ତାଲିବାନ ଶାସନର ଆଉ ଏକ କ୍ରୁରତା, ଏନଜିଓରେ କାମ କରିପାରିବେ ନାହିଁ ମହିଳା

କାବୁଲ,୨୫ ।୧୨: ମହିଳାମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆଫଗାନିସ୍ତାନର ତାଲିବାନ ସରକାର ଆଉ ଏକ ଆଇନ ଜାରି କରିଛନ୍ତି । ସମାଚାର ଏଜେନ୍ସି ରଏଟର୍ସର ସୂଚନା ଆଧାରରେ ଏଏନଆଇ କହିଛି ଆଫଗାନିସ୍ତାନର ତାଲିବାନ ସରକାର ଶନିବାର ସମସ୍ତ ସ୍ଥାନୀୟ ଓ ବିଦେଶୀ ବେସରକାରୀ ସଙ୍ଗଠନ(ଏନଜିଓ)ରେ କାମ କରୁଥିବା ମହିଳାମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ମନା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନର ଅର୍ଥବ୍ୟବସ୍ଥା ମନ୍ତ୍ରଣାଳୟ ଏ ସମ୍ପର୍କରେ ସ୍ଥାନୀୟ ଓ ବିଦେଶୀ ବେସରକାରୀ ସଙ୍ଗଠନକୁ ପତ୍ର ଲେଖିଛି । ଏହା ପୂର୍ବରୁ ନିକଟରେ ତାଲିବାନ ସରକାର ଆଫଗାନ ମହିଳାଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇଛି ।

Share