ଖାଲି ଚାଉଳ ନିଅ

ଭୁବନେଶ୍ୱର,୨୭ା୫(ବ୍ୟୁରୋ):ଆସନ୍ତା ୧୦ ମାସ (ଜୁନ୍‌ରୁ ୨୦୨୩ ମାର୍ଚ୍ଚ) ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳିବ ନାହିଁ। ଏଥିଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏସ୍‌)ରେ ୧ ଟଙ୍କାରେ ଖାଦ୍ୟଶସ୍ୟ ପାଉଥିବା ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ କେବଳ ଚାଉଳ ନେବାକୁ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟଣାଓଟରା ଭିତରେ ହିତାଧିକାରୀମାନେ ବଳିପଡ଼ିବେ। ଯେଉଁ ହିତାଧିକାରୀମାନେ ପୂର୍ବରୁ ଗହମ ନେଉଥିଲେ ସେମାନେ ଏବେ ଚାଉଳ ନେବାକୁ ବାଧ୍ୟ ହେବେ। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହିତାଧିକାରୀମାନଙ୍କୁ କେବଳ ଚାଉଳ ଦେବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର କେବଳ ଚାଉଳ ଦେବାକୁ ରାଜି ହୋଇଥିବାରୁ ଗହମ ଉପରେ ନିର୍ଭର କରୁଥିବା ହିତାଧିକାରୀମାନେ ଏହି ଘୋଷଣା ପରେ ବଜାରରୁ ଗହମ କିଣି ଖାଇବାକୁ ବାଧ୍ୟ ହେବେ। ଏପରି କି ମଧୁମେହ ରୋଗରେ ପୀଡ଼ିତ ଗରିବ ହିତାଧିକାରୀମାନେ ମଧ୍ୟ ୧ ଟଙ୍କାରେ ଗହମ ପାଇବେ ନାହିଁ। ସେମାନେ ବଜାର ମୂଲ୍ୟରେ ଗହମ କିଣିବେ, ନଚେତ୍‌ ଦୋକାନରୁ ଅଟା କିଣି ଖାଇବେ। ଗହମ ଯୋଗାଣରେ ବିଳମ୍ବ ଏବଂ ଏକକାଳୀନ ୩ ମାସ ପାଇଁ ଗହମ ନ ମିଳିବାରୁ ରାଜ୍ୟକୁ ଚାଉଳ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏସ୍‌ ହିତାଧିକାରୀଙ୍କ ମଧ୍ୟରୁ ୧୪% ଲୋକ ଗହମ ନେଉଥିବାବେଳେ ଅବଶିଷ୍ଟ ୮୬% ଚାଉଳ ନେଉଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ମାସିକ ୨୪,୭୦୦ ମେଟ୍ରିକ ଟନ୍‌ ଗହମ ଯୋଗାଇ ଦେଉଛନ୍ତି। ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) କାର୍ଯ୍ୟକାରୀ ହେବା ପରଠୁ ଅଦ୍ୟାବଧି ସବୁ ଠିକ୍‌ ଚାଲିଥିଲା। ପ୍ରତ୍ୟେକ ମାସରେ ହିତାଧିକାରୀମାନଙ୍କୁ ଗହମ ଯୋଗାଇ ଦିଆଯାଉଥିଲା। ତେବେ ୬ ମାସ ହେବ କେନ୍ଦ୍ର ସରକାର ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ସମସ୍ୟା ଦେଖାଦେଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଇଚ୍ଛାକୁ ହିତାଧିକାରୀଙ୍କ ଉପରେ ଲଦି ଚାଲିଛନ୍ତି। କେନ୍ଦ୍ର ସରକାର ପଞ୍ଜାବ, ହରିିୟାଣାରୁ କ୍ରୟ କରୁଥିବା ଗହମକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକୁ ଯୋଗାଇ ଦେବା ପାଇଁ ପ୍ରୟାସ କରୁଥିବାବେଳେ ଓଡ଼ିଶା ସରକାର ନିଜ ରାଜ୍ୟରେ ଉତ୍ପାଦିତ ଚାଉଳକୁ ହିତାଧିକାରୀଙ୍କୁ ଦେବା ଲାଗି ଦୀର୍ଘ ଦିନରୁ ଦାବି କରୁଛନ୍ତି। ଏ ନେଇ ନିକଟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେଙ୍କୁ ଚିଠି ଲେଖି ପିଡିଏସ୍‌ ବ୍ୟବସ୍ଥାରେ ଗହମ ବଦଳରେ ୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାର ଏକକାଳୀନ ୩ ମାସ ପାଇଁ ହିତାଧିକାରୀମାନଙ୍କୁ ରାଶନ ବାଣ୍ଟିବା ଦ୍ୱାରା ଏଭଳି ସମସ୍ୟା ଉପୁଜିଛି। କେନ୍ଦ୍ର ସରକାର ପ୍ରତି ମାସରେ ରାଜ୍ୟର କୋଟା ହିସାବରେ ଗହମ ଯୋଗାଣ କରୁଥିଲେ। ମାତ୍ର କୋଭିଡ୍‌ ସମୟରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ଏକକାଳୀନ ଚାଉଳ ଦେବା ନିଷ୍ପତ୍ତି ନେଇଥିଲେ। ଏ ପର୍ଯ୍ୟନ୍ତ ତାହା ବଳବତ୍ତର ରହିଛି। ଫଳରେ କେନ୍ଦ୍ର ସରକାର ଏକକାଳୀନ ଗହମ ଯୋଗାଣରେ ବିଫଳ ହେଉଛନ୍ତି। ରାଜ୍ୟ ସରକାର ରାଜ୍ୟରୁ କ୍ରୟ କରୁଥିବା ଧାନରୁ ଉତ୍ପାଦିତ ଚାଉଳକୁ ବିକ୍ରି କରି ନ ପାରି ହରଡ଼ଘଣାରେ ପଡ଼ିଛନ୍ତି। ଗୋଟିଏପଟେ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ବଳକା ଚାଉଳ ନେବାକୁ ରାଜି ହେଉ ନ ଥିବାବେଳେ ଗୋଦାମ ଖାଲି ନ ହେଲେ ରାଜ୍ୟରେ ଚାଉଳ ରଖିବାକୁ ଜାଗା ଅଭାବ ହେଉଛି। ୨୦୨୧-୨୨ରେ ରାଜ୍ୟରେ ୫୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦିତ ହୋଇଛି। ସେଥିରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଏନ୍‌ଏଫ୍‌ଏସ୍‌ଏ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ ଜନକଲ୍ୟାଣ ଯୋଜନାରେ ଯୋଗାଇ ଦେଉଛନ୍ତି। ୨୨ ଲକ୍ଷ ମେଟ୍ରିକ ଟନ୍‌ ଉଷୁନା ଚାଉଳ ଗୋଦାମରେ ପଡ଼ିରହୁଛି। ସେହି ଚାଉଳ ଖାଲି ନ ହେଲେ ପରବର୍ତ୍ତୀ ବର୍ଷରେ ଆସୁଥିବା ଚାଉଳକୁ ରଖିବା ନେଇ ସମସ୍ୟା ଦେଖାଦେଉଛି। ଗହମ ନେଉଥିବା ହିତାଧିକାରୀ ସୁଦର୍ଶନ ଲେଙ୍କା କହିଛନ୍ତି, ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ। ରୁଟି ଖାଇବା ଜରୁରୀ ହୋଇଗଲାଣି। ଗହମ ନ ମିଳିଲେ ବଜାରରୁ କିଣି ଖାଇବା ମୁସ୍କିଲ ହୋଇଯିବ। କେନ୍ଦ୍ର ସରକାର ପୂର୍ବରୁ ଯେମିତି ଗହମ ଯୋଗାଇ ଦେଉଥିଲେ ଏବେ ସେମିତି ଯୋଗାଇ ଦିଅନ୍ତୁ। ଯେଉଁମାନେ ଚାଉଳ ନେବା କଥା ସେମାନେ ଚାଉଳ ନିଅନ୍ତୁ। ସମସ୍ତଙ୍କୁ ଚାଉଳ ନେବାକୁ ବାଧ୍ୟ କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri