ମେଧା-ସଂରକ୍ଷଣ ଲଢ଼େଇ

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା ସର୍ବୋଚ୍ଚ ଅଦାଲତର ମହିଳା ଆଇନଜୀବୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ କାର୍ଲ ମାର୍କ୍ସଙ୍କ ଉକ୍ତିକୁ ଉଦ୍ଧାରକରି କହିଛନ୍ତି, ପୃଥିବୀର ଶ୍ରମିକମାନେ ଏକଜୁଟ ହୁଅ, ତୁମର ବନ୍ଧନ ବ୍ୟତୀତ ଅନ୍ୟ କିଛି ହରାଇବାର ନାହିଁ। ସେଥିରୁ ଖିଅଟାଣି ସିଜେଆଇ କହିଲେ, ଦେଶର ମହିଳା ଆଇନଜୀବୀମାନେ ଏକଜୁଟ ହୁଅନ୍ତୁ ଏବଂ ନ୍ୟାୟପାଳିକାରେ ୫୦ ପ୍ରତିଶତ ସଂରକ୍ଷଣ ଦାବି ପାଇଁ କ୍ରୋଧରେ ଚିତ୍କାର କରନ୍ତୁ। ସିଜେଆଇଙ୍କ ଏହି ମନ୍ତବ୍ୟକୁ କୌଣସି ଭାବେ ଖୁଣି ହେବ ନାହିଁ।
ପ୍ରଧାନ ବିଚାରପତିଙ୍କ କହିବା ଅନୁଯାୟୀ, ଦେଶର ନିମ୍ନ ଅଦାଲତରେ ମହିଳା ବିଚାରପତିଙ୍କ ସଂଖ୍ୟ ୩୦ ପ୍ରତିଶତରୁ କମ୍‌ ରହିଛି। ହାଇକୋର୍ଟଗୁଡ଼ିକରେ ୧୧.୫ ପ୍ରତିଶତ ମହିଳା ବିଚାରପତି ଥିବା ବେଳେ ସୁପ୍ରିମକୋର୍ଟରେ ଏମାନଙ୍କ ପ୍ରତିଶତ ରହିଛି ୧୧ରୁ ୧୨। ଦେଶରେ ୧୭ ଲକ୍ଷ ଆଇନଜୀବୀ ଥିବା ବେଳେ ସେଥିରୁ ମହିଳାଙ୍କ ସଂଖ୍ୟା କେବଳ ୧୫ ପ୍ରତିଶତ ରହିଥିବା ସେ କହିଛନ୍ତି। ବାସ୍ତବରେ ସିଜେଆଇଙ୍କ କଥାକୁ ଦେଖିଲେ ତୁଳନାତ୍ମକ ଭାବେ ନ୍ୟାୟପାଳିକାରେ ମହିଳାଙ୍କ ଯୋଗଦାନ କମ୍‌ ରହିଛି।
ବିଚାର ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ ଅଧିକ ରହିବା ଦରକାର ବୋଲି ସିଜେଆଇ ଯେଉଁ ଆହ୍ବାନ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ମହିଳାଙ୍କୁ ଦୁର୍ବଳ ଓ ନୂ୍ୟନ ଦୃଷ୍ଟିରେ ଦେଖାଯିବା ଠିକ୍‌ ନୁହେଁ। ସାମାଜିକ ଓ ଅର୍ଥନୈତିକ ସମର୍ଥନ ପାଇ ସେମାନେ ସଶକ୍ତ ହେଉଥିବା ଦେଖିବାକୁ ମିଳିଛି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ମହିଳାଙ୍କ ଯୋଗଦାନ ନ୍ୟାୟପାଳିକା ଅପେକ୍ଷା ଅଧିକ ରହିଛି। ତେଣୁ କେବଳ ମହିଳା କାହିଁକି ସମାଜରେ ଅବହେଳିତ ଅବସ୍ଥାରେ ରହିଥିବା ଲୋକଙ୍କୁ ଉପରକୁ ଉଠିବା ଲାଗି ପ୍ରଶାସନଠାରୁ ଆରମ୍ଭ କରି ଗୋଷ୍ଠୀଗତ ଜୀବନ ଜିଉଥିବା ବ୍ୟକ୍ତିମାନେ ସାହାଯ୍ୟ କରିବା ଦରକାର। ସମାନ ଭାବେ ଦେଖିଲେ ସମାଜର ମୁଖ୍ୟସ୍ରୋତକୁ ଆସିପାରୁ ନ ଥିବା ଜାତି ଓ ବର୍ଗକୁ ସଂରକ୍ଷଣ ସୁଯୋଗ ଦିଆଯିବା ଜରୁରୀ। ହେଲେ ମେରିଟ୍‌ ବା ମେଧାକୁ ସର୍ବଦା ଅଗ୍ରପ୍ରାଧାନ୍ୟ ଦିଆଗଲେ ସାମାଜିକ ସନ୍ତୁଳନ ବଜାୟ ରହିବ। ଏବେ ଦେଖାଯାଉଛି, ଯେଉଁମାନେ ମେରିଟ୍‌କୁ ଗୁରୁତ୍ୱ ଦେଇ ରିଜର୍ଭେଶନ ବିପକ୍ଷରେ ଯୁକ୍ତିସଙ୍ଗତ ମତ ହେଉ ପଛେ କିଛି କହୁଛନ୍ତି; ସେମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ତ୍ରୁଟିପୂର୍ଣ୍ଣ କିମ୍ବା ଉଚ୍ଚଜାତିର ବୋଲି ବିବେଚନା କରାଯାଉଛି। ସେହି ପ୍ରଚ୍ଛଦପଟରେ ଦେଖିଲେ ଆଜି ମଧ୍ୟ ପାର୍ଲାମେଣ୍ଟ ଓ ବିଧାନସଭାଗୁଡ଼ିକରେ ନୂଆ ଜାତିକୁ ପଛୁଆବର୍ଗ ତାଲିକାଭୁକ୍ତ କରିବା ପାଇଁ ଦାବି ଲାଗି ରହିଛି। ଏକ ଆଧୁନିକ ସମାଜରେ ମେଧାକୁ କେହି ବିରୋଧ କରିବା କଥା ନୁହେଁ। କିନ୍ତୁ ଭାରତବର୍ଷରେ ଏକ ଚିନ୍ତାଧାରା ସୃଷ୍ଟି କରିଦିଆଯାଇଛି, ଯେଉଁଥିରେ ଧରି ନିଆଯାଇଛି ଯେ ମେଧାକୁ ଦମନ କଲେ ସଂରକ୍ଷଣ ସଫଳ ହୋଇପାରିବ। ଅର୍ଥାତ୍‌ ମେଧାକୁ ସଂରକ୍ଷଣ ସହ ଲଢ଼େଇ ଦିଆଯାଇଛି। ଏକ ପ୍ରଗତିଶୀଳ ସମାଜ ପାଇଁ ଏହା କେବେହେଲେ ମଙ୍ଗଳମୟ ନୁହେଁ। ସଂରକ୍ଷଣ ସପକ୍ଷବାଦୀ ଡାକ୍ତରଖାନାକୁ ଗଲେ କୋଟା ମାଧ୍ୟମରେ ଡାକ୍ତର ହୋଇଥିବା ବ୍ୟକ୍ତିଙ୍କୁ ଖୋଜିବା ପରିବର୍ତ୍ତେ ହସ୍ପିଟାଲରେ ତାଙ୍କ ରୋଗ ସକାଶେ କିଏ ଭଲ ଚିକିତ୍ସକ ଅଛନ୍ତି ତାଙ୍କୁ ଦେହ ଦେଖାଇବାକୁ ଆଗଭର ହୋଇଥାଆନ୍ତି। ଏଥିରୁ ବୁଝାଯିବା ଦରକାର ଯେ, ସେବା କ୍ଷେତ୍ରରେ ଜାତିର କୌଣସି ଗୁରୁତ୍ୱ ରହୁନାହିଁ।
ଆଜିର ସମୟରେ ସଂରକ୍ଷଣ କିଏ ପାଇବେ ଓ କେତେ ବର୍ଷ ଏହି ଧାରା ବଜାୟ ରହିବ, ସେ ସଂକ୍ରାନ୍ତରେ ଆଲୋଚନା କଲେ ତାହା ଏକ ରାଜନୈତିକ ପ୍ରସଙ୍ଗ ଆଡ଼କୁ ମୁହାଁଇବ। ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକଙ୍କୁ ସଂରକ୍ଷଣ ଦେବା ଲାଗି ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା। ଏବେ ଦେଶବ୍ୟାପୀ ଏକ ବିକଟାଳ ଚିନ୍ତା ଅନେକଙ୍କୁ ଘାରିଛି କଳେ ବଳେ କୌଶଳେ ସରକାରୀ ସୁବିଧା କେମିତି ହାତେଇବେ। ଥିଲାବାଲା ଲୋକ ଚାଉଳ, ଗହମ, କିରୋସିନ ଓ ଚିନି ପାଇବା ପାଇଁ ଗରିବ ଓ ଅସହାୟଙ୍କ ଲାଗି ଉଦ୍ଦିଷ୍ଟ ସାମଗ୍ରୀରେ ଭାଗ ବସାଉଛନ୍ତି। ଅର୍ଥାତ୍‌ ସରକାରୀ ଗରିବ ହେବା ଲାଗି ଗୋଟେ ରୀତିମତ ଦୌଡ଼ ଚାଲିଛି। ଏଭଳି ସ୍ଥଳେ ଦେଶବ୍ୟାପୀ ବିଭିନ୍ନ ଜାତି ଖଞ୍ଜ ଖୋଜୁଛନ୍ତି ଗଳିପଶି କିଭଳି ସଂରକ୍ଷଣ ସୁବିଧାଟିଏ ହାତେଇବେ। ପାର୍ଲାମେଣ୍ଟରେ ବିଭିନ୍ନ ସମୟରେ ବିତର୍କକୁ ଆସିଥିବା ମହିଳା ସଂରକ୍ଷଣ ବିଲ୍‌କୁ ଦେଖାଯାଉ। ତାହା ଆଜି ପର୍ଯ୍ୟନ୍ତ ଝୁଲିକି ରହିବାର କାରଣ ବୁଝିବା ଅତି ସହଜ। ଆଲୋଚନା ବେଳେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଦାବି କରାଯାଇଥିଲା ଯେ ପ୍ରସ୍ତାବିତ ମହିଳା ସଂରକ୍ଷଣ ପ୍ରତିଶତ ଭିତରେ ବିଭିନ୍ନ ଜାତି, ଉପଜାତି ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଉ। ଅର୍ଥାତ୍‌ ସହଜ ଭାଷାରେ କହିଲେ, ସଂରକ୍ଷଣ ଭିତରେ ସଂରକ୍ଷଣର ବ୍ୟବସ୍ଥା ରହୁ। ଏହା ଏକ ଅସରନ୍ତି ଖେଳ, କାରଣ ଭାରତବର୍ଷରେ ଆଜି ପର୍ଯ୍ୟନ୍ତ ଆହୁରି ଅନେକ ଜାତି, ଉପଜାତି ଅଛନ୍ତି ଯେଉଁମାନେ ସଂରକ୍ଷଣ ସୁବିଧା ପାଇନାହାନ୍ତି, କିନ୍ତୁ ଦାବିଦାର ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ କୁହାଇପାରେ ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ଏପଟସେପଟ କରି ଲୋକଙ୍କୁ ନିଜ ପାଖରେ ରଖିବା ଲାଗି ଅବାଞ୍ଛିତ ପ୍ରସ୍ତାବ ଦେଇପାରନ୍ତି। ମାତ୍ର ବିଚାର ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନରେ ଥିବା ନ୍ୟାୟାଧୀଶ ସଂରକ୍ଷଣ ପରି ବିଷୟକୁ ଗୁରୁତ୍ୱ ଦେଇ ମହିଳା ଓକିଲ ଓ ଜଜ୍‌ ସଂଖ୍ୟା ବଢ଼ାଇବା ପାଇଁ କୋଟା ଲାଗୁ ଦାବିକୁ ସମର୍ଥନ କରିବା ଅଡ଼ୁଆ ଲାଗୁଛି। ନିକଟ ଅତୀତକୁ ଦେଖିଲେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ) ପାଇଁ ମହିଳାମାନଙ୍କୁ ପରୀକ୍ଷା ଦେବା ଲାଗି ଅନୁମତି ଦିଆଯିବା ଦରକାର ବୋଲି ସୁପ୍ରିମକୋର୍ଟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ବଜାୟ ରଖିବା ସହ ନାରୀ ଜାତିକୁ ନ୍ୟାୟ ଦେବା। ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତକୁ ସମ୍ମାନ ଦେଇ ସମ୍ମତି ପ୍ରଦାନ କରିବା ପରେ ଅଦାଲତଙ୍କ ହସ୍ତକ୍ଷେପ ଏକ ଐତିହାସିକ ପରିବର୍ତ୍ତନ ଆଣିପାରିଛି। ଅର୍ଥାତ୍‌ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପୁରୁଷଙ୍କ ସହ ମହିଳା ସମକକ୍ଷ ବୋଲି ଦର୍ଶାଯାଇଥିଲା। ନ୍ୟାୟପାଳିକାରେ ମହିଳାଙ୍କ ଯୋଗଦାନ ବୃଦ୍ଧି ଲାଗି ସାମାଜିକ ଓ ଆର୍ଥିକ ସମର୍ଥନ ଠିକ୍‌ ଭାବେ ଦିଆଗଲେ ସେମାନଙ୍କ ସକାଶେ ସଂରକ୍ଷଣର ଆବଶ୍ୟକତା ପଡ଼ିବ ନାହିଁ ବୋଲି ବୁଝାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri