୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ଭାକ୍ସିନ୍‌ ମିକ୍ସିଂ ପାଇଁ ଅନୁମତି…

ବର୍ଲିନ୍‌,୧୦।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି କୁହାଯାଇ ୟୁରୋପରେ ପ୍ରଥମେ ଜର୍ମାନୀରେ ଭାକ୍ସିନ୍‌ ମିକ୍ସିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏଠାରେ ଆଷ୍ଟ୍ରାଜେନିକା, ମଡ଼ର୍ନା ଏବଂ ଫାଇଜର ଭାକ୍ସିନ୍‌ ଲୋକଙ୍କୁ ମିଶ୍ରିତ ଭାବେ ଦିଆଯିବାକୁ ଯୋଜନା କରାଯାଉଛି। ଏଠାରେ ଲୋକଙ୍କୁ ଏଣିକି ଉପଲବ୍ଧ ଭାକ୍ସିନ୍‌ର ଦୁଇ ଭିନ୍ନ ଭିନ୍ନ ଡୋଜ୍‌ ପ୍ରଦାନ କରାଯିବ। ପ୍ରଥମ ଡୋଜ୍‌ ଆଷ୍ଟ୍ରାଜେନିକା ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‌ରେ ଫାଇଜର ଅବା ମଡ଼ର୍ନା ଭାକ୍ସିନ୍‌ ଦିଆଯାଇ ପାରିବ। ଏହାଦ୍ୱାରା କରୋନା ମହାମାରୀ ବିରୋଧରେ ଲଢ଼ିବା ସହଜ ହେବ ବୋଲି ଜର୍ମାନୀରେ ଟିକାକରଣ ପାଇଁ ଗଠନ କରାଯାଇଥିବା ସ୍ଥାୟୀ କମିଟି ଷ୍ଟିକୋ ପକ୍ଷରୁ କୁହାଯାଇଛି।

Share