ତାଳଦଣ୍ଡା କେନାଲ: ପାଣି ନ ଥିବାରୁ ବିସର୍ଜନରେ ବିଳମ୍ବ

କଟକ,୨୩ା୧୧(ଶିଳ୍ପା ପ୍ରୟଦର୍ଶିନୀ)ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବିଦ୍ୟାଧରପୁରର ପ୍ରସିଦ୍ଧ ବଡ଼କାଳୀ, ସାନକାଳୀ ଓ ଦକ୍ଷିଣକାଳୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଘାଟକୂଳରେ ରଖାଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ଘଣ୍ଟାର ଅପେକ୍ଷା ପରେ ତାଳଦଣ୍ଡା କେନାଲରେ ପାଣି ଆସିବାରୁ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ବିଦ୍ୟାଧରପୁର ଅଞ୍ଚଳରେ ବଡ଼କାଳୀ, ସାନକାଳୀ, ଦକ୍ଷିଣ କାଳୀ ସମେତ ହରପାର୍ବତୀ, କାର୍ତ୍ତିକେଶ୍ୱର ମେଢ଼କୁ ମିଶାଇ ୩୧ଟି ମେଢ଼ ରହିଛି। ସେଥିମଧ୍ୟରୁ ବଡ଼କାଳୀ, ସାନ କାଳୀ ଓ ଦକ୍ଷିଣ କାଳୀ ମେଢ଼ ପୂର୍ବ ରୀତିନୀତି ଅନୁଯାୟୀ ତାଳଦଣ୍ଡା କେନାଲରେ ବିସର୍ଜନ କରାଯାଇଥିବାବେଳେ ଅନ୍ୟ ମେଢ଼ଗୁଡିକୁ ପ୍ରଶାସନ ପକ୍ଷରୁ ନିର୍ମିତ ଦୁଇଟି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି। ପୂଜା ପୂର୍ବରୁ ପୂଜା କମିଟି ସହ ପ୍ରଶାସନର ସମସ୍ତ ଆଲୋଚନା ହୋଇଥିଲେ ମଧ୍ୟ ବିସର୍ଜନବେଳେ ସମସ୍ୟା ସୃଷ୍ଟି ହୋଇଥିଲା। ଏନେଇ ବିଦ୍ୟାଧରପୁର ପୂଜା କିମିଟି ଉପସଭାପତି ନଗେନ୍‌ ମହାରଣା କହିଛନ୍ତି, ପରମ୍ପରା ରହିଛି ସତ ହେଲେ ସରକାରଙ୍କ ନିୟମ ଅଲଗା ରହିଛି। ନିୟମ ଅନୁଯାୟୀ କୌଣସି ମେଢ଼ ନଦୀ କିମ୍ବା କେନାଲରେ ସିଧାସଳଖ ପକାଯାଇ ପାରିବନାହିଁ। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସହଯୋଗରେ କାଳୀଙ୍କ ମେଢ଼ ବିସର୍ଜନ ତାଳଦଣ୍ଡା କେନାଲରେ କରାଯାଇଛି। କୌଣସି ବାଧା ସୃଷ୍ଟି ହୋଇ ନାହିଁ। ଅନ୍ୟପକ୍ଷରେ ସିଆର୍‌ଆର୍‌ଆଇ ଥାନା ଅଧିକାରୀ କୃପାସିଦ୍ଧୁ ବରାଡ଼ କହିଛନ୍ତି, କେନାଲରେ ପାଣି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କୁ ବୁଝାଇବା ପରେ ସ୍ଥିତି ଆୟତ୍ତକୁ ଆସିଥିଲା। ପରେ କେନାଲରେ ପାଣି ଆସିବାରୁ ମେଢ଼ ବିସର୍ଜନ କରାଯାଇଥିଲା।
ସୂଚନାନୁଯାୟୀ, ଗତ ୧୨ ତାରିଖରେ ବିଦ୍ୟାଧରପୁର ଅଞ୍ଚଳରେ କାଳୀପୂଜା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଅପରାହ୍ନରୁ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ସମସ୍ତ ମେଢ଼ ମେଳଣ ପଡ଼ିଆରେ ପହଞ୍ଚିଥିଲେ। ପରେ ନମ୍ବର ଅନୁଯାୟୀ ସମସ୍ତ ମେଢ଼ ବିସର୍ଜନ କରାଯାଇଥିଲା। ଦୀର୍ଘବର୍ଷ ହେବ ତାଳଦଣ୍ଡା କେନାଲରେ ବିଦ୍ୟାଧରପୁରର ବଡ଼ କାଳୀ, ସାନ କାଳୀ ଓ ଦକ୍ଷିଣ କାଳୀଙ୍କ ମେଢ ବିସର୍ଜନ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri