ଜବରଦଖଲ ଉଚ୍ଛେଦ କଲେ ତହସିଲଦାର

ଫୁଲବାଣୀ ଅଫିସ, ୪।୧: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଜମି ମାଫିଆମାନେ ସରକାରୀ ଜାଗାକୁ ଜବରଦଖଲ କରି ବିକ୍ରି କରୁଛନ୍ତି ା ବିଗତ ଦିନରେ ଅନେକ ଜଙ୍ଗଲ ଜମିରୁ ଗଛ କାଟି ବିକ୍ରି କରି ଦିଆଯାଇଛି ା କିଛିଦିନ ହେବ ସହରର ନାରାୟଣୀ ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିକୁ ଜବରଦଖଲ କରି ବିକ୍ରି ଲାଗି ମସୁଧା ଚାଲିଥିଲା ା ଏହି ଜମିରେ ପିଲର ନିର୍ମାଣ ପାଇଁ ପ୍ରସ୍ତୁତି ସରିଥିଲାା ଜମିକୁ ପ୍ରାୟ ୫୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯୋଜନା ଚାଲିଥିବା ବେଳେ ଫୁଲବାଣୀ ତହସିଲଦାର ତାହାକୁ ପଣ୍ଡ କରିଛନ୍ତି। ମଙ୍ଗଳବାର ତହସିଲଦାର ଦୀନମଣି ନାୟକଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ସେଠାରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ତାହା ସରକାରୀ ଜମି ବୋଲି ବୋର୍ଡ ମରାଯାଇଛି।
କେତେଜଣ ଜମି ମାଫିଆ ସରକାରୀ ଜମିକୁ ଜବରଦଖଲ କରି ବିକ୍ରି କରି ମାଲାମାଲ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ସରକାରୀ ଜାଗାରେ କୋଠାବାଡ଼ି, ମାର୍କେଟ କମ୍ପ୍ଲେକ୍ସ ଆଦି ନିର୍ମାଣ କରି ଭଡା ଆଦାୟ କରୁଛନ୍ତିା ଏ ନେଇ ତହସିଲଦାରଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା ା ବିଳମ୍ବରେ ହେଉ ପଛେ ତହସିଲଦାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତ। ଫୁଲବାଣୀ ୮ ନଂ ୱାର୍ଡର ଗ୍ୟାସ ଗୋଦାମ ସମ୍ମୁଖ ଜାତୀୟ ରାଜପଥ (ନାରାୟଣୀ ରୋଡ) ରାସ୍ତାକଡ ଜମିକୁ ମାଫିଆ ଜବରଦଖଲ କରିଥିଲେ। ତହସିଲଦାର ତାହାକୁ ମୁକ୍ତ କରି ସେହି ଜାଗାର ସୀମା ନିର୍ଦ୍ଧାରଣ ପରେ ପାଚେରୀ ବୁଲାଇଛନ୍ତି ା ସହରରେ ଜବରଦଖଲକୁ ପ୍ରଶୟ ଦିଆଯିବ ନାହିଁ ା ଉଚ୍ଛେଦ କାର୍ଯ୍ୟ ଚାଲୁରହିବ ବୋଲି ତହସିଲଦାର ନାୟକ ସୂଚନା ଦେଇଛନ୍ତି। ତହସିଲଦାରଙ୍କ ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ବିଭିନ୍ନ ସଂଗଠନ ସ୍ବାଗତ କରିଛନ୍ତି ା