ସତ୍ୟବାଦୀରୁ ଲଢିବେ ସଞ୍ଜୟ ଦାସବର୍ମା! ଖୁବ୍ଶୀଘ୍ର ହୋଇପାରେ ଘୋଷଣା
ଭୁବନେଶ୍ୱର,୨୯।୨: ପୁରୀ ଜିଲାର ସତ୍ୟବାଦୀ ଆସନରୁ ସଞ୍ଜୟ ଦାସବର୍ମା ଲଢିବେ ବୋଲି ଦଳୀୟ ଚର୍ଚ୍ଚାରୁ ଜଣାପଡିଛି। ଖବର ଅନୁଯାୟୀ, ବିଜେଡିର ପ୍ରାର୍ଥୀ ମଧ୍ୟ ଚୂଡାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ…
ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ
ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି ଅଠରନଳାରେ କୌଣସି ବଡ଼ ବିପଦ ନାହିଁ, କେବଳ ଏହାର ସୂଚକଗୁଡ଼ିକରେ…
ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସରିବ କାମ
କଟକ,୨୩।୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା (ଏଏସ୍ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରିବ। ଏହି ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ…
ବାପା ସାଜିଲା ସଇତାନ, ବାରମ୍ବାର ବଳାତ୍କାର ପରେ ଅତିଷ୍ଠ ହୋଇ ଜୀବନ ହାରିଲା ଝିଅ
କୋଣାର୍କ,୧୯।୨:(ଜ୍ୟୋତିରାଜ ମହାନ୍ତି): ବାପା ନିଜ ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମା’ ସଙ୍ଗିନ ଅଭିଯୋଗ ଆଣିଛନ୍ତି। କୋଣାର୍କ ଥାନା ଅଞ୍ଚଳରେ ଏପରି ଅମାନବୀୟ ଘଟଣା ଘଟିଛି। ଏନେଇ ପୋଲିସ ଏକ…
ନୟାଗଡ଼ରୁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ: ବସନ୍ତ ପଞ୍ଚମୀ ଦିନ…
ପୁରୀ/ନୟାଗଡ଼/ ଦଶପଲ୍ଲା,୧୦।୨(ଅଜିତ୍ ମହାନ୍ତି, ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିନିମନ୍ତେ ପବିତ୍ର ଅକ୍ଷୟ ତୃତୀୟ ତିଥିରୁ ରାଜନଅର ସମ୍ମୁଖସ୍ଥ ରଥଖଳାରେ ୩ ରଥ ନିର୍ମାଣ ଆରମ୍ଭ ହେବ। ତେବେ ରଥ ନିର୍ମାଣ…
ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ
ପୁରୀ,୫।୨(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା ମିଳିଛି।…
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର,୩୧।୧: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଛନ୍ତି। ଏହି ଟିମ୍…
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ
ଭୁବନେଶ୍ୱର,୨୬।୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ। ଆଗାମୀ ୧୭ ତାରିଖ ପରିକ୍ରମା…
୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ନିମନ୍ତ୍ରଣପତ୍ର ବାଣ୍ଟିବାକୁ ବାହାରିଲା ଟିମ୍
ପୁରୀ, ୨୬୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ…
ପୋଢୁଆଁ ହେଲେ ବଡ଼ଠାକୁର
ପୁରୀ, ୫ା୧୨(ଅଜିତ ମହାନ୍ତି): ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ପ୍ରଥମାଷ୍ଟମୀ ଅବସରରେ ଘରର ଜ୍ୟେଷ୍ଠଙ୍କୁ ପୋଢୁଆଁ କରାଯାଇ ବନ୍ଦାପନା କରାଯିବାର ପରମ୍ପରା ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ…
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ୪୧ ପ୍ଲାଟୁନ୍ ପୋଲିସ, ଚାଲିବ ସ୍ୱତନ୍ତ୍ର ଟ୍ରେନ୍
ପୁରୀ,୨୬ା୧୧: ଶ୍ରୀକ୍ଷେତ୍ର ପୁରୀରେ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ବୁଡ଼ ପକାଇବା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।…
୧୧ ମାସର ଶିଶୁକନ୍ୟା ବିଶାଖାପାଟଣାରୁ ଉଦ୍ଧାର
ପୁରୀ, ୨୨।୧୦ (ଅଜିତ୍ ମହାନ୍ତି)୧୧ ମାସର ଶିଶୁକନ୍ୟାକୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି। ସମୁଦ୍ରକୂଳ ଥାନା ଅନ୍ତର୍ଗତ ଧୋବାଖାଲ ବସ୍ତିରେ ଏପରି ଘଟଣା ଘଟିଛି। ପୋଲିସ ବିଶାଖାପାଟଣାରୁ ଝିଅକୁ ଉଦ୍ଧାର କରିଛି। ଏହି ଘଟଣାରେ ବାପା, ମଧ୍ୟସ୍ଥ ଓ କିଣିଥିବା…
Archives


