‘ରାସ୍ତାରୁ ପାର୍କିଂ ଗାଡ଼ି ହଟାଅ’

ଭୁବନେଶ୍ୱର,୪।୧୨(ସୁନିତ୍‌ ମିଶ୍ର): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏବେ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ହେଉଥିବାବେଳେ ପ୍ରତିଦିନ ରାସ୍ତା ଦୁର୍ଘଟଣାରେ ବହୁ ଜୀବନ ଯାଉଛି। ବିଭିନ୍ନ ଜିଲାରେ ବଡ଼ ବଡ଼ ଦୁର୍ଘଟଣା ଘଟିଥିବାବେଳେ ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ସାମ୍ନାକୁ ଆସିଛି। ଏହାକୁ ନେଇ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟର ସବୁ ଆର୍‌ଟିଓମାନଙ୍କୁ ଶନିବାର ଚିଠି ଲେଖି ପାଟ୍ରୋଲିଂ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଦାୟିତ୍ୱରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଛନ୍ତି। ଅନ୍ୟପଟେ କେନ୍ଦୁଝର ଦୁର୍ଘଟଣାକୁ ନେଇ ପରିବହନ ସଚିବ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କୁ ଦୋଷ ଦେଇଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୧ ତାରିଖରେ କେନ୍ଦୁଝର ଜିଲା ବାଲିଯୋଡ଼ିସ୍ଥିତ ୨୦ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏକ ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରାସ୍ତା ଉପରେ ପାର୍କିଂ କରିଥିବା ଏକ ଗାଡ଼ି ପଛରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ପିଟି ହୋଇଯାଇଥିଲା। ଏହିପରି ରାସ୍ତା ଉପରେ ପାର୍କିଂ କାରଣରୁ ରାଜ୍ୟରେ ବହୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଦୁର୍ଘଟଣା ପରେ ରାସ୍ତା ଉପରେ ପଡ଼ି ରହୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା ଲାଗି ସବୁ ଆର୍‌ଟିଓକୁ ସଡ଼କ ସୁରକ୍ଷା ପାଣ୍ଠିରୁ ଲକ୍ଷେ ଟଙ୍କା ଲେଖାଏ ଦିଆଯାଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଶୂନ୍ୟ ମୃତ୍ୟୁ ସପ୍ତାହ’ର ସ୍ଥିତି ଅନୁଧ୍ୟାନ କରାଯାଉଛି। ତେଣୁ ପ୍ରତ୍ୟେକ ସମୟରେ ଏନ୍‌ଏଚ୍‌ରେ ପାଟ୍ରୋଲିଂ କରି ରାସ୍ତାରେ ପାର୍କିଂ କରୁଥିବା ଗାଡ଼ିଗୁଡିକୁ ହଟାଅ। ଆବଶ୍ୟକ ହେଲେ ଚଳିତ ସପ୍ତାହ ଲାଗି ଭଡାରେ ଆହୁରି ଗାଡ଼ି ଆଣି ଏହି କାର୍ଯ୍ୟରେ ବିନିଯୋଗ କର। ଏସ୍‌ପି ଏବଂ ପୋଲିସ୍‌ ଡେପୁଟି କମିଶନରଙ୍କୁ ଅନୁରୋଧ କରି ପୋଲିସ୍‌ ଫୋର୍ସଙ୍କୁ ପାଟ୍ରୋଲିଂ କାର୍ଯ୍ୟରେ ନିଯୋଜିତ କର। ଯଦି କୌଣସି ଅବହେଳା କାରଣରୁ ରାସ୍ତାରେ ଦୁର୍ଘଟଣା ଘଟେ, ତେବେ ଦାୟିତ୍ୱରେ ଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ସଚିବ ପାଢ଼ୀ ଆଉ ଏକ ଚିଠି ମଧ୍ୟ ଏନ୍‌ଏଚ୍‌ଏଆଇର ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଲେଖିଛନ୍ତି। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଲାଗି କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିଜର ଉତ୍ତମ ପ୍ରଦର୍ଶନ ଦେବାକୁ ଚେଷ୍ଟା କରୁଛନ୍ତି। ହେଲେ ଗତ ୧ ତାରିଖରେ କେନ୍ଦୁଝରଠାରେ ଯେଉଁ ସଡ଼କ ଦୁର୍ଘଟଣା ହେଲା ସେହି ସ୍ଥାନକୁ ସଡ଼କ ପରିବହନ ଏବଂ ହାଇଓ୍ବେ ମନ୍ତ୍ରଣାଳୟ ଚିହ୍ନଟ କରିଥିବା କଥା ଆପଣଙ୍କୁ ଜଣାଅଛି। ଏନ୍‌ଏଚ୍‌ଏଆଇର ପିଡିଙ୍କୁ ମଧ୍ୟ ଏ ବାବଦରେ ଜଣାଅଛି। ଦୁଇ ଦିନ ତଳେ କେନ୍ଦୁଝର ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଟ୍ରାଫିକ କ୍ଲେମିଂ ବ୍ୟବସ୍ଥା ଗ୍ରହଣ କରିବାକୁ ପିଡି ଏନ୍‌ଏଚ୍‌ଏଆଇଙ୍କୁ କୁହାଯାଇଥିଲା। ଏହା ସହ ଦୁର୍ଘଟଣା ଘଟିବା ପରେ କେନ୍ଦୁଝର ଆର୍‌ଟିଓ ଘଟଣାସ୍ଥଳରେ ପହଞ୍ଚତ୍ବା ଲାଗି ହାଇଓ୍ବେ ପାଟ୍ରୋଲିଂ ଟିମ୍‌ ଏବଂ ଏନ୍‌ଏଚ୍‌ଏଆଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ସେମାନେ ଆନ୍ଦୋଳନରେ ଥିବାରୁ ଆସିବାକୁ ମନା କରିଦେଇଥିଲେ। ଏନ୍‌ଏଚ୍‌ଏଆଇ ପାଟ୍ରୋଲିଂ ଟିମ୍‌ ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଉନାହାନ୍ତି। ସଡ଼କ କଡ଼ରେ ଗାଡ଼ିଗୁଡ଼ିକ ପାର୍କିଂ କରିବା ରାଜ୍ୟର ଏକ ବଡ଼ ସମସ୍ୟା। ଏନ୍‌ଏଚ୍‌ଏଆଇ ଏକ ଘରୋଇ ଟିମ୍‌ ସହ ଚୁକ୍ତି ସ୍ବାକ୍ଷର କରି ଏନ୍‌ଏଚ୍‌ରୁ ବେଆଇନ ପାର୍କିଂ ହଟାଇବା, ଦୁର୍ଘଟଣାଗ୍ରସ୍ତ ଗାଡ଼ି ହଟାଇବା, ମୃତ ପଶୁପକ୍ଷୀଙ୍କ ମୃତ ଶରୀର ହଟାଇବା ଦାୟିତ୍ୱ ନେଇଛନ୍ତି। ହେଲେ ସେମାନେ ତାଙ୍କ କାର୍ଯ୍ୟ ଠିକ୍‌ ଭାବେ କରୁନାହାନ୍ତି। କାହା ଦାୟିତ୍ୱହୀନତା ଲାଗି ଲୋକଙ୍କ ଜୀବନ ଯିବା କଥାକୁ ଅଣଦେଖା କରାଯିବ ନାହିଁ। ଆନ୍ଦୋଳନରେ ଥିଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ। ଏଭଳି ଘଟଣା ଆଗକୁ ଘଟିଲେ ସେମାନଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ଗ୍ରହଣ କରାଯିବ ବୋଲି ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri