ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ

ଖଣ୍ଡପଡ଼ା,୧୫ା୯(ଅଜୟ କୁମାର ମହାରଣା): ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁର ଗୋପାଳପୁରକୁ ନୂତନ ବ୍ରଡ଼ଗେଜ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ୩ଥର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ୧୯୯୦ରେ ପ୍ରଥମେ ଉକ୍ତ ରେଳପଥ ନିର୍ମାଣ ନିମନ୍ତେ ସର୍ଭେ କରାଯାଇଥିଲା। ପୁନର୍ବାର ୨ୟ ଥର ପାଇଁ ୧୯୯୭ ଓ ୩ୟ ଥର ପାଇଁ ୨୦୦୩ରେ ସର୍ଭେ କରାଯାଇ ସବିଶେଷ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ପିଙ୍କ୍‌ବୁକ୍‌ରେ ସ୍ଥାନିତ ହୋଇଥିବାରୁ ବିଧି ବ୍ୟବସ୍ଥା କ୍ରମେ ୨୦୧୮-୧୯ ଆର୍ଥିକ ବର୍ଷରେ ଟୋକନ ମନି ଭାବେ ୫ ଲକ୍ଷ, ୨୦୧୯-୨୦ରେ ୧୦ ଲକ୍ଷ ଓ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୦ ଲକ୍ଷ ଏପରି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଦକ୍ଷିଣପୂର୍ବ ରେଳପଥ ଅଧୀନରେ ଥିବା ତାଳଚେର-ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ହେଲେ ତାଳଚେର କୋଇଲା ଖଣିରୁ ଗୋପାଳପୁର ବନ୍ଦରକୁ କୋଇଲା ପରିବହନ ସୁଗମ ହେବା ସହ ଦୂରତ୍ୱ ମଧ୍ୟ ହ୍ରାସ ପାଇବ । ଉକ୍ତ ନୂତନ ରେଳପଥଟି ନିର୍ମାଣଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନୟାଗଡ଼ ଠାରେ ସଂଯୋଗ କରିବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ତାଳଚେର-ଗୋପାଳପୁର ମଧ୍ୟରେ ୨୯୩ କିମି. ନୂତନ ରେଳପଥ ନିର୍ମାଣ କରାଯିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ ଗଞ୍ଜାମ ଆଦି ଜିଲା ଦେଇ ଏହି ନୂତନ ରେଳପଥ ଅତିକ୍ରମ କରୁଥିବା ବେଳେ ପରିବହନ ଓ ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି। ଉକ୍ତ ନୂତନ ରେଳପଥର ୨୨ଟି ସ୍ଥାନରେ ରେଳଗାଡ଼ି ରହଣି ନିମନ୍ତେ ଷ୍ଟେଶନ୍‌ ନିର୍ମାଣ କରାଯିବ। ଅନୁଗୋଳ, ଢେଙ୍କାନାଳ, ବଡ଼ମ୍ବା, କଣ୍ଟିଲୋ, ଖଣ୍ଡପଡ଼ା, ନୟାଗଡ଼, ଶରଣକୂଳ, ବୁଗୁଡ଼ା, ବାଲିପଦର, ସୁବଳୟା, ଆସ୍କା, ଧବଳପୁର, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି ଓ ବ୍ରହ୍ମପୁର ଷ୍ଟେଶନ୍‌ ଦେଇ ଗଞ୍ଜାମ ଜିଲାର ଗୋପାଳପୁରକୁ ଏହି ରେଳପଥ ସଂଯୋଗ କରିବ ବୋଲି ଜଣାପଡ଼ିଛି। ଉକ୍ତ ନୂତନ ରେଳପଥରେ ନିର୍ମାଣ ହେବାକୁ ଥିବା ୨୨ଟି ରେଳ ଷ୍ଟେଶନ୍‌ ମଧ୍ୟରୁ ବ୍ରହ୍ମପୁର ଷ୍ଟେଶନ୍‌କୁ ବାଦ୍‌ ଦେଲେ ୧୬ଟି ୩ ଲାଇନ୍‌ ବିଶିଷ୍ଟ ଷ୍ଟେସନ୍‌, ୫ଟି ଦୁଇ ଲାଇନ୍‌ ବିଶିଷ୍ଟ ଷ୍ଟେଶନ୍‌ ହେବ । ପ୍ରତ୍ୟେକ ସ୍ଥାନରେ କର୍ମଚାରୀଙ୍କ ରହଣି ନିମନ୍ତେ ବାସଗୃହ ନିର୍ମାଣ କରାଯିବ। ଏହି ନୂତନ ରେଳପଥ କାର୍ଯ୍ୟକ୍ଷମ ହେଲେ ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶ୍ରୀନୀଳମାଧବ କ୍ଷେତ୍ର କଣ୍ଟିଲୋ, ନୟାଗଡ଼ ଜିଲାର ଶରଣକୂଳସ୍ଥିତ ପ୍ରସିଦ୍ଧ ଲଡ଼ୁବାବାଙ୍କ ଶୈବପୀଠ, ଓଡ଼ଗାଁର ରଘୁନାଥଙ୍କ ପୀଠ ଓ କଟକ ଜିଲାର ବଡ଼ମ୍ବା ସ୍ଥିତ ମା’ଭଟ୍ଟାରିକାଙ୍କ ପୀଠକୁ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଆଗମନ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସର୍ଭେ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରଣାଳୟ ତୁରନତ ତାଳଚେର-ଗୋପାଳପୁର ବ୍ରଡ଼ଗେଜ ରେଳପଥ ନିର୍ମାଣ ନିମନ୍ତେ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri