Posted inଜାତୀୟ

ହିନ୍ଦୁ ଶବ୍ଦକୁ ନେଇ ପୁଣି କହିଲେ ବିଧାୟକ, ଭୁଲ କହିଥିବା ପ୍ରମାଣିତ ହେଲେ ପଦରୁ ଦେବି ଇସ୍ତଫା …

ବେଙ୍ଗାଲୁରୁ,୮।୧୧ : ହିନ୍ଦୁ ଶବ୍ଦକୁ ନେଇ କର୍ନାଟକ କଂଗ୍ରେସର କାର୍ଯ୍ୟରତ ରାଜ୍ୟ ଅଧ୍ୟକ୍ଷ ସତୀଶ ଜରକିହୋଲିଙ୍କ ମନ୍ତବ୍ୟକୁ ନେଇ ଉଠାଯାଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ବିବୃତ୍ତି ପରେ, କଂଗ୍ରେସ ସତୀଶଙ୍କଠାରୁ ନିଜକୁ ଦୂରେଇ ରଖିଛି। ଏଥି ସହିତ ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟ ହିନ୍ଦୁ ସଂଗଠନମାନେ ତାଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ତେବେ ସତୀଶ ତାଙ୍କ ମନ୍ତବ୍ୟରୁ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ମଙ୍ଗଳବାର ସେ ପୁଣି ଥରେ କହିଛନ୍ତି ଯେ ମୋର ବିବୃତ୍ତି ପାଇଁ ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ। ଯଦି ମୁଁ ଭୁଲ, ତେବେ ଏହାକୁ ପ୍ରମାଣ କର। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ମୋର ଭୁଲ ପ୍ରମାଣିତ ହୁଏ ତେବେ ମୁଁ ମୋର ବିଧାୟକ ପଦରୁ ଇସ୍ତଫା ଦେବି।

ସତୀଶ ରବିବାର କର୍ନାଟକର ବେଲାଗାଭି ଜିଲାର ନିପ୍ପାନ୍ନି ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହିନ୍ଦୁ ଶବ୍ଦ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ହିନ୍ଦୁ ଶବ୍ଦ ଭାରତର ନୁହେଁ। ଏହା ଏକ ପାର୍ସୀ ଭାଷା ଶବ୍ଦ। ସେ ଏହା ମଧ୍ୟ କହିଥିଲେ ଯେ ଯଦି ତୁମେ ହିନ୍ଦୁ ଶବ୍ଦର ଅର୍ଥ ଜାଣିବ ତେବେ ତୁମେ ଲଜ୍ଜିତ ହେବ। ଏହାର ଅର୍ଥ ବହୁତ ମଇଳା। ସେ ହିନ୍ଦୀରେ ଭାଷଣ ଦେବା ସମୟରେ ଏହି କଥା କହିଥିଲେ। ସେ କହିଥିଲେ ଯଦି ହିନ୍ଦୁ ଶବ୍ଦ ଭାରତର ନୁହେଁ ତେବେ କିପରି ଆପଣ ହିନ୍ଦୁ ହୋଇଗଲା? ଏହା ଉପରେ ଆଲୋଚନା ହେବା ଉଚିିତ। ତାଙ୍କର ଏହି ବିବୃତ୍ତି ରାଜନୈତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

କର୍ନାଟକ କଂଗ୍ରେସ ନେତାଙ୍କ ଏହି ବିବୃତ୍ତି ପରେ ରାଜ୍ୟରେ ଆରୋ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏଥିପାଇଁ ଭାଜପା କ୍ରମାଗତ ଭାବେ କଂଗ୍ରେସ ଏବଂ ସତୀଶଙ୍କୁ ଟାର୍ଗେଟ କରୁଛି। ଏହି ପ୍ରସଙ୍ଗରେ ଭାଜପା ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅର୍ଦ୍ଧ ଜ୍ଞାନ ଥିବା ଓ ଏକ ସମ୍ପ୍ରଦାୟକୁ ଖୁସି କରିବା ଏବଂ ସଂଖ୍ୟାଲଘୁ ଭୋଟ ପାଇବା ସ୍ବପ୍ନ ଦେଖି ସତୀଶ ଏଭଳି କରିଛନ୍ତି। ଏହି ବିବୃତ୍ତି ଜାତୀୟ ବିରୋଧୀ ଏବଂ ଏହାକୁ ସମସ୍ତେ ନିନ୍ଦା କରିବା ଉଚିତ। ସେ କର୍ନାଟକ କଂଗ୍ରେସ ନେତାଙ୍କ ବିବୃତ୍ତି ସମ୍ପର୍କରେ ବୋମ୍ମାଇ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ସିଦ୍ଧରମୈୟାଙ୍କ ନୀରବତା ସତୀଶଙ୍କ ବକ୍ତବ୍ୟକୁ ସମର୍ଥନ କରୁଛନ୍ତି କି?

ବିବାଦ ମଧ୍ୟରେ କଂଗ୍ରେସର କର୍ନାଟକ ୟୁନିଟ ସମଗ୍ର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ମଙ୍ଗଳବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସତୀଶଙ୍କ ବିବୃତ୍ତି ଦଳର ମତ ନୁହେଁ। ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତାମତ। ଏହି ବିବୃତ୍ତି ସମ୍ପର୍କରେ ଦଳ ତାଙ୍କଠାରୁ ସ୍ପଷ୍ଟୀକରଣ ମାଗିବ। ସେ କହିଛନ୍ତି ଯେ କଂଗ୍ରେସ ଦଳ ସମସ୍ତ ଧର୍ମକୁ ସମର୍ଥନ କରେ ଏବଂ ସଦୀଶଙ୍କ ବିବୃତ୍ତିରେ ସହମତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri