ତାଳଦଣ୍ଡା କେନାଲ: ପାଣି ନ ଥିବାରୁ ବିସର୍ଜନରେ ବିଳମ୍ବ

କଟକ,୨୩ା୧୧(ଶିଳ୍ପା ପ୍ରୟଦର୍ଶିନୀ)ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବିଦ୍ୟାଧରପୁରର ପ୍ରସିଦ୍ଧ ବଡ଼କାଳୀ, ସାନକାଳୀ ଓ ଦକ୍ଷିଣକାଳୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଘାଟକୂଳରେ ରଖାଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ଘଣ୍ଟାର ଅପେକ୍ଷା ପରେ ତାଳଦଣ୍ଡା କେନାଲରେ ପାଣି ଆସିବାରୁ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ବିଦ୍ୟାଧରପୁର ଅଞ୍ଚଳରେ ବଡ଼କାଳୀ, ସାନକାଳୀ, ଦକ୍ଷିଣ କାଳୀ ସମେତ ହରପାର୍ବତୀ, କାର୍ତ୍ତିକେଶ୍ୱର ମେଢ଼କୁ ମିଶାଇ ୩୧ଟି ମେଢ଼ ରହିଛି। ସେଥିମଧ୍ୟରୁ ବଡ଼କାଳୀ, ସାନ କାଳୀ ଓ ଦକ୍ଷିଣ କାଳୀ ମେଢ଼ ପୂର୍ବ ରୀତିନୀତି ଅନୁଯାୟୀ ତାଳଦଣ୍ଡା କେନାଲରେ ବିସର୍ଜନ କରାଯାଇଥିବାବେଳେ ଅନ୍ୟ ମେଢ଼ଗୁଡିକୁ ପ୍ରଶାସନ ପକ୍ଷରୁ ନିର୍ମିତ ଦୁଇଟି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି। ପୂଜା ପୂର୍ବରୁ ପୂଜା କମିଟି ସହ ପ୍ରଶାସନର ସମସ୍ତ ଆଲୋଚନା ହୋଇଥିଲେ ମଧ୍ୟ ବିସର୍ଜନବେଳେ ସମସ୍ୟା ସୃଷ୍ଟି ହୋଇଥିଲା। ଏନେଇ ବିଦ୍ୟାଧରପୁର ପୂଜା କିମିଟି ଉପସଭାପତି ନଗେନ୍‌ ମହାରଣା କହିଛନ୍ତି, ପରମ୍ପରା ରହିଛି ସତ ହେଲେ ସରକାରଙ୍କ ନିୟମ ଅଲଗା ରହିଛି। ନିୟମ ଅନୁଯାୟୀ କୌଣସି ମେଢ଼ ନଦୀ କିମ୍ବା କେନାଲରେ ସିଧାସଳଖ ପକାଯାଇ ପାରିବନାହିଁ। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହଯୋଗରେ କାଳୀଙ୍କ ମେଢ଼ ବିସର୍ଜନ ତାଳଦଣ୍ଡା କେନାଲରେ କରାଯାଇଛି। କୌଣସି ବାଧା ସୃଷ୍ଟି ହୋଇ ନାହିଁ। ଅନ୍ୟପକ୍ଷରେ ସିଆର୍‌ଆର୍‌ଆଇ ଥାନା ଅଧିକାରୀ କୃପାସିଦ୍ଧୁ ବରାଡ଼ କହିଛନ୍ତି, କେନାଲରେ ପାଣି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କୁ ବୁଝାଇବା ପରେ ସ୍ଥିତି ଆୟତ୍ତକୁ ଆସିଥିଲା। ପରେ କେନାଲରେ ପାଣି ଆସିବାରୁ ମେଢ଼ ବିସର୍ଜନ କରାଯାଇଥିଲା।
ସୂଚନାନୁଯାୟୀ, ଗତ ୧୨ ତାରିଖରେ ବିଦ୍ୟାଧରପୁର ଅଞ୍ଚଳରେ କାଳୀପୂଜା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଅପରାହ୍ନରୁ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ସମସ୍ତ ମେଢ଼ ମେଳଣ ପଡ଼ିଆରେ ପହଞ୍ଚିଥିଲେ। ପରେ ନମ୍ବର ଅନୁଯାୟୀ ସମସ୍ତ ମେଢ଼ ବିସର୍ଜନ କରାଯାଇଥିଲା। ଦୀର୍ଘବର୍ଷ ହେବ ତାଳଦଣ୍ଡା କେନାଲରେ ବିଦ୍ୟାଧରପୁରର ବଡ଼ କାଳୀ, ସାନ କାଳୀ ଓ ଦକ୍ଷିଣ କାଳୀଙ୍କ ମେଢ ବିସର୍ଜନ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri