ଔଷଧ ଖାଉଥିଲେ…

ସାଧାରଣତଃ ଆମେ କୌଣସି ରୋଗରେ ପୀଡିତ ହେଲେ ଔଷଧ ଖାଇଥାଉ। ବେଳେବେଳେ ମେଡିସିନ୍‌ ଷ୍ଟୋର୍‌ରେ ରୋଗର କାରଣ ସମ୍ପର୍କରେ ସୂଚନା ଦେଇ ଔଷଧ ଆଣିବାକୁ କେତେକ ପସନ୍ଦ କରିଥାଆନ୍ତି। ହେଲେ କୌଣସି ଔଷଧ କିଣିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ଅନ୍ୟପକ୍ଷରେ ମନକୁ ମନ କୌଣସି ରୋଗ ପାଇଁ ମେଡିସିନ୍‌ ଆଣି ଖାଇବା ପୂର୍ବରୁ ତାହା ଠିକ୍‌ କି ଭୁଲ ସେ ବିଷୟରେ ତର୍ଜମା କରନ୍ତୁ। ଯଦି ମେଡିସିନ୍‌ କିଣିବା ସମୟରେ ମନରେ କୌଣସି ଦ୍ୱନ୍ଦ୍ୱ ଉପୁଜୁଛି ତେବେ ମେଡିସିନ୍‌ ଏକ୍ସପର୍ଟ ନ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ଆପଣ ଦୀର୍ଘକାଳୀନ ରୋଗରେ ପୀଡିତ, ତେବେ ମନକୁ ମନ ଔଷଧ ଖାଇବା ବନ୍ଦ କରି ଦିଅନ୍ତୁ ନାହିଁ। ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି କୌଣସି ଔଷଧ ଖାଇଲେ ଆପଣଙ୍କର ଆଲର୍ଜି ସମସ୍ୟା ରହିଛି ତେବେ ପରାମର୍ଶ ସମୟରେ ଡାକ୍ତରଙ୍କୁ ସେ ବିଷୟରେ ଅବଗତ କରାଇବାକୁ ଭୁଲନ୍ତୁ ନାହିଁ।