ମାନବିକ ଅଧିକାର ଏବଂ ଏହାର ନୀତି ପାଳନ ପ୍ରତି ତାଲିବାନର କୌଣସି ବ୍ୟବହାରିକ ପ୍ରତିବଦ୍ଧତା ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri