‘ତାଇଓ୍ବାନ ଚାଇନାର, ଆମେରିକାର ନୁହେଁ’

ବେଜିଂ, ୮ା୮: ତାଇଓ୍ବାନ ଚାଇନାର ଅଂଶ, ଆମେରିକାର ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ରବିବାର କହିଛନ୍ତି। ଓ୍ବାଶିଂଟନ୍‌ ଚତୁରତାର ସହ ତାଇଓ୍ବାନ ପ୍ରସଙ୍ଗରେ ନିଜକୁ ଯୋଡ଼ୁଛି। ତାଇଓ୍ବାନ ଉପରେ ଚାଇନାର କାର୍ଯ୍ୟାନୁଷ୍ଠାନ ଉପଯୁକ୍ତ ଏବଂ ଆଇନଗତ। ବେଜିଂ ସର୍ବଦା ଏହାର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା ଉଦ୍ଦେଶ୍ୟରେ ଏହା କରୁଛି ବୋଲି ବାଂଲାଦେଶ ଗସ୍ତ ଅବସରରେ ଓ୍ବାଙ୍ଗ୍‌ ଏହା କହିଛନ୍ତି।

Share