‘ରାସ୍ତାରୁ ପାର୍କିଂ ଗାଡ଼ି ହଟାଅ’

ଭୁବନେଶ୍ୱର,୪।୧୨(ସୁନିତ୍‌ ମିଶ୍ର): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏବେ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ହେଉଥିବାବେଳେ ପ୍ରତିଦିନ ରାସ୍ତା ଦୁର୍ଘଟଣାରେ ବହୁ ଜୀବନ ଯାଉଛି। ବିଭିନ୍ନ ଜିଲାରେ ବଡ଼ ବଡ଼ ଦୁର୍ଘଟଣା ଘଟିଥିବାବେଳେ ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ସାମ୍ନାକୁ ଆସିଛି। ଏହାକୁ ନେଇ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟର ସବୁ ଆର୍‌ଟିଓମାନଙ୍କୁ ଶନିବାର ଚିଠି ଲେଖି ପାଟ୍ରୋଲିଂ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଦାୟିତ୍ୱରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଛନ୍ତି। ଅନ୍ୟପଟେ କେନ୍ଦୁଝର ଦୁର୍ଘଟଣାକୁ ନେଇ ପରିବହନ ସଚିବ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କୁ ଦୋଷ ଦେଇଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୧ ତାରିଖରେ କେନ୍ଦୁଝର ଜିଲା ବାଲିଯୋଡ଼ିସ୍ଥିତ ୨୦ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏକ ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରାସ୍ତା ଉପରେ ପାର୍କିଂ କରିଥିବା ଏକ ଗାଡ଼ି ପଛରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ପିଟି ହୋଇଯାଇଥିଲା। ଏହିପରି ରାସ୍ତା ଉପରେ ପାର୍କିଂ କାରଣରୁ ରାଜ୍ୟରେ ବହୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଦୁର୍ଘଟଣା ପରେ ରାସ୍ତା ଉପରେ ପଡ଼ି ରହୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା ଲାଗି ସବୁ ଆର୍‌ଟିଓକୁ ସଡ଼କ ସୁରକ୍ଷା ପାଣ୍ଠିରୁ ଲକ୍ଷେ ଟଙ୍କା ଲେଖାଏ ଦିଆଯାଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଶୂନ୍ୟ ମୃତ୍ୟୁ ସପ୍ତାହ’ର ସ୍ଥିତି ଅନୁଧ୍ୟାନ କରାଯାଉଛି। ତେଣୁ ପ୍ରତ୍ୟେକ ସମୟରେ ଏନ୍‌ଏଚ୍‌ରେ ପାଟ୍ରୋଲିଂ କରି ରାସ୍ତାରେ ପାର୍କିଂ କରୁଥିବା ଗାଡ଼ିଗୁଡିକୁ ହଟାଅ। ଆବଶ୍ୟକ ହେଲେ ଚଳିତ ସପ୍ତାହ ଲାଗି ଭଡାରେ ଆହୁରି ଗାଡ଼ି ଆଣି ଏହି କାର୍ଯ୍ୟରେ ବିନିଯୋଗ କର। ଏସ୍‌ପି ଏବଂ ପୋଲିସ୍‌ ଡେପୁଟି କମିଶନରଙ୍କୁ ଅନୁରୋଧ କରି ପୋଲିସ୍‌ ଫୋର୍ସଙ୍କୁ ପାଟ୍ରୋଲିଂ କାର୍ଯ୍ୟରେ ନିଯୋଜିତ କର। ଯଦି କୌଣସି ଅବହେଳା କାରଣରୁ ରାସ୍ତାରେ ଦୁର୍ଘଟଣା ଘଟେ, ତେବେ ଦାୟିତ୍ୱରେ ଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ସଚିବ ପାଢ଼ୀ ଆଉ ଏକ ଚିଠି ମଧ୍ୟ ଏନ୍‌ଏଚ୍‌ଏଆଇର ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଲେଖିଛନ୍ତି। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଲାଗି କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିଜର ଉତ୍ତମ ପ୍ରଦର୍ଶନ ଦେବାକୁ ଚେଷ୍ଟା କରୁଛନ୍ତି। ହେଲେ ଗତ ୧ ତାରିଖରେ କେନ୍ଦୁଝରଠାରେ ଯେଉଁ ସଡ଼କ ଦୁର୍ଘଟଣା ହେଲା ସେହି ସ୍ଥାନକୁ ସଡ଼କ ପରିବହନ ଏବଂ ହାଇଓ୍ବେ ମନ୍ତ୍ରଣାଳୟ ଚିହ୍ନଟ କରିଥିବା କଥା ଆପଣଙ୍କୁ ଜଣାଅଛି। ଏନ୍‌ଏଚ୍‌ଏଆଇର ପିଡିଙ୍କୁ ମଧ୍ୟ ଏ ବାବଦରେ ଜଣାଅଛି। ଦୁଇ ଦିନ ତଳେ କେନ୍ଦୁଝର ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଟ୍ରାଫିକ କ୍ଲେମିଂ ବ୍ୟବସ୍ଥା ଗ୍ରହଣ କରିବାକୁ ପିଡି ଏନ୍‌ଏଚ୍‌ଏଆଇଙ୍କୁ କୁହାଯାଇଥିଲା। ଏହା ସହ ଦୁର୍ଘଟଣା ଘଟିବା ପରେ କେନ୍ଦୁଝର ଆର୍‌ଟିଓ ଘଟଣାସ୍ଥଳରେ ପହଞ୍ଚତ୍ବା ଲାଗି ହାଇଓ୍ବେ ପାଟ୍ରୋଲିଂ ଟିମ୍‌ ଏବଂ ଏନ୍‌ଏଚ୍‌ଏଆଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ସେମାନେ ଆନ୍ଦୋଳନରେ ଥିବାରୁ ଆସିବାକୁ ମନା କରିଦେଇଥିଲେ। ଏନ୍‌ଏଚ୍‌ଏଆଇ ପାଟ୍ରୋଲିଂ ଟିମ୍‌ ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଉନାହାନ୍ତି। ସଡ଼କ କଡ଼ରେ ଗାଡ଼ିଗୁଡ଼ିକ ପାର୍କିଂ କରିବା ରାଜ୍ୟର ଏକ ବଡ଼ ସମସ୍ୟା। ଏନ୍‌ଏଚ୍‌ଏଆଇ ଏକ ଘରୋଇ ଟିମ୍‌ ସହ ଚୁକ୍ତି ସ୍ବାକ୍ଷର କରି ଏନ୍‌ଏଚ୍‌ରୁ ବେଆଇନ ପାର୍କିଂ ହଟାଇବା, ଦୁର୍ଘଟଣାଗ୍ରସ୍ତ ଗାଡ଼ି ହଟାଇବା, ମୃତ ପଶୁପକ୍ଷୀଙ୍କ ମୃତ ଶରୀର ହଟାଇବା ଦାୟିତ୍ୱ ନେଇଛନ୍ତି। ହେଲେ ସେମାନେ ତାଙ୍କ କାର୍ଯ୍ୟ ଠିକ୍‌ ଭାବେ କରୁନାହାନ୍ତି। କାହା ଦାୟିତ୍ୱହୀନତା ଲାଗି ଲୋକଙ୍କ ଜୀବନ ଯିବା କଥାକୁ ଅଣଦେଖା କରାଯିବ ନାହିଁ। ଆନ୍ଦୋଳନରେ ଥିଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ। ଏଭଳି ଘଟଣା ଆଗକୁ ଘଟିଲେ ସେମାନଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ଗ୍ରହଣ କରାଯିବ ବୋଲି ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri