ତାଇୱାନରେ ଚାଇନାର ୫୧ ଯୁଦ୍ଧ ବିମାନ

ତାଇପେ,୨୦ ।୮: ଚାଇନା ସେନା ପୂର୍ବ ଥିଏଟର କମାନରେ ଯୁଦ୍ଧାଭ୍ୟାସ ନାମରେ ତାଇୱାନକୁ ଚାରିପଟୁ ଘେରି ଗଲାଣି । ଲଗାତାର ଆକ୍ରମଣ କରିବା ଭଳି କାରଣରୁ ତାଇୱାନ ଉପକୂଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ତାଇୱାନ କହିଛି ୬ ଚାଇନା ନୌସେନା ଜାହାଜ ଓ ୫୧ ଯୁଦ୍ଧ ବିମାନ ତା’ର ସୀମା ଉଲ୍ଲଂଘନ କରିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୭ ଅଗଷ୍ଟରେ ତାଇୱାନ ସୀମାରେ ୧୪ ଯୁଦ୍ଧ ଜାହାଜ ଓ ୬୬ ବିମାନ ପ୍ରବେଶ କରିବାରୁ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଥିଲା । ଚାଇନାର ଏଭଳି ଆକ୍ରମଣ ମନୋବୃତ୍ତିକୁ ଦେଖି ତାଇୱାନ ବି ନିଜର ରକ୍ଷା ପାଇଁ ଯୁଦ୍ଧାଭ୍ୟାସ ଆରମ୍ଭ କରି ଦେଇଛି । ଏହା ବ୍ୟତୀତ ନିଜର ସମୁଦ୍ର ଓ ଆକାଶ ମାର୍ଗର ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଦେଇଛି । ଚାଇନାର ୧୨ ଏସୟୁ-୩, ୬ ଜେ-୧୬, ୪ ଜେ-୧୦, ୨ ଏଚ-୬ ଓ ୧ ୱାଇ-୮ ବିମାନ ଏୟାର ଡିଫେନ୍ସ ଆଇଡେଣ୍ଟିଫକେଶନ ଜୋନରେ ଦେଖାଯାଇଥିଲା । ଏହାର ଜବାବରେ ତାଇୱାନର ଯୁଦ୍ଧ ବିମାନ ତୁରନ୍ତ ଉଡାଣ ଆରମ୍ଭ କରିଦେଇଥିଲା ।

Share