ଦାଢ଼ି ନ ଥିଲେ ଅଫିସ ମନା

କାବୁଲ,୨୯।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି ଡ୍ରେସ୍‌ କୋଡ୍‌ ନିୟମ ପାଳନ କରୁ ନ ଥିଲେ ଚାକିରିରୁ ବିଦା ହେବେ। ତାଲିବାନ ପ୍ରଶାସନର ସାଧାରଣ ନୈତିକତା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସମସ୍ତ ସରକାରୀ ଅଫିସ ପ୍ରବେଶ ପଥରେ କର୍ମଚାରୀମାନଙ୍କୁ ସତର୍କ ସୂଚନା ଦିଆଯାଉଛି।

ଏପରିକି ସବୁ କର୍ମଚାରୀ ଦାଢ଼ି ରଖିବା ସହ ସ୍ଥାନୀୟ ପୋଷାକ ଲମ୍ବା ଢିଲା କୁର୍ତ୍ତା ଓ ଟ୍ରାଉଜର ପିନ୍ଧିବେ। ମୁଣ୍ଡରେ ଟୋପି ଲାଗାଇବେ। ଦାଢ଼ି ନ କାଟିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ କର୍ମଚାରୀଙ୍କୁ ବହିଷ୍କାର କରାଯିବ ବୋଲି କୁହାଯାଇଛି।

Share