ତାଇଓ୍ବାନରେ ବାଧ୍ୟତାମୂଳକ ସାମରିକ ସେବା ସମୟ ସୀମା ବଢ଼ି ୧ ବର୍ଷ ହେଲା, ଘୋଷଣା କଲେ ସରକାର…

ତାଇପେ,୨୭।୧୨ : ଚାଇନା ପକ୍ଷରୁ ବଢୁୁଥିବା ବିପଦକୁ ଦର୍ଶାଇ ତାଇୱାନ ସରକାର ମଙ୍ଗଳବାର ଦେଶରେ ବାଧ୍ୟତାମୂଳକ ସାମରିକ ସେବା ଚାରି ମାସରୁ ୧ ବର୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ୱେନ ନାଗରିକଙ୍କ ପାଇଁ ୧ ବର୍ଷ ସାମରିକ ତାଲିମକୁ ବାଧ୍ୟତାମୂଳକ କରିଛନ୍ତି।

ଏକ ଗଣମାଧ୍ୟମ ସମ୍ମିଳନୀରେ ସେ କହିଛନ୍ତି ଯେ ତାଇୱାନ ବିରୋଧରେ ଚାଇନାର ଧମକ ଦିନକୁ ଦିନ ଅଧିକ ସ୍ପଷ୍ଟ ହେବାରେ ଲାଗିଛି। କେହି ଯୁଦ୍ଧ ଚାହାଁନ୍ତି ନାହିଁ କିନ୍ତୁ ମୋର ଦେଶବାସୀ, ଆକାଶରୁ ଶାନ୍ତି ଖସି ପଡ଼ିବ ନାହିଁ। ଆମକୁ ଏନେଇ ଉଦ୍ୟମ କରିବା ସହିତ ନିଜର ଶକ୍ତି ବୃଦ୍ଧି କରିବାକୁ ପଡ଼ିବ।

ସେ କହିଛନ୍ତି ଯେ ବର୍ତ୍ତମାନର ଚାରି ମାସର ସାମରିକ ସେବା ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ୨୦୨୪ ଠାରୁ ଆମେ ଏକ ବର୍ଷ ସାମରିକ ସେବା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛୁ। ୧ ଜାନୁଆରୀ ୨୦୦୫ ପରେ ଜନ୍ମ ହୋଇଥିବା ପୁଅମାନଙ୍କ ପାଇଁ ବିସ୍ତାରିତ ଆବଶ୍ୟକତା ଲାଗୁ ହେବ।

ଏହାର ପୂର୍ବ ସରକାର ବାଧ୍ୟତାମୂଳକ ସାମରିକ ସେବାକୁ ଏକ ବର୍ଷରୁ ଚାରି ମାସକୁ ହ୍ରାସ କରିଥିଲେ, ମୁଖ୍ୟତଃ ଏକ ସ୍ବେଚ୍ଛାସେବୀ ଶକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଜାରି କରାଯାଇଥିଲା। କିନ୍ତୁ ନିକଟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ତାଇୱାନର ତିନି ଚତୁର୍ଥାଂଶରୁ ଅଧିକ ଲୋକ ବର୍ତ୍ତମାନ ବିଶ୍ୱାସ କରୁଛନ୍ତି ଯେ ଏହା ଅତ୍ୟଧିକ। ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ ନୁହେଁ।

Share