ଚାଇନାକୁ କଡ଼ା ଜବାବ ଦେଲା ତାଇଓ୍ବାନ

ତାଇପେଇ,୧୬ା୧୦: ତାଇଓ୍ବାନ ଚାଇନାର ବିବୃତ୍ତି ଉପରେ କଡ଼ା ଜବାବ ଦେଇଛି। ତାଇଓ୍ବାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ। ଏହାପୂର୍ବରୁ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ, ବେଜିଂ ତାଇଓ୍ବାନକୁ ନିଜ ଦେଶରେ ଯୋଡ଼ିବା ପାଇଁ ସାମରିକ ସେନାର ବ୍ୟବହାର କରିବ। ଯେଉଁଥିରେ ପ୍ରତିକ୍ରିୟାଶୀଳ ହୋଇଉଠିଛି ତାଇଓ୍ବାନ।

ତାଇଓ୍ବାନ କହିଛି, ଆମର ଜାତୀୟ ସୁରକ୍ଷା ଦଳ ସମସ୍ତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଭବିଷ୍ୟତରେ ଏହିପରି ସମସ୍ତ ଘଟଣା ଉପରେ ନଜର ରଖିବେ। ତାଇଓ୍ବାନ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ତାଇଓ୍ବାନବାସୀଙ୍କ ସାଧାରଣ ସହମତି ହେଉଛି, ଆଞ୍ଚଳିକ ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାକୁ ସାମ୍ନା କରାଯାଇପାରିବ ନାହିଁ।

Share