ଟୁଇଟରକୁ ନାଲିଆଖି

ଓ୍ବାଶିଂଟନ,୧୦ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ଅଢ଼େଇ ମାସ ଧରି ଆନ୍ଦୋଳନ ଚାଲିଛି। ଏହାକୁ ଅର୍ଥନୈତିକ ଓ ମାନବ ଅଧିକାର ପାଇଁ ବିଶ୍ୱର ସବୁଠୁ ବଡ଼ ଆନ୍ଦୋଳନ ବୋଲି ବିବେଚନା କରାଯାଉଛି। ଗତ ସପ୍ତାହରେ ପପ୍‌ ଷ୍ଟାର ତଥା ବ୍ୟୁଟି ମୋଗଲ ରିହାନା ଫେଣ୍ଟି ସିଏନ୍‌ଏନ୍‌ର ଏକ ରିପୋର୍ଟକୁ ଟୁଇଟ୍‌ କରିଥିଲେ। ଏଥିରେ ଦିଲ୍ଲୀ ସୀମାର କୃଷକ ଆନ୍ଦୋଳନସ୍ଥଳକୁ କେନ୍ଦ୍ର ସରକାର କଣ୍ଟକିତ ତାରବାଡ଼ରେ ଘେରି ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିବା ନେଇ ପ୍ରକାଶ ପାଇଥିଲା। ନିଜ ଟୁଇଟ୍‌ରେ ହାସ୍‌ଟ୍ୟାଗ୍‌ ଫାର୍ମର୍ସ ପ୍ରୋଟେଷ୍ଟ ବ୍ୟବହାର କରି ରିହାନା ପ୍ରଶ୍ନ କରିଥିଲେ, ଏହା ଉପରେ ଆମେ କାହିଁକି ଚର୍ଚ୍ଚା କରୁନାହୁଁ? ଭାରତ ସରକାର ରିହାନାଙ୍କ ଟୁଇଟ୍‌କୁ ଅଣଦେଖା କରିବା ପରିବର୍ତ୍ତେ ବିରୋଧ କରିବାରେ ମୁଖର ହୋଇଯାଇଥିଲେ। ରିହାନା ହେଉଛନ୍ତି ବାର୍ବାଡୋସ୍‌ର ଜଣେ କୃଷ୍ଣକାୟ ମହିଳା, ଯେଉଁଠି ଅଣଶ୍ୱେତବିରୋଧୀ, ବର୍ଣ୍ଣଭେଦ ଓ ନାରୀଙ୍କ ପ୍ରତି ବିଦ୍ୱେଷଭାବ ବହୁଳ ମାତ୍ରାରେ ଦେଖିବାକୁ ମିଳେ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥାକଥିତ ‘ଭୁଲ୍‌ ଓ ଦାୟିତ୍ୱହୀନ’ ମନ୍ତବ୍ୟଗୁଡ଼ିକୁ ନେଇ ସେଲିବ୍ରିଟିଙ୍କ ଉପରେ ବର୍ଷିବା ସହ ଦେଶ ବିରୋଧରେ ଏକ ମିଥ୍ୟା ପ୍ରଚାର ଅଭିଯାନ ଚାଲିଥିବା ଅଭିହିତ କରିଥିଲା। ଫଳରେ ‘ରିହାନା ଜଣେ ମୁସଲିମ୍‌ କି’ ଏବଂ ‘ରିହାନା ପାକିସ୍ତାନୀ କି’ ବୋଲି ଭାରତୀୟଙ୍କ ପ୍ରଶ୍ନ ଗୁଗଲରେ ଟ୍ରେଣ୍ଡ୍‌ କରିଥିଲା। ସରକାର ସପକ୍ଷବାଦୀ ଓ ଭାରତୀୟ ଇନ୍‌ଫ୍ଳୁଏନ୍ସରମାନେ ରିହାନାଙ୍କୁ ଜଣେ ‘ପର୍ନ ଷ୍ଟାର’ ରୂପେ ଚିତ୍ରଣ କରିବାକୁ ପଛାଇ ନ ଥିଲେ। ଏପରି କି ୨୦୦୯ରେ ରିହାନାଙ୍କୁ ଆକ୍ରମଣ କରିଥିବା ତାଙ୍କ ପୂର୍ବତନ ବୟଫ୍ରେଣ୍ଡ କ୍ରିସ୍‌ ବ୍ରାଉନ୍‌ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ରିହାନାଙ୍କ ଟୁଇଟ୍‌ର ମର୍ମସ୍ପର୍ଶିତା ହେଉଛି ଏହା ଏକ ଶକ୍ତିଶାଳୀ ପ୍ରଶ୍ନ। ବିଶ୍ୱ ସମୁଦାୟ ଭାରତରେ ଚାଲିଥିବା ଆନ୍ଦୋଳନକୁ ନେଇ ନିଶ୍ଚିତ ଭାବେ ଆଲୋଚନା କରୁଥିବ। ଭାରତର ଡିଜିଟାଲ ସାଧାରଣ କ୍ଷେତ୍ରକୁ ନିୟନ୍ତ୍ରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କ ଉଦ୍ୟମ ଯୋଗୁ ଗଣତନ୍ତ୍ର ଦୁର୍ବଳ ହେଉଥିବା ଅନେକଙ୍କ ଉତ୍ତର ଦର୍ଶାଉଛି।
ବିରୋଧୀ ନିର୍ଯାତନାର ସଂସ୍କୃତି ଏକ ଅପମାନଜନକ ପ୍ରଦର୍ଶନ ପାଲଟିଛି। ୨୩ ବର୍ଷୀୟା ଦଳିତ କର୍ମୀ ଓ ବିକ୍ଷୋଭକାରୀ ନୋଦୀପ କୌରଙ୍କୁ ପୋଲିସ ଗିରଫ କରି ଯୌନ ନିର୍ଯାତନା ଦେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏପରି କି ଚାଷୀ ଆନ୍ଦୋଳନ ସମ୍ପର୍କିତ ପୋଷ୍ଟ କରୁଥିବା ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ଲାଗି ଟୁଇଟର ଉପରେ ସରକାର ଚାପ ପକାଉଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତରେ କୃଷକ ଆନ୍ଦୋଳନକୁ କେତେକେ ନାଇଜେରିଆର ପୋଲିସ ବର୍ବରତା ବିରୋଧୀ ଏଣ୍ଡସାର୍ସ ଆନ୍ଦୋଳନ ସହ ତୁଳନା କରିଛନ୍ତି। ଏହି ଆନ୍ଦୋଳନକୁ ମଧ୍ୟ ରିହାନା ସୋସିଆଲ ମିଡିଆରେ ସମର୍ଥନ କରି ପୋଷ୍ଟ କରିଥିଲେ। ଲୋକେ ନିଜ ଦୀର୍ଘ ସମସ୍ୟାଗୁଡ଼ିକୁ ନେଇ ରାସ୍ତାକୁ ଓହ୍ଲାଇବା ଉଭୟ ଦେଶ ଦେଖିଛି। ଗତବର୍ଷ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ନିରସ୍ତ୍ର ନାଗରିକଙ୍କୁ ନାଇଜେରିଆ ପୋଲିସ ହତ୍ୟା କରୁଥିବା ଦୃଶ୍ୟ ରହିଥିଲା। ନାଇଜେରୀୟମାନେ କୁଖ୍ୟାତ ସ୍ପେଶାଲ ଆଣ୍ଟାଇ ରବରି ସ୍କ୍ବାଡ୍‌ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସ୍ବତନ୍ତ୍ର ବଳ ବିରୋଧରେ ଦୀର୍ଘ ଦିନ ଧରି ନିର୍ଯାତନା, ଅର୍ଥ ଆଦାୟ ଓ ଯୌନ ଉତ୍ପୀଡ଼ନ ଭଳି ଅଭିଯୋଗ ରହିଆସିଛି। କିଛି ସପ୍ତାହର ବିକ୍ଷୋଭ ପରେ ସରକାରୀ ବଳ ନାଇଜେରିଆର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ଲାଗୋସ୍‌ରେ ଭିଡ଼କୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଭାରତରେ ଦାରିଦ୍ର୍ୟ, ଦୁର୍ବଳ ସ୍ବାସ୍ଥ୍ୟ ଓ ସାହୁକାରଠାରୁ ଅଣାଯାଇଥିବା ଋଣର ବୋଝ ଯୋଗୁ ବହୁ ସଂଖ୍ୟକ ଚାଷୀ ଆମତ୍ହତ୍ୟା କରୁଥିବା ଦେଖିବାକୁ ମିଳେ। ଉଭୟ ଭାରତ ଓ ନାଇଜେରିଆରେ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜନୈତିକ ବ୍ୟକ୍ତିବିଶେଷ ବେଶ୍‌ ସକ୍ରିୟ । ହାସ୍‌ଟ୍ୟାଗ୍‌ ଏଣ୍ଡସାର୍ସ ଏବଂ ହାସ୍‌ଟ୍ୟାଗ୍‌ ଫାର୍ମର୍ସ ପ୍ରୋଟେଷ୍ଟସ୍‌ ଆନ୍ଦୋଳନକୁ ସେଲିବ୍ରିଟି ଓ ସାଂସ୍କୃତିକ ପ୍ରଭାବକଙ୍କ ସମର୍ଥନ ମିଳିଛି। ଉଭୟ କ୍ଷେତ୍ରରେ ଟୁଇଟର ସରକାର ଓ ଲୋକଙ୍କ ମଧ୍ୟରେ ଚାଲିଥିବା ସଂଗ୍ରାମର ଏକ ବଡ଼ ଅସ୍ତ୍ର ପାଲଟିଛି। ନାଇଜେରିଆର ଜଣେ ରାଜନେତା ଟୁଇଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍‌ ଡୋର୍ସିଙ୍କଠାରୁ ୧ ବିଲିୟନ୍‌ ଡଲାର କ୍ଷତିପୂରଣ ଦାବି କରି ମାମଲା ରୁଜୁ କରିବାକୁ ତାଙ୍କୁ ଧମକ ଦେଇଥିଲେ। ଗତ ସପ୍ତାହରେ ଭାରତ ସରକାର ଟୁଇଟର କର୍ମଚାରୀମାନଙ୍କୁ ସରକାର ବିରୋଧୀ ଆକାଉଣ୍ଟଗୁଡ଼ିକୁ ଅନ୍‌ବ୍ଲକ୍‌ କରିବା ଅଭିଯୋଗ ଆଣି ଜେଲ ପଠାଇବାକୁ ଚେତାବନୀ ଦେଇଥିଲେ।
ଆଗାମୀ ଦିନରେ ଟୁଇଟର ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପକୁ ନେଇ କିପରି ଜବାବ ରଖିବ ତାହା ଟେକ୍ନୋଲୋଜି, ସୋସିଆଲ ମିଡିଆ ଓ ଗଣତନ୍ତ୍ର ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି କୁହାଯାଉଛି। ମୋଦି ସରକାରଙ୍କ ବଢ଼ିଚାଲିଥିବା ଏକନାୟକତ୍ୱବାଦକୁ ସନ୍ତୁଷ୍ଟ କରିବାକୁ ଯାଇ ବିରୋଧରେ ଉଠୁଥିବା ସ୍ବରକୁ ଟୁଇଟର ନୀରବ କରିଦେବ ନା ମାନବାଧିକାର, ସୁରକ୍ଷା ଓ ଖୋଲା ବିତର୍କ ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତାକୁ ବଜାୟ ରଖିବ? ଏହା ହେଉଛି ଆଜିର ବଡ଼ ପ୍ରଶ୍ନ। ଏବେ ଭାରତର କୃଷକମାନେ ଜାଣିବା ଉଚିତ ଯେ, ସେମାନଙ୍କ ସହ କେବଳ ରିହାନା ନୁହନ୍ତି, ଆହୁରି ଅନେକ ସେଲିବ୍ରିଟି ଅଛନ୍ତି। କୌଣସି ସ୍ଥାନରେ ହେଉଥିବା ଅନ୍ୟାୟ ସର୍ବତ୍ର ନ୍ୟାୟ ପ୍ରତି ବିପଦ। ବିଶ୍ୱ କେବଳ ଭାରତର ସାହସୀ ଆନ୍ଦୋଳନକାରୀଙ୍କ ବିଷୟରେ କହୁନାହିଁ, ବରଂ ସେମାନେ ଯେଉଁ ଅଧିକାର ଓ ମର୍ଯ୍ୟାଦା ପାଇଁ ଲଢ଼େଇ କରୁଛନ୍ତି, ସେଥିରେ ବିଜୟୀ କରାଇବା ଲାଗି ସମସ୍ତେ ବଳ ଦେଉଛନ୍ତି ବୋଲି ‘ଓ୍ବାଶିଂଟନ ପୋଷ୍ଟ’ ଗ୍ଳୋବାଲ୍‌ ଓପିନିୟନ୍ସ ଏଡିଟର କରେନ୍‌ ଅଟ୍ଟିଆହ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri