କାବୁଲ ଚାରିପଟେ ତାଲିବାନ୍‌

କାବୁଲ୍‌,୧୫।୮: ଆଫଗାନିସ୍ତାନ ରାଜଧାନୀ କାବୁଲର ଦକ୍ଷିଣରେ ଥିବା ଲୋଗାର ପ୍ରଦେଶକୁ ତାଲିବାନ ଆତଙ୍କବାଦୀମାନେ ଦଖଲ କରିବା ସହ ଶନିବାର ମଜାର-ଇ-ଶରିଫ୍‌ ଉପରେ ଆକ୍ରମଣ ଅବ୍ୟାହତ ରଖିଛନ୍ତି। ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବାବେଳେ ତାଲିବାନ ଦେଶର ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଭାଗର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇସାରିଲାଣି। ଆତଙ୍କବାଦୀମାନେ ଦେଶ ଶାସନକୁ କବ୍‌ଜା କରିବା ସହ ଅନ୍ୟ ଏକ ଗୃହଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି।
କାବୁଲକୁ ତାଲିବାନ ଆତଙ୍କବାଦୀମାନେ ଚାରିପଟୁ ଘେରିଗଲେଣି। ଆତଙ୍କବାଦୀମାନେ ରାଜଧାନୀର ଯେତେ ନିକଟତର ହେଉଛନ୍ତି, ଲୋକଙ୍କ ମଧ୍ୟରେ ଆତଙ୍କ ସେତିକି ବଢ଼ିବାରେ ଲାଗିଛି। ଏବେ ରାଜଧାନୀ ଛାଡ଼ି ପଳାଇଯିବା ପାଇଁ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଏକମାତ୍ର ମାର୍ଗ। ଆକ୍ରମଣ ଭୟରେ କାବୁଲ ଛାଡ଼ିବା ପାଇଁ ବିମାନବନ୍ଦର କାଉଣ୍ଟର ଏବଂ ଟର୍ମିନାଲ ବାହାର ପାର୍କିଂ ସ୍ଥଳଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଧାଡ଼ିରେ ଛିଡ଼ାହୋଇଥିବା ଲୋକେ ସେମାନଙ୍କ ଲଗେଜ ଓ ଅନ୍ୟାନ୍ୟ ଜିନିଷକୁ ଠେଲି ଠେଲି ନେଉଥିବା ଦେଖାଯାଇଛି। ଯେଉଁମାନେ ଟିକେଟ ପାଇଯାଉଛନ୍ତି, ସେମାନଙ୍କୁ ଭାଗ୍ୟବାନ ବିବେଚନା କରାଯାଉଛି। ଏହା ପରେ ଟର୍ମିନାଲକୁ ଯିବା ଲାଗି ଆଉ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଶେଷରେ ସମ୍ପର୍କୀୟମାନଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେଇ ସେମାନେ ଦେଶ ଛାଡ଼ୁଛନ୍ତି।
ଶନିବାର ତାଲିବାନ ସମ୍ପୂର୍ଣ୍ଣ ଲୋଗାର ପ୍ରଦେଶକୁ ଦଖଲ କରିବା ସହ ଏହାର ପ୍ରାଦେଶିକ ଅଧିକାରୀମାନଙ୍କୁ ଗିରଫ କରିଛି। ଆତଙ୍କବାଦୀମାନେ ଚାର୍‌ ଆସ୍ୟାବ ଜିଲାରେ ପହଞ୍ଚତ୍ଛନ୍ତି, ଯାହା କାବୁଲଠାରୁ ମାତ୍ର ୧୧ କିଲୋମିଟର ଦୂର। ଏହା ବ୍ୟତୀତ ସେମାନେ ପାକିସ୍ତାନ ସୀମାକୁ ଲାଗିଥିବା ପାକ୍‌ଟିକା ପ୍ରଦେଶର ରାଜଧାନୀ ଶାରାନାକୁ ମଧ୍ୟ କବ୍‌ଜା କରିଛନ୍ତି। ଦେଶର ଅନ୍ୟତମ ବୃହତ୍‌ ସହର ମଜାର-ଇ-ଶରିଫକୁ ଚାରିପଟୁ ଆକ୍ରମଣ କରାଯାଉଛି। ସହର ଉପକଣ୍ଠରେ ଜୋର୍‌ଦାର ଲଢ଼େଇ ଜାରି ରହିଥିବା ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ମୁନିର ଅହମଦ ଫରହାଦ କହିଛନ୍ତି।
ଶାନ୍ତି ଆଲୋଚନା ଟେବୁଲ୍‌କୁ ଆଣିବା ପାଇଁ ଇସ୍‌ଲାବା ଉପରେ ଚାପ ବଢ଼ୁଛି। କ୍ଷମତା ବଣ୍ଟନ ଲାଗି ଆଫଗାନ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କୁ ବାଦ୍‌ ଦେଇ ସରକାରଙ୍କ ସହ ତାଲିବାନର ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି। ସେପଟେ ଆଫଗାନିସ୍ତାନ ସରକାରଙ୍କ ସହ ଆଲୋଚନା ପାଇଁ ଆତଙ୍କବାଦୀ ସଂଗଠନ କଠୋର ସର୍ତ୍ତ ରଖିଛି। ସମସ୍ତ ତାଲିବାନ୍‌ ବନ୍ଦୀଙ୍କୁ ମୁକ୍ତ କରିବା ସହ ଜାତିସଂଘ ଉକ୍ତ ସଂଗଠନକୁ ଆତଙ୍କବାଦୀ ତାଲିକାରୁ ବାଦ୍‌ ଦେବାକୁ ସୁନ୍ନି ଇସ୍‌ଲାମୀୟ ସଂଗଠନ କହିଛି। ଏଥିସହିତ ମିଳିତ ସରକାରରେ ସମସ୍ତ କ୍ଷମତା ତାଲିବାନକୁ ମିଳିବା ଆବଶ୍ୟକ ବୋଲି ଉକ୍ତ ସଂଗଠନ ସର୍ତ୍ତ ବାଢ଼ିଛି। ଗତ ମାସ ୧୭ରୁ ୧୯ ମଧ୍ୟରେ ରାଷ୍ଟ୍ରପତି ଗନିଙ୍କ ସହ ତାଲିବାନ ନେତାଙ୍କ ବୈଠକ ବିଫଳ ହୋଇଥିଲା। ଗନିଙ୍କ ସହ ଆଲୋଚନା କରିବାକୁ ତାଲିବାନ ନେତାମାନେ ରାଜି ହୋଇ ନ ଥିଲେ।]

 


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri