ଜୈବିକ ଆକ୍ରମଣ ଆଶଙ୍କାରେ ତାଇଓ୍ବାନ

ତାଇପେଇ, ୨୧ା୮: ଚାଇନା-ତାଇଓ୍ବାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ତାଇପେଇ ଆଶଙ୍କା କରିଛି। କରୋନା ଭୂତାଣୁ ଚାଇନାର ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ସୃଷ୍ଟି କରାଯାଇଥିବା ଦାବି କରାଯାଉଥିବାବେଳେ ସେପରି କିଛି ଭାଇରସ୍‌ ବେଜିଂ ତାଇଓ୍ବାନ ଆକ୍ରମଣ ପାଇଁ ବ୍ୟବହାର କରିପାରେ। ଅଗଷ୍ଟ ୩ରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି। ସମରାଭ୍ୟାସ ସହ ବାରମ୍ବାର ବେଜିଂ ଯୁଦ୍ଧବିମାନ ଏବଂ ଜାହାଜ ତାଇଓ୍ବାନ ବାୟୁସୀମା ଓ ଜଳସୀମା ଲଂଘୁଛି। ଏସବୁ ସହ ଏବେ ତାଇଓ୍ବାନ କୌଣସି ଭୂତାଣୁ କିମ୍ବା ଜୀବାଣୁ ଆକ୍ରମଣ ସହ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତି କରୁଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ସରକାର କୋଭିଡ୍‌ କଟକଣା କଡ଼ାକଡ଼ି କରିଛନ୍ତି।

କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହୋଇଥିବାବେଳେ ବାହାରୁ ଖାଦ୍ୟସାମଗ୍ରୀ ଆମଦାନୀ ଉପରେ ନଜର ରଖାଯାଇଛି। ବାହାରୁ ଆସୁଥିବା ଯାତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଦେବାକୁ କୁହାଯାଇଛି। ଏକ ଫର୍ମରେ ସେମାନଙ୍କ ପରିଚୟ ଏବଂ କ୍ୱାରାଣ୍ଟାଇନ ଠିକଣା ଦେବାକୁ ପଡ଼ୁଛି। ଖାଦ୍ୟ ସାମଗ୍ରୀରେ ସ୍ବାଇନ୍‌ ଫ୍ଲୁ, ଏଚ୍‌୧ଏନ୍‌୧ ଭାଇରସ୍‌ ଏବଂ ଅନ୍ୟ ରୋଗସୃଷ୍ଟିକାରୀ ଭୂତାଣୁ ଓ ଜୀବାଣୁ ଥିବା ଆଶଙ୍କାରେ କୌଣସି ଯାତ୍ରୀଙ୍କୁ ତାଇଓ୍ବାନ ଏୟାରପୋର୍ଟକୁ ଖାଦ୍ୟ ଆଣିବାକୁ ବାରଣ କରାଯାଇଛି। ବିଦେଶୀ ନାଗରିକ ସ୍ଥାନୀୟ ସିମ୍‌ ନେବା ବାଧ୍ୟତାମୂଳକ। ତାଇଓ୍ବାନ ସେନା ରସାୟନିକ କିମ୍ବା ଜୈବିକ ଯୁଦ୍ଧର ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ଭାବେ ତାଲିମ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri