ବିଦେଶୀଙ୍କୁ ଦେଶଛାଡ଼ିବାକୁ ଅନୁମତି ଦେଲା ତାଲିବାନ୍‌

କାବୁଲ,୯।୯: ଆଫଗାନିସ୍ତାନର ଅନ୍ତରୀଣ ସରକାର(ତାଲିବାନ୍‌) ଗୁରୁବାର ୨୦୦ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆମେରିକୀୟ ଅଛନ୍ତି। କାବୁଲ ବିମାନବନ୍ଦରରୁ ସେମାନେ ନିଜ ନିଜ ଦେଶକୁ ଯିବା ପାଇଁ ବାହାରିଛନ୍ତି। ଏନେଇ ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅଗଷ୍ଟ ୧୫ରେ ଇସ୍‌ଲାମୀୟ ବିଦ୍ରୋହୀ କାବୁଲ ଦଖଲ କରିବା ପରେ ଉକ୍ତ ବିମାନବନ୍ଦରରୁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ। ଏହା ପୂର୍ବରୁ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ୧,୨୪,୦୦୦ ବିଦେଶୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲା। ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜଲମେ ଖାଲିଦଜାଦଙ୍କୁ ଆଫଗାନିସ୍ତାନ ଛାଡ଼ିବା ପାଇଁ ତାଲିବାନ୍‌ର ଅନୁମତି ମିଳିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Share