Categories: ଜାତୀୟ

ପୋଷା କୁକୁରକୁ ଛାଡ଼ନ୍ତୁ ନାହିଁ ବାହାରକୁ

କୋଲକାତା, ୨୧।୨: ଗତ ଦୁଇ ସପ୍ତାହରେ କୋଲକାତାରେ ମଲେଣି ୬୦ ବୁଲା କୁକୁର ଓ ୧୨ରୁ ଅଧିକ ପୋଷା କୁକୁର। ଗ୍ୟାଷ୍ଟ୍ରୋଏଣ୍ଟରାଇଟିସ ପୀଡ଼ିତ ହୋଇ ଏତେ ସଂଖ୍ୟାରେ କୁକୁରମାନେ ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି। ଏହି ରୋଗ ଗୋଟେ କୁକୁର ଠାରୁ ଅନ୍ୟ କୁକୁରକୁ ବ୍ୟାପିଥାଏ। ଏଣୁ ପଶ୍ଚିମ ବଙ୍ଗର ରାଜଧାନୀରେ ପୋଷା କୁକୁର ମାଲିକ ଓ କୁକୁର ପ୍ରେମୀଙ୍କ ମଧ୍ୟରେ ଛନ୍‌କା ପଶିଛି।

ଏହି କାରଣରୁ କୋଲକାତା ଭେଟେନାରିଙ୍କ ପାଖରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ରୋଗ ବର୍ଷର ପ୍ରାୟତଃ ଏହି ସମୟରେ ହିଁ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତ ବର୍ଷ
ଗ୍ୟାଷ୍ଟ୍ରୋଏଣ୍ଟରାଇଟିସରେ ପୀଡ଼ିତ ହୋଇଥିବା ପୋଷା ପଶୁଙ୍କ ସଂଖ୍ୟା ଖୁବ୍‌ ଅଧିକ। କାରଣ କରୋନା ମହାମାରୀ ଯୋଗୁ ପୋଷା ପଶୁଙ୍କ ମାଲିକ ଡିଏଚ୍‌ପିପିଏଲ ଭାକ୍ସିନ ପାଇଁ କ୍ଲିନିକ ଯାଇ ପାରି ନ ଥିଲା। ଆମେ ପଶୁଙ୍କ ଚିକିତ୍ସା ପାଇଁ ଓଭର ଟାଇମ କାମ କରୁଛୁ। କିନ୍ତୁ ପରିସ୍ଥିତି ଜଟିଳ ଥିବା କହିଛନ୍ତି ଭେଟେନାରିଆନ ସୁବୀର ଭଟ୍ଟଚାର୍ଯ୍ୟ।

Share