ଚାଇନାକୁ ସର୍ତ୍ତମୂଳକ ସହାୟତା ପାଇଁ ତାଇଓ୍ବାନ ରାଜି…

ତାଇପେ,୧।୧ : ଚାଇନାରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ପ୍ରତିଦିନ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜେ ବର୍ଷର ପ୍ରଥମ ଦିନରେ ବାହାରକୁ ଆସିଥିଲେ ଏବଂ ଦେଶରେ କରୋନା ମହାମାରୀ ଚିନ୍ତାଜନକ ବୋଲି ସ୍ବୀକାର କରିଥିଲେ।

ଚାଇନାରେ କରୋନା ମହାମାରୀର ନୂଆ ଲହର ମଧ୍ୟରେ ତାଇୱାନ ସହାୟତା ପ୍ରଦାନ କରିବାକୁ କହିଛି।
ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ରବିବାର ଆବଶ୍ୟକ ସହାୟତା ପ୍ରଦାନ କରିବାକୁ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ସୀମା ନିକଟରେ ଚୀନ ସାମରିକ କାର୍ଯ୍ୟକଳାପ ହ୍ରାସ କରିବା ସର୍ତ୍ତ ରଖିଛନ୍ତି।

ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ କହିଛନ୍ତି, ଯଦି ଆବଶ୍ୟକ ହୁଏ, ମାନବୀୟ ସହାନୁଭୂତି ଉପରେ ଆଧାର କରି ଆମେ ଅଧିକରୁ ଅଧିକ ଲୋକଙ୍କୁ ମହାମାରୀରୁ ମୁକ୍ତି କରିବାକୁ ଏବଂ ନୂତନ ବର୍ଷକୁ ସୁସ୍ଥ ଏବଂ ନିରାପଦରେ ବିତାଇବା ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ।

ଅନ୍ୟପକ୍ଷରେ ତାଇୱାନର ରାଷ୍ଟ୍ରପତି ଚାଇନା ସହ କଥାବାର୍ତ୍ତା ଆହ୍ବାନକୁ ଦୋହରାଇଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ଯୁଦ୍ଧ ବିକଳ୍ପ ନୁହେଁ ବୋଲି କହିଛନ୍ତି।

 

Share