ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ନେଉଥିଲେ ,ସ୍ବାମୀଙ୍କ ସ୍ତ୍ରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ସୁଭଦ୍ରା ଯୋଜନା ଓ ଅନଲାଇନରେ ଜମା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ନିଳାଦ୍ରୀବିହାର ଓ ସତ୍ୟନଗର ସ୍ଥିତ ୨ ଟି ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କୁ ଟଙ୍କା ମାଗୁଥିଲେ । ଅଭିଯୋଗ ପରେ ଉକ୍ତ ଜନସେବା କେନ୍ଦ୍ରର ୩ କର୍ମଚାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।

ଏହି ମାମଲାରେ ଚନ୍ଦ୍ରଶେଖରପୁର ପୋଲିସ ସ୍ବାମୀ-ସ୍ତ୍ରୀ ଓ ଖାରବେଳ ନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୀଳାଦ୍ରୀବିହାର ଅଞ୍ଚଳର ଜନସେବା କେନ୍ଦ୍ର ଚଲାଉଥିବା ସସ୍ମିତା ଜେନା ଓ ତାଙ୍କ ସ୍ବାମୀ ରଞ୍ଜିତ ଜେନା ଅନ୍ୟ ଜଣେ ହେଲେ ସତ୍ୟନଗର ଅଞ୍ଚଳର ଜନସେବା କେନ୍ଦ୍ର କରିଥିବା ରତିକାନ୍ତ ସାହୁ । ତେବେ ରତିକାନ୍ତ ସୁଭଦ୍ରା ଫର୍ମ ବିତରଣ ପାଇଁ ଅନୁମତି ନପାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଡିସିପି ପ୍ରତୀକ ସଂ ଖବରଦାତା ସମ୍ମିଳନୀ କରି କହିଛନ୍ତି ।

ସୂଚନାନୁସାରେ ସ୍ବର୍ଣ୍ଣ ମଞ୍ଜରୀ ବେହେରା ନାମୀ ଜଣେ ମହିଳା ହିତାଧିକାରୀ ନିଳାଦ୍ରୀବିହାର ସ୍ଥିତ ଜନଜେବା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଜନସେବା କେନ୍ଦ୍ରରେ ବସିଥିବା ଅଭିଯୁକ୍ତା ସସ୍ମିତାଙ୍କୁ ସୁଭଦ୍ରା ଯୋଜନାର ଫର୍ମ ମାଗି ଅନଲାନରେ ପଞ୍ଜିକରଣ କରାଇଦେବାକୁ ମହିଳା ହିତାଧିକାରୀ ସ୍ବର୍ଣ୍ଣ ତାଙ୍କୁ କହିଥିଲେ। ଏହାପରେ ସସ୍ମିତା ୨୦୦ ଟଙ୍କା ସ୍ବର୍ଣ୍ଣଙ୍କୁ ମାଗିଥିଲେ। ଏନେଇ ସ୍ବର୍ଣ୍ଣ ସ୍ଥାନୀୟ ବିଏମସି ଅଫିସକୁ ଯାଇ ଜୋନ କମିଶନରଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ ।

ଏହାପରେ ଜୋନ କମିଶନର ନିଳାଦ୍ରୀବିହାରସ୍ଥିତ ଜନସେବା କେନ୍ଦ୍ରକୁ ଯାଇ ଯାଞ୍ଚ କରିବା ପରେ ଟଙ୍କା ମାଗିବାରୁ ପ୍ରମାଣ ପାଇ ଚନ୍ଦ୍ରଶେଖରପୁର ଥାନାରେ ଜଣାଇଥିଲେ। ଅନ୍ୟପଟେ ତୋଷାଳି ଭବନ ପାଖରେ ଜନସେବା କେନ୍ଦ୍ରରେ ଅଭିଯୁକ୍ତ ରତିକାନ୍ତ ଫର୍ମ ପିଛା ହିତାଧିକାରୀଙ୍କଠାରୁ ୨୦ ଟଙ୍କା ନେଉଥିବାର ଅଭିଯୋଗ ଆସିବା ପରେ ବିଏମସିର ଦକ୍ଷିଣ-ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଥିବା ରାଜଲକ୍ଷ୍ମୀ ସାହୁ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଉଭୟ ଅଭିଯୋଗ ଆଧାରରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri