ଓଡ଼ିଶା ସୀମା ଦେଖାଇବାରେ ଦ୍ୱନ୍ଦ୍ୱରେ ପଡିଲେ ତହସିଲଦାର

ନନ୍ଦପୁର, ୧୧ା୭ (ଶଙ୍କର ପୂଜାରି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଏବଂ ଶୋଭାପୁଟସ୍ଥିତ ବିଜୁ ସେତୁ ଦୁଇ ପାର୍ଶ୍ୱରେ ଆନ୍ଧ୍ରର ନିର୍ମାଣ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ପ୍ରଶାସନିକ ଅଧିକାରୀମାନେ ସୋମବାର ସୁଡୁବ ଓ ଶୋଭାପୁଟ ପୋଲ ପରିଦର୍ଶନ କରିଛି। ବିଡିଓ ସୁଜିତ ମିଶ୍ର, ତହସିଲଦାର ନରସିଂହ ଗାଦବା, ଜିପିଇଓ ବେଦାନ୍ତ ମାଝୀ ପ୍ରମୁଖ ପରିଦର୍ଶନରେ ଯାଇଥିଲେ। ସୁଡୁବ ଗ୍ରାମ ପରିଦର୍ଶନ ବେଳେ ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆନ୍ଧ୍ର ସିଡବ୍ଲ୍ୟୁସି ମହିଳା କର୍ମଚାରୀଙ୍କ ଅନୁପ୍ରବେଶ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। କେତେକ ଗ୍ରାମବାସୀ ଆନ୍ଧ୍ରର ଅନୁପ୍ରବେଶକୁ ହଁ କହିଥିବା ବେଳେ ଆଉ କେତେଜଣ ନାଁ କହି ପ୍ରଶାସନ ଅଧିକାରୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ। ଆନ୍ଧ୍ରର କୌଣସି ପ୍ରଲୋଭନରେ ନ ପଡିବାକୁ ଗ୍ରାମବାସୀଙ୍କୁ ବିଡିଓ ମିଶ୍ର ବୁଝାଇଥିଲେ। ଅନ୍ୟପକ୍ଷରେ ଶୋଭାପୁଟ ବିଜୁସେତୁଠାରେ ତହସିଲଦାର ଗାଦବା ଉପସ୍ଥିତ ପାନ୍ଥଲୁଙ୍ଗ ସରପଞ୍ଚ ପୂଜା ଖିଲ, ଏସଡିସି ସଦସ୍ୟ ଆକାଶ ଖିଲ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ମୁହଁାମୁହିଁ ସ୍ଥିତିରେ ପଡ଼ିଥିଲେ। ତହସିଲଦାର ଗାଦବା ପୋଲ ଆରପଟକୁ ଆନ୍ଧ୍ର କହୁଥିବା ବେଳେ ଗ୍ରାମବାସୀ ଏହାକୁ ଗ୍ରହଣ କରି ନ ଥିଲେ। ଗ୍ରାମବାସୀ କହିଥିଲେ, ଯଦି ପୋଲ ଆରପଟ ଆନ୍ଧ୍ର ତେବେ ଓଡ଼ିଶା ପ୍ରଶାସନ କ’ଣ ଆନ୍ଧ୍ରରେ ଅନୁପ୍ରବେଶ କରି ପୋଲ ଆରପଟେ ୪ଶହ ମିଟର ରାସ୍ତା ନିର୍ମାଣ କରି ଏଯାଏ ଦେଖାଶୁଣା କରୁଥିଲା କି ବୋଲି ପ୍ରଶ୍ନ କରିଥିଲେ। ଠିକ୍‌ ରୂପେ ସୀମା ଚିହ୍ନଟ ନ ହେଲେ ଆମେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବୁ ବୋଲି ଗ୍ରାମବାସୀ କହିଥିଲେ। ତହସିଲଦାର ଗାଦବା ତହସିଲରେ ଯାହା ମ୍ୟାପ ଅଛି ତାକୁ ତର୍ଜମା କରି ଏଭଳି କହିଥିବା ପ୍ରକାଶ କରିଛନ୍ତି। ସୀମାନ୍ତ ଉପରେ ଜ୍ଞାନ ରଖିଥିବା ଉଚ୍ଚସ୍ତରୀୟ ରାଜସ୍ବ ଅଧିକାରୀଙ୍କ ଦ୍ବାରା ସୀମା ନିର୍ଦ୍ଧାରଣ କରିବାକୁ ଜିଲାପାଳଙ୍କୁ ଭେଟି ଗ୍ରାମବାସୀ ଅଭିଯୋଗ କରିବେ ବୋଲି ଏହି ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri