ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ

ଖଣ୍ଡପଡ଼ା,୧୫ା୯(ଅଜୟ କୁମାର ମହାରଣା): ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁର ଗୋପାଳପୁରକୁ ନୂତନ ବ୍ରଡ଼ଗେଜ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ୩ଥର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ୧୯୯୦ରେ ପ୍ରଥମେ ଉକ୍ତ ରେଳପଥ ନିର୍ମାଣ ନିମନ୍ତେ ସର୍ଭେ କରାଯାଇଥିଲା। ପୁନର୍ବାର ୨ୟ ଥର ପାଇଁ ୧୯୯୭ ଓ ୩ୟ ଥର ପାଇଁ ୨୦୦୩ରେ ସର୍ଭେ କରାଯାଇ ସବିଶେଷ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ପିଙ୍କ୍‌ବୁକ୍‌ରେ ସ୍ଥାନିତ ହୋଇଥିବାରୁ ବିଧି ବ୍ୟବସ୍ଥା କ୍ରମେ ୨୦୧୮-୧୯ ଆର୍ଥିକ ବର୍ଷରେ ଟୋକନ ମନି ଭାବେ ୫ ଲକ୍ଷ, ୨୦୧୯-୨୦ରେ ୧୦ ଲକ୍ଷ ଓ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୦ ଲକ୍ଷ ଏପରି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଦକ୍ଷିଣପୂର୍ବ ରେଳପଥ ଅଧୀନରେ ଥିବା ତାଳଚେର-ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ହେଲେ ତାଳଚେର କୋଇଲା ଖଣିରୁ ଗୋପାଳପୁର ବନ୍ଦରକୁ କୋଇଲା ପରିବହନ ସୁଗମ ହେବା ସହ ଦୂରତ୍ୱ ମଧ୍ୟ ହ୍ରାସ ପାଇବ । ଉକ୍ତ ନୂତନ ରେଳପଥଟି ନିର୍ମାଣଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନୟାଗଡ଼ ଠାରେ ସଂଯୋଗ କରିବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ତାଳଚେର-ଗୋପାଳପୁର ମଧ୍ୟରେ ୨୯୩ କିମି. ନୂତନ ରେଳପଥ ନିର୍ମାଣ କରାଯିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ ଗଞ୍ଜାମ ଆଦି ଜିଲା ଦେଇ ଏହି ନୂତନ ରେଳପଥ ଅତିକ୍ରମ କରୁଥିବା ବେଳେ ପରିବହନ ଓ ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି। ଉକ୍ତ ନୂତନ ରେଳପଥର ୨୨ଟି ସ୍ଥାନରେ ରେଳଗାଡ଼ି ରହଣି ନିମନ୍ତେ ଷ୍ଟେଶନ୍‌ ନିର୍ମାଣ କରାଯିବ। ଅନୁଗୋଳ, ଢେଙ୍କାନାଳ, ବଡ଼ମ୍ବା, କଣ୍ଟିଲୋ, ଖଣ୍ଡପଡ଼ା, ନୟାଗଡ଼, ଶରଣକୂଳ, ବୁଗୁଡ଼ା, ବାଲିପଦର, ସୁବଳୟା, ଆସ୍କା, ଧବଳପୁର, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି ଓ ବ୍ରହ୍ମପୁର ଷ୍ଟେଶନ୍‌ ଦେଇ ଗଞ୍ଜାମ ଜିଲାର ଗୋପାଳପୁରକୁ ଏହି ରେଳପଥ ସଂଯୋଗ କରିବ ବୋଲି ଜଣାପଡ଼ିଛି। ଉକ୍ତ ନୂତନ ରେଳପଥରେ ନିର୍ମାଣ ହେବାକୁ ଥିବା ୨୨ଟି ରେଳ ଷ୍ଟେଶନ୍‌ ମଧ୍ୟରୁ ବ୍ରହ୍ମପୁର ଷ୍ଟେଶନ୍‌କୁ ବାଦ୍‌ ଦେଲେ ୧୬ଟି ୩ ଲାଇନ୍‌ ବିଶିଷ୍ଟ ଷ୍ଟେସନ୍‌, ୫ଟି ଦୁଇ ଲାଇନ୍‌ ବିଶିଷ୍ଟ ଷ୍ଟେଶନ୍‌ ହେବ । ପ୍ରତ୍ୟେକ ସ୍ଥାନରେ କର୍ମଚାରୀଙ୍କ ରହଣି ନିମନ୍ତେ ବାସଗୃହ ନିର୍ମାଣ କରାଯିବ। ଏହି ନୂତନ ରେଳପଥ କାର୍ଯ୍ୟକ୍ଷମ ହେଲେ ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶ୍ରୀନୀଳମାଧବ କ୍ଷେତ୍ର କଣ୍ଟିଲୋ, ନୟାଗଡ଼ ଜିଲାର ଶରଣକୂଳସ୍ଥିତ ପ୍ରସିଦ୍ଧ ଲଡ଼ୁବାବାଙ୍କ ଶୈବପୀଠ, ଓଡ଼ଗାଁର ରଘୁନାଥଙ୍କ ପୀଠ ଓ କଟକ ଜିଲାର ବଡ଼ମ୍ବା ସ୍ଥିତ ମା’ଭଟ୍ଟାରିକାଙ୍କ ପୀଠକୁ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଆଗମନ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସର୍ଭେ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରଣାଳୟ ତୁରନତ ତାଳଚେର-ଗୋପାଳପୁର ବ୍ରଡ଼ଗେଜ ରେଳପଥ ନିର୍ମାଣ ନିମନ୍ତେ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗୁମ୍ମା ଭଲିବଲ ଟିମ ବିଜୟୀ

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri