ତହସିଲଦାର ବଦଳିଲେ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

ଗୋପ,୨୨ା୬ (ଭାରତୀ ଭୂଷଣ ଉପାଧ୍ୟାୟ)ପୁରୀ ଜିଲା ଗୋପ ବ୍ଲକ ମହଲପଡ଼ାରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ କରି ବେଆଇନ ଭାବେ ପୋଖରୀ ଖୋଳିବା ସହିତ ଶ୍ମଶାନ, ଦେବୋତ୍ତର ଓ ବେଆଇନ ଭାବରେ କାଦୁଅ ନଦୀକୁ ପୋତି ଦେବା ଭଳି ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ସମର୍ଥ ବର୍ମା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଭିଯୋଗକୁ ଗୋଟିଏ ମାସ ପୂରିବା ସହ ଗୋପ ତହସିଲଦାର ଏସ୍‌.କେ. ସାର୍ଗିଙ୍କ ବଦଳି ହୋଇଯାଇଛି। ହେଲେ କୌଣସି ବେଆଇନ ପୋଖରୀ ଖୋଳା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ। ତେଣୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମହଲପଡ଼ା ସରପଞ୍ଚ ଶୀର୍ଷରଞ୍ଜନ ନାୟକ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତୁରନ୍ତ ଏହି ବେଆଇନ ପୋଖରୀ ଖୋଳାକୁ ବନ୍ଦ କରିବା ସହ ଅନ୍ୟାନ୍ୟ ଅଭିଯୋଗ ଉପରେ ନ୍ୟାୟ ଭିକ୍ଷା କରିଛନ୍ତି।
ପ୍ରକାଶ ଯେ, ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ଓ ଶୋରଭା ପଞ୍ଚାୟତର କେତେକ ମୌଜାରେ ଭୁବନେଶ୍ୱର ଅଞ୍ଚଳର ୨/୩ଟି କମ୍ପାନୀ ଅଳ୍ପ କିଛି ଜମି କିଣିବା ପରେ ବେଆଇନ ଭାବେ ସରକାରୀ ଜମି ସହିତ ଆଉ କେତେକ ଜମିକୁ ବେଆଇନ ଭାବେ ମାଡିବସି ମାଛ ଚାଷ କରିବା ପାଇଁ ପୋଖରୀ ଖୋଳୁଛନ୍ତି। ମାସ ମାସ ଧରି ଏହି ସରକାରୀ ଜମିରେ ପୋଖରୀ ଖୋଳିବା ପରେ ସ୍ଥାନୀୟ ସରପଞ୍ଚ ଓ କେତେକ ବରିଷ୍ଠ ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ରାଜସ୍ବ ବିଭାଗଙ୍କ ସହିତ ପୁରୀ ଜିଲାପାଳଙ୍କୁ ଟୁଇଟ୍‌ ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ଗତ ମାସ ୨୨ତାରିଖରେ ଜିଲାପାଳ ସମର୍ଥ ବର୍ମା ତୁରନ୍ତ ଏହି ବେଆଇନ ପୋଖରୀ ଖୋଳାକୁ ବନ୍ଦ କରିବା ସହିତ ସରକାରୀ ଜମି ଜବରଦଖଲକୁ ତୁରନ୍ତ ଉଚ୍ଛେଦ ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାର ଏସ୍‌.କେ ସାର୍ଗି ଏ ସମ୍ପର୍କରେ ଏହି ପଞ୍ଚାୟତ ଅଞ୍ଚଳର ୨ଟି ରାଜସ୍ବ ନିରୀକ୍ଷକଙ୍କୁ ତଥ୍ୟ ଭିତ୍ତିକ ରିପୋର୍ଟ ମାଗିଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହି କମ୍ପାନୀ ବେଆଇନ ଭାବେ ପୋଖରୀ ଖୋଳୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଇତି ମଧ୍ୟରେ ତହସିଲଦାର ଏସ୍‌. କେ. ସାର୍ଗି ଗୋପ ତହସିଲ କାର୍ଯ୍ୟାଳୟରୁ ବୁଧବାର ବଦଳି ହୋଇଥିବା ବେଳେ ନୂତନ ଭାବେ ଭାଗ୍ୟଶ୍ରୀ ହାଁସଦା ଯୋଗଦେଇଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଫଳ ହେବା ପରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଏହି ଘଟଣା ଜଣାଇବା ସହ ଅଞ୍ଚଳର ଅନ୍ୟ ସମସ୍ୟାର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ମଲପଡ଼ା ସରପଞ୍ଚ। ଏ ସମ୍ପର୍କରେ ନୂତନ ତହସିଲଦାର ହାଁସଦା କୁହନ୍ତି, ଏହି ବେଆଇନ ପୋଖରୀ ଖୋଳା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି। ସରପଞ୍ଚ ଶୀର୍ଷରଞ୍ଜନ ନାୟକଙ୍କୁ ପଚାରିବାରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛି। ଯଦିଓ ବେଆଇନ ମାଛ ପୋଖରୀ ଖୋଳା ବନ୍ଦ ନ କରାଯାଏ, ତା’ହେଲେ ଆଗାମୀ ଦିନରେ ଏକ ଜନଆନ୍ଦୋଳନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri