Categories: ଜାତୀୟ

ବ୍ରିଫ୍‌କେସ୍‌ ବଦଳରେ ଅର୍ଥମନ୍ତ୍ରୀଙ୍କ ହାତରେ ଟାବଲେଟ୍‌

ନୂଆଦିଲ୍ଲୀ,୧।୨: ଚଳିତ ବଜେଟକୁ ପେପର ଲେସ୍‌ କରାଯାଇଛି। ତେଣୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ଏକ ଟାବଲେଟ ରହିଛି। ସେ ଏହାକୁ ଧରି ସଂସଦ ଭବନ ମୁହାଁ ହୋଇଛନ୍ତି। ଟାବଲେଟ୍‌କୁ ଲାଲ୍‌ କପଡ଼ାରେ ଗୁଡାଯାଇଥିବାବେଳେ ଏଥିରେ ଅଶୋକ ସ୍ତମ୍ଭ ଚିହ୍ନ ରହିଛି। ଅର୍ଥମନ୍ତ୍ରୀ କ୍ରିମ୍‌-ରେଡ୍‌ ସିଲ୍କ ଶାଢ଼ି ପିନ୍ଧି ଟାବଲେଟ୍‌ ଧରିଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share