Categories: ଖେଳ

ରାଜସ୍ଥାନ ପକ୍ଷରୁ ଡେବ୍ୟୁ କଲେ ବିଶ୍ୱର ନମ୍ବର-୧ ବୋଲର୍‌; ଅଡୁଆରେ ପଡ଼ିବ କି ଦିଲ୍ଲୀ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ପର୍ଯ୍ୟାୟରେ ରାଜସ୍ଥାନର ଏହା ଦ୍ୱିତୀୟ ମ୍ୟାଚ୍‌ ହୋଇଥିବା ବେଳେ ଦଳ ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିଥିଲା। ଏଥିରେ ଦଳ ୨ ରନ୍‌ରେ ବିଜେତା ହୋଇଥିଲା। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଦଳ ମଜଭୂତ ସ୍ଥିତିରେ ପଡ଼ିଆକୁ ଓହ୍ଲାଇଛି। ରାଜସ୍ଥାନ ନିଜର ଏକାଦଶରେ ପରିବର୍ତ୍ତନ କରିଛି। ଦକ୍ଷିଣ ଆଫ୍ରିକାର ତାରକା ସ୍ପିନର ତାବ୍ରେଜ୍‌ ଶାମସି ରାଜସ୍ଥାନ ପାଇଁ ଡେବ୍ୟୁ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ତାଙ୍କୁ ରାଜସ୍ଥାନ ଦଳରେ ସାମିଲ କରାଯାଇଥିଲା।

ତେବେ ଶାମସୀ ହେଉଛନ୍ତି ବିଶ୍ୱର ଏକ ନମ୍ବର ଟି-୨୦ ବୋଲର। ସେ ୭୭୫ ରେଟିଂ ପଏଣ୍ଟ ସହ ଆଇସିସି ଟି-୨୦ ବୋଲର ମାନ୍ୟତାର ଶୀର୍ଷରେ ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ବାମହାତୀ ଲେଗ-ସ୍ପିନର ୩୯ ଟି-୨୦ ମ୍ୟାଚ୍‌ରେ ୪୫ ଉଇକେଟ ନେଇଛନ୍ତି। ବିଶେଷକରି ଉଇକେଟ ନେବା ପରେ ଶାମସୀଙ୍କ ନିଆରା ଷ୍ଟାଇଲ ଦେଖିବାକୁ ମିଳେ। ଏହାକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି।

Share