Tag Archives: School

ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ହାଇସ୍କୁଲ ପିଲାଙ୍କୁ ଏଯାଏ ମିଳିନି ୟୁନିଫର୍ମ

ଜି.ଉଦୟଗିରି,୧୧ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ମିଳି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮ ମାସ ବିତିଗଲାଣି…

ବନ୍ଦ ଥିବା ସ୍କୁଲ ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୧୭ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ପ୍ରାଥମିକ ସ୍କୁଲ ଖୋଲିବାକୁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏନେଇ ଗୁରୁବାର ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ…

ପ୍ରଧାନଶିକ୍ଷକ-କମିଟି ସଭାପତି କଳି, ୫ ଦିନ ହେଲା ମଧ୍ୟାହ୍ନଭୋଜନରୁ ବଞ୍ଚିତ ପିଲା

ଧର୍ମଶାଳା,୧୫ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ଲାଗିବା ଫଳରେ ଗତ ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ ରହିଛି । ଯାହାକୁ ନେଇ…

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର ନେଇ ଧାରଣା,

ମୋରଡ଼ା,୧୫ା୯(ସ୍ମାରକ ମାଜୀ): ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାରକୁ ନେଇ ଅଭିଭାବକମାନେ ବିଦ୍ୟାଳୟ ଶ୍ରେଣୀ ଗୃହ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଡାକୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାଳବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୩୮…

୩ ଦିନରେ ଅସୁସ୍ଥ ହୋଇପଡ଼ିଲେ ୨୪ ଛାତ୍ରୀ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ…

ଜୟପୁର,୧୪ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭେଗାହାଣ୍ଡି ୟୁପିଏସ୍‌ ନୋଡାଲ ସ୍କୁଲରେ ୩ ଦିନରେ ୨୪ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମ ଦିନରେ ୯ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।…

ବିଦ୍ୟାଳୟ ବାରଣ୍ଡାରେ ବସି ପିଲା ପାଠ ପଢ଼ିବା ଘଟଣା: ଖବର ପ୍ରକାଶ ପରେ ଖୋଲିଲା ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୩ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱ…

ଗେଟ୍‌ ବନ୍ଦ କରି ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଛାତ୍ରୀଛାତ୍ରୀ-ଅଭିଭାବକ

ବାସୁଦେବପୁୀର,୬ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକର କୃଷ୍ଣପୁର ପଞ୍ଚାୟତର ବୋହୂମା ଘେରି ବିଦ୍ୟାଳୟର ସାମ୍ନାରେ ଶନିବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ୍‌ ଗେଟ୍‌ ବନ୍ଦ କରି ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟରେ ବିପଦସଂକୁଳ ଗୃହକୁ ଭାଙ୍ଗି ନୂତନ ଗୃହ…

ପିଲାଙ୍କୁ ବିଦ୍ୟାଳୟରେ ଆଣ୍ଠେଇ ଦେଲେ ଶିକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ…

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ୍‌ରେ ପିଲାମାନେ ଆଣ୍ଠେଇବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ସକାଳେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ଅନେକ ପିଲାଙ୍କୁ ବିଦ୍ୟାଳୟ ପରିସରରେ…

ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ ଥାନାରେ ଅଟକ

ଝାରସୁଗୁଡ଼ା,୨୧ା୮: ଝାରସୁଗୁଡ଼ା ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନହରପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ଏକ ରୁଜୁ ମାମଲା ହୋଇଥିବାବେଳେ ଆବାସିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥାନାରେ ଅଟକ ରହିଛନ୍ତି।

ସ୍ବାଧୀନତା ଦିବସ ପାଳନ କରିବାକୁ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ, ବାଟରେ ଚାପିଦେଲା ଅଜଣା ଗାଡ଼ି

କେନ୍ଦ୍ରାପଡ଼ା,୧୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ କୁମାର…

ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ୩ ଯୁବକ ଠକେଇର ଶିକାର

ପଟାଙ୍ଗି,୬ା୮(ଶରତ କୁମାର ଧଳ): ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନାମ ଲେଖା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଯୋଗ ଉଠାଇ ହ୍ୟାକର୍‌ମାନେ ଶିକ୍ଷିତ ଯୁବତୀଯୁବକଙ୍କୁ ଠକି ଚାଲିଛନ୍ତି। ଏହିପରି ଠକେଇର ଶିକାର ହୋଇ କିଛି ଯୁବକଙ୍କ ସହ ପରିବାରବର୍ଗ କଲେଜ ଏବଂ ପୋଲିସ…

ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣ୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା ପୁରୁଷ ରହିଛନ୍ତି। ୨୦୨୦ରେ ଗାଁରେ ଥିବା ପ୍ରାଥମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri