ବାଥ୍‌ରୁମ୍‌କୁ ମୋବାଇଲ ନେଉଛନ୍ତି କି? ଭୋଗିବେ ଏସବୁ ସମସ୍ୟା…

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଏକ ସାଧାରଣ ଅଭ୍ୟାସ ଦେଖିବାକୁ ମିଳୁଛି। ଲୋକମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ବହୁତ ଲୋକ ଅଛନ୍ତି, ଯେଉଁମାନେ ସାଙ୍ଗରେ ବାଥ୍‌ରୁମକୁ ମୋବାଇଲ ନେଇଯାଇଥାନ୍ତି। ମୋବାଇଲ ନେବା ଦ୍ୱାରା ସେମାନେ ସେମାନଙ୍କର ସମୟ ଅତିବାହିତ କରନ୍ତି। ମୋବାଇଲ ଦେଖି ସେମାନେ ମନକୁ ହାଲୁକା କରନ୍ତି। କିନ୍ତୁ ବାଥ୍‌ରୁମ୍‌କୁ ମୋବାଇଲ ନେବା ଦ୍ୱାରା କ’ଣ କ୍ଷତି ହୋଇଥାଏ ସେ ବିଷୟରେ ଅଧିକାଂଶ ଲୋକଙ୍କର ଧାରଣା ନ ଥାଏ। ତେବେ ଏ ସମ୍ପର୍କରେ ବିଶେଷଜ୍ଞମାନେ କ’ଣ କୁହନ୍ତି ଜାଣନ୍ତୁ…

ନିକଟରେ ଜଣେ ଡାକ୍ତର ଏହାର ନକାରାତ୍ମକ ପ୍ରଭାବ ଲୋକଙ୍କ ସହ ଶେୟାର କରିଛନ୍ତି। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡ. ସୌରଭ ସେଠୀ ଏହା କରିବାର ପରିଣାମ ଲୋକଙ୍କୁ କହିଛନ୍ତି। କାହିଁକି ଲୋକମାନେ ମୋବାଇଲ ବାଥ୍‌ରୁମ୍‌କୁ ଉଚିତ ନୁହେଁ ସେ ବିଷୟରେ କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ବାଥ୍‌ରୁମ୍‌କୁ ଫୋନ ନିଅନ୍ତି ସେମାନେ ସେମାନଙ୍କର ରକ୍ଟମ ଏବଂ ମଳଦ୍ୱାର ଉପରେ ବହୁତ ଚାପ ପଡ଼ିଥାଏ।

ମୋବାଇଲ ଦେଖି ଆପଣ ଦୀର୍ଘ ସମୟ ଧରି ଟଏଲେଟ୍‌ରେ ବସିଥା’ନ୍ତି। ଫଳରେ ଅନେକ ପ୍ରକାରର ରୋଗ ହୁଏ। ଏଥିରେ ହେମୋରୋଇଡ, ରେକ୍ଟମ ସହିତ ଜଡ଼ିତ ସମସ୍ୟା ଏବଂ ଅନେକ ପ୍ରକାରର ପେଟ ଜନିତ ସମସ୍ୟା ଦେଖାଯାଏ। ସେ ଆହୁରି ମଧ୍ୟ କହିଛନ୍ତି, ବାଥ୍‌ରୁମ୍‌କୁ ମୋବାଇଲ ନେଉଥିବା ଲୋକଙ୍କଠାରେ ଅର୍ଶ ରୋଗ ଦେଖାଦେଇଥାଏ। ଦୀର୍ଘ ସମୟ ଧରି ଟଏଲେଟ୍‌ରେ ବସିବା ଦ୍ୱାରା ତଳଭାଗରେ ଥିବା ରକ୍ତ ନଳୀ ଫୁଲିଯାଏ।

ଏଥିସହି ଅନେକ ଜୀବାଣୁ ଆପଣଙ୍କ ଫୋନରେ ଲାଗିଥାନ୍ତି। ଯେତେବେଳେ ଆପଣ ବାହାରକୁ ଆସିବେ, ଏହି ଜୀବାଣୁ ଆପଣଙ୍କ ମୋବାଇଲରେ ରହିଥିବେ। ଯିଏ ତୁମ ଫୋନକୁ ଛୁଇଁବ, ଏହି ଜୀବାଣୁ ତାଙ୍କ ହାତରେ ଲାଗି ରହିବ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସ୍ମାର୍ଟଫୋନ୍‌ରେ ଟଏଲେଟ୍‌ ସିଟ୍‌ ଅପେକ୍ଷା ଅଧିକ ଜୀବାଣୁ ଥାଏ। ତା’ପରେ ଖାଦ୍ୟ ଖାଇବା ସମୟରେ ଆପଣ ଏହି ଫୋନକୁ ସ୍ପର୍ଶ କରନ୍ତି, କିମ୍ବା କୌଣସି କାମ କରିବା ସମୟରେ ମୋବାଇଲକୁ ନିଜ ହାତରେ ନେଇଯାଆନ୍ତି। ଏପରି ପରିସ୍ଥିତିରେ ଆପଣ ଅନେକ ପ୍ରକାରର ରୋଗର ଶିକାର ହେବାର ସମ୍ଭାବନା ରହିଛି।