ତାଇଓ୍ବାନକୁ ଘେରିଲେ ଚାଇନାର ୭ ସାମରିକ ବିମାନ-୪ ନୌସେନା ଜାହାଜ…

ତାଇପେ,୧।୨ : ତାଇୱାନ ଉପରେ ଚାଇନା ନିରନ୍ତର ନଜର ରଖିଛି। ସମ୍ପ୍ରତି ଉଭୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଉତ୍ତେଜନା ମଧ୍ୟରେ ତାଇୱାନକୁ ୭ ଟି ଚାଇନା ସାମରିକ ବିମାନ ଏବଂ ୪ ଟି ନୌସେନା ଜାହାଜ ଘେରି ରହିଛି।

ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ତାଇୱାନ ଏକ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା କରିଛି। ଏହା ପରେ କୌଣସି ପିଏଲଏ ବିମାନ ତାଇୱାନ ଷ୍ଟ୍ରେଟ ମିଡଲାଇନ ଅତିକ୍ରମ କରି ନ ଥିଲା।

Share