ମାସ୍କ ନ ପିନ୍ଧି ଡ୍ୟୁଟି କରୁଥିଲେ ଖାକିଧାରୀ: ପଚାରିବାରୁ ନାଲିଆଖି, ମାଡ଼ ମାରି ଥାନାକୁ ଟେକିନେଲେ

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ନିୟମ ଉଲ୍ଲଂଘନ କରୁଥିବା ପୋଲିସ ବାବୁଙ୍କ ଫଟୋ ଉଠାଇବା ଦୁଇ ଛାତ୍ରଙ୍କ ପାଇଁ ମହଙ୍ଗା ପଡିଛି। ଖାକି ପାହାର ଖାଇବା ସହ ଥାନା ହାଜତରେ ସମୟ ବିତିଛି। ମଞ୍ଚେଶ୍ୱର ଥାନା ପୋଲିସର ଏପରି ବର୍ବରତା ଖାକି ପୋଷାକରେ କଳଙ୍କର ଛିଟା ଲଗାଇଛି। ବର୍ତ୍ତମାନ ଅମାନିଆଙ୍କ ପାଇଁ ସହରରେ କରୋନା ସ୍ଥିତି ବିଗୁଡୁଥିବାବେଳେ ଏହାକୁ ରୋକିବାରେ ପୋଲିସ ଯୋଦ୍ଧାର ଭୂମିକା ନେଉଛି। ଏପରିସ୍ଥିତିରେ ଶନିବାରଠାରୁ କଟକ ଓ ଭୁବନେଶ୍ୱରରେ ନାଇଟ୍‌ କଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ହେଲେ ଏହାପୂର୍ବରୁ ପୋଲିସ୍‌ର ଅସଲ ଚେହେରା ପଦାକୁ ଆସିଛି।

ପୋଲିସ ନିର୍ଯାତନାର ଶିକାର ହୋଇଥିବା ଦୁଇ ଛାତ୍ରଙ୍କ ଘର ମଞ୍ଚେଶ୍ୱର ଥାନା ଚକେଇସାଆଣି ବସ୍ତିରେ। ଜଣେ ଯୁକ୍ତ୨ ପ୍ରଥମ ବର୍ଷରେ ପଢ଼ୁଥିବାବେଳେ ଅନ୍ୟଜଣେ ଦଶମ ଶ୍ରେଣୀର ଛାତ୍ର। ଆମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବାବେଳେ ଏହି ଦୁଇ ଛାତ୍ର ଥାନା ହାଜତରେ କାନ୍ଦୁଥିଲେ। ଆମର ଦୋଷ କ’ଣ କହି ସେଠାରେ ଥିବା ପୋଲିସ କର୍ମଚାରୀଙ୍କୁ ଛାଡ଼ି ଦେବାକୁ ନେହୁରା ହେଉଥିଲେ। ଏହାଦେଖି ଆମ ପ୍ରତିନିଧି ସେଠାରେ ପହଞ୍ଚତ୍ଥିଲେ। ପୋଲିସ ପ୍ରଥମେ ବାରଣ କରିଥିଲେ। ପରେ ଦୁଇଛାତ୍ରଙ୍କ ସହ କଥାହେବା ପରେ ଘଟଣା ଜଣାପଡିଥିଲା। ସେମାନଙ୍କ କହିବାନୁସାରେ, ଅନ୍ୟ ସାଙ୍ଗମାନଙ୍କ ସହ ଦୁଇଛାତ୍ର କୁଆଖାଇ ବନ୍ଧ ନିକଟରେ ଖେଳୁଥିଲେ। ଏହି ସମୟରେ ମଞ୍ଚେଶ୍ୱର ଥାନାର ଏକ ପିସିଆର ଭ୍ୟାନ ସେଠାରେ ପହଞ୍ଚତ୍ ଅଟକି ରହିଥିଲା। ପିସିଆର୍‌ରେ ଥିବା ପୋଲିସ କର୍ମଚାରୀଙ୍କ ମୁହଁରେ ମାସ୍କ ନ ଥିଲା। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବି ନ ଥିଲା। ଏହାଦେଖି ଛାତ୍ରମାନେ ଏକାଠି ହୋଇ ପିସିଆର୍‌ ପାଖକୁ ଯାଇ ପୋଲିସକୁ ସଚେତନ କରାଇବାକୁ ଯାଇଥିଲେ।

ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଆପଣମାନେ ଲୋକଙ୍କୁ କୋଭିଡ ସେଚେତନତା କରାଉଛନ୍ତି। ଯେଉଁମାନେ ନିୟମ ମାନୁନାହାନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ନେଉଛନ୍ତି। ହେଲେ ଆପଣମାନେ କ’ଣ ପାଇଁ ମାସ୍କ ପିନ୍ଧିବାକୁ ଭୁଲିଯାଉଛନ୍ତି ବୋଲି ଛାତ୍ରମାନେ ପୋଲିସକୁ ପ୍ରଶ୍ନ କରିଥିଲେ। ଏହି ସମୟରେ ଜଣେ ଛାତ୍ର ତାଙ୍କ ମୋବାଇଲ୍‌ ଫୋନ୍‌ରେ ଫଟୋ ଉଠାଉଥିଲେ। ଏହାଦେଖି ଉଲ୍ଲଂଘନକାରୀ ପୋଲିସ କର୍ମଚାରୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ଛାତ୍ରମାନଙ୍କୁ ଗୋଡ଼ାଇପିଟିବାବେଳେ ଦୁଇଜଣ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ପୋଲିସ ସେମାନଙ୍କୁ ନିସ୍ତୁକ ପିଟିବା ସହ ପିସିଆର୍‌ ଭ୍ୟାନ୍‌ରେ ଥାନାକୁ ଉଠାଇ ଆଣି ହାଜତରେ ପୂରାଇ ଦେଇଥିଲା। ସେମାନଙ୍କାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇବା ସହ ଘର ଠିକଣା ଲେଖିନେଇଥିଲା। ଏଥିସହ ଅନ୍ୟ ସାଙ୍ଗମାନଙ୍କୁ ପୋଲିସ ଫୋନ କରି ଡକାଇଥିଲେ ମଧ୍ୟ କେହି ଆସି ନ ଥିଲେ। ଏଥିରେ ଦୁଇ ଛାତ୍ର ଭୟଭୀତ ହୋଇପଡିଥିଲେ। ଘର ଲୋକ ଜାଣିଲେ ଆମ ପାଠପଢ଼ା ବନ୍ଦ କରିଦେବେ ବୋଲି ଭାବି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତେଣୁ ଘର ଲୋକଙ୍କୁ ନ ଜଣାଇ ଛାଡ଼ି ଦେବାକୁ କହୁଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ଏ ସମ୍ପର୍କରେ ଥାନାର ଭାରପ୍ରାପ୍ତ ଅଧିକାରୀ ଷ୍ଟାଲିନ୍‌ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ସେ କୋଭିଡ୍‌ ଡ୍ୟୁଟିରେ ଥିବାରୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣା ସଂକ୍ରାନ୍ତରେ ମୁଁ ଅବଗତ ନାହିଁ। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri