ତାଇଓ୍ବାନ ଆଣିବ ଘାତକ କ୍ଷେପଣାସ୍ତ୍ର

ଓ୍ବାଶିଂଟନ୍‌, ୪ା୯: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ମାସେ ପୁରିଥିଲେ ହେଁ ବେଜିଂ ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଏହାଭିତରେ ଆମେରିକା-ତାଇଓ୍ବାନ ଯୁଦ୍ଧାସ୍ତ୍ର ଡିଲ୍‌ ଯୋଗୁ ଡ୍ରାଗନ୍‌ ଆହୁରି ଉତ୍ତେଜିତ ହୋଇଛି। ଶକ୍ତିଶାଳୀ ଚାଇନାର ମୁକାବିଲା ପାଇଁ ତାଇଓ୍ବାନ ପ୍ରସ୍ତୁତି ଚଳାଇଥିବାବେଳେ ଓ୍ବାଶିଂଟନ୍‌ଠାରୁ ପ୍ରାୟ ୧ ବିଲିୟନ ଡଲାର ମୂଲ୍ୟର ଘାତକ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଆଣିବାକୁ ଯାଉଛି। ଏଥିପାଇଁ ଆମେରିକା ଶୁକ୍ରବାର ୧.୦୯ ବିଲିୟନ ଡଲାର ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏଥିରେ ୩୫୫ ନିୟୁତ ଡଲାରର ବାୟୁରୁ ଜଳକୁ ନିକ୍ଷେପ କରିହେଉଥିବା ଘାତକ ହାର୍ପୁନ ମିଶାଇଲ, ୮୫ ନିୟୁତ ଡଲାର ମୂଲ୍ୟର ସାଇଡ୍‌ଓ୍ବିଣ୍ଡର, ୬୦ ଆଣ୍ଟିଶିପ୍‌ ମିଶାଇଲ ଆଦି ରହିଛି। ଓ୍ବାଶିଂଟନ୍‌ ଓ ତାଇଓ୍ବାନ ମଧ୍ୟରେ ସମ୍ଭାବ୍ୟ ଅସ୍ତ୍ର ବିକ୍ରି ଚୁକ୍ତି ଚାଇନା ଓ ଆମେରିକା ସମ୍ପର୍କ ଖରାପ କରିବା ସହ ତାଇଓ୍ବାନ ପ୍ରଣାଳୀରେ ଶାନ୍ତି, ସ୍ଥିରତା ଉପରେ ଗୁରୁତର ବିପଦ ସୃଷ୍ଟି କରୁଛି ବୋଲି ବେଜିଂ କହିଛି। ଏହାର ଜବାବ ଦିଆଯିବ ବୋଲି ଓ୍ବାଶିଂଟନ୍‌ରେ ଥିବା ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।

ନିଜ ସାର୍ବଭୌମତ୍ୱ ଓ ଗଣତନ୍ତ୍ର ଉପରେ ବିପଦ ଆସିଲେ ତାଇପେଇ ଏହାର ଠିକ୍‌ ଜବାବ ଦେବ। ଏହି ପ୍ରତିରକ୍ଷା ସାମଗ୍ରୀ ଦେଶପାଇଁ ଜରୁରୀ ବୋଲି ତାଇଓ୍ବାନ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଓ୍ବାନ ଚାଇନା ନୀତିର ଉଲ୍ଲଂଘନ କରା ନ ଯାଇ ଉପରୋକ୍ତ ଡିଲ୍‌ ହୋଇଥିବା ଆମେରିକା ପ୍ରଶାସନ କଂଗ୍ରେସକୁ ଜଣାଇଛି। ଏଥିସହ ତାଇଓ୍ବାନ ସୀମା ନିକଟରେ ଚାଇନା ସାମରିକ କାର୍ଯ୍ୟକଳାପ ଏବଂ ଏହା ଉପରେ କୂଟନୈତିକ ଓ ଆର୍ଥତ୍କ ଚାପ ପକାଇବା ବନ୍ଦ କରି ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ ଆମେରିକା ଅନୁରୋଧ କରିଛି। ପ୍ରକାଶଥାଉ କି, ୧୯୪୯ ଗୃହଯୁଦ୍ଧ ପରଠାରୁ ଚାଇନା ତାଇଓ୍ବାନକୁ ନିଜ ଭୂଖଣ୍ଡ ବୋଲି ଦାବି କରିଆସୁଛି। ତାଇପେଇ ସହ ଚାଇନା ସରକାର କୌଣସି ଔପଚାରିକ ସମ୍ପର୍କ ରଖି ନ ଥିବାବେଳେ ୨୦୧୬ରେ ସାଇ ଇଙ୍ଗ୍‌-ଓ୍ବେନ୍‌ ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସମସ୍ତ ପ୍ରକାର ଅନୌପଚାରିକ ସମ୍ପର୍କ ମଧ୍ୟ କାଟିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri