Tag Archives: kendujhar’

ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କାଳିଆ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏବେ ଚାଷୀଙ୍କୁ ଭଣ୍ଡାଇ ୬ହଜାର ଟଙ୍କା କରିଛନ୍ତି। ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ…

ନିଖୋଜ ଛାତ୍ର ଉଦ୍ଧାର

ହାଟଡିହି, ୧୩।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଛେନାପଦି ବଜାରରୁ ପ୍ରଫୁଲ୍ଲ ପଣ୍ଡାଙ୍କ ୧୨ ବର୍ଷର ପୁଅ ପଙ୍କଜ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଥାନାଧୀକାରୀ ରଣଜିତ୍‌ ପଟ୍ଟନାୟକ, ଏସଆଇ ଅରୁପ…

ବେଆଇନ ବାଲିଗାଡି ଚଳାଚଳକୁ ବିରୋଧ: ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ଆନନ୍ଦପୁର,୧୨।୧୨(ସ୍ବ.ପ୍ର): ବେଆଇନ ଭାବେ ସିଂଡୋଭ ଗ୍ରାମ ରାସ୍ତାରେ ବାଲିଗାଡି ଚଳାଚଳକୁ ବିରୋଧ କରି ଗ୍ରାମବାସୀ ଗୁରୁବାର ଗ୍ରାମ ରାସ୍ତାରେ ଧାରଣା ଦେଇଛନ୍ତି। ଆନନ୍ଦପୁର ଥାନା ଅଧୀନ ସିଂଡୋଭ ଗ୍ରାମରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି…

ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦୁଝର, ୫।୧୨(ସ୍ବ.ପ୍ର.): ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲା କୃଷି ଅଧିକାରୀ ଚିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ଅଧ୍ୟକ୍ଷା…

୨ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ…

ମୁଦାଲା ଫେରାର ଘଟଣା: ଜଣେ ଏସଆଇ, ୩ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର,୧୫।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା କୋର୍ଟ ପରିସରରୁ ଦୁଇଜଣ ମୁଦାଲା ଫେରାର ଘଟଣାରେ ପୋଲିସ କୋର୍ଟର ଜଣେ ସିଏସଆଇ ଓ ତିନି ଜଣ କନେଷ୍ଟବଳଙ୍କୁ ଏସପି ମିତ୍ରଭାନୁ ମହାପାତ୍ର ମଙ୍ଗଳବାର ନିଲମ୍ବିତ କରିଛନ୍ତି। ସେମାନେ ହେଲେ ସିଏସଆଇ ଦୁଷ୍ମନ୍ତ ସିଂ, କନେଷ୍ଟବଳ…

୮ ଦଫା ଦାବି ନେଇ ଧାରଣାରେ ବସିଲେ ଗ୍ରାମବାସୀ

ବଡବିଲ, ୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଡବିଲ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ କମ୍ପାନୀ ବିରୋଧରେ କାରାଖେଣ୍ଡ୍ରା ଗ୍ରାମବାସୀ ମଙ୍ଗଳବାର ସକାଳୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟସେବା, ଗମନାଗମନ…

‘ସାରୀପୂତ’ ନାଟକ ମଞ୍ଚସ୍ଥ

ପାଟଣା,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ କୁମାର ଉତ୍ସବ କମିଟିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ବିବେକା ନନ୍ଦ ଦାଶଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଅବସରପ୍ରାପ୍ତ ନିର୍ଦେଶକ ଅଧ୍ୟାପକ କମଳା…

ଟ୍ରେନ୍‌ରେ କଟି ଜଣେ ମୃତ

ଢେଙ୍କିକୋଟ, ୧୬ା୯(ଡି.ଏନ୍‌.ଏ.)- ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମ ଚମ୍ପାଡିହି ସାହିର ସୁନାରାମ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତି ସୋମବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିଛନ୍ତି। ସୁନାରାମ ସୋମବାର ସକାଳ ୮ଟାବେଳେ ପ୍ରତିଦିନ ଭଳି ଗ୍ରାମଲୋକମାନଙ୍କ…

‘ଖଣି ଅଞ୍ଚଳ ରାସ୍ତା ୭ ଦିନରେ ମରାମତି କର’

ଯୋଡ଼ା ୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ସୋମବାର ଅନୁଷ୍ଠିତ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ରାସ୍ତାଘାଟ, ଜୁରୁଡି ଏସେଲ ମାଇନିଂ ଦ୍ୱାରା ପରିଚାଳିତ ହେଉଥିବା ଡିଏଭି ସ୍କୁଲ, ଅଧିକାଂଶ ଖଣି ବନ୍ଦ ଯୋଗୁ କାମଧନ୍ଧା…

କେନ୍ଦୁଝରରେ ମୂଷଳ ଧାରାରେ ବର୍ଷା:ସାରା ସହର ଜଳାର୍ଣ୍ଣବ, ଲୋକଙ୍କ ଘରେ ପଶିଲା ପାଣି

କେନ୍ଦୁଝର ୧୫ା୯ (ସ୍ବ.ପ୍ର.)-କେନ୍ଦୁଝର ସହରରେ ରବିବାର ଅପରାହ୍ନରେ ମୂଷଳ ଧାରାରେ ବର୍ଷା ହେବା ଯୋଗୁ ସାରା ସହର ଜଳାର୍ଣ୍ଣବ ହୋଇପଡିଛି। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରବଳତର ବର୍ଷା ହୋଇଥିଲା। ଚାହୁଁ ଚାହୁଁ ରାସ୍ତା ଘାଟରେ ବର୍ଷା ପାଣିର ସୁଅ ଛୁଟିଥିଲା।…

ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ କିପରି କରିବେ ଏବଂ ପୋଲିସର ସହାୟତା କେମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?