ବୋଲ୍ଡ ଲୁକ୍‌ରେ ‘ଦୟା ବେନ୍‌’; ଭିଡିଓ ଦେଖି ଲୋକେ କହୁଛନ୍ତି…

ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର କିଛି ଚରିତ୍ର ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ସେଥିରୁ ଗୋଟିଏ ହେଲା ଦୟା ବେନ୍‌। ଅଭିନେତ୍ରୀ ଦିଶା ବକାନୀ ଏହି ଚରିତ୍ରରେ ନଜର ଆସୁଥିଲେ।

୨୦୧୭ରୁ ଦିଶା ଏହି କମେଡି ଶୋ’ରେ ଆଉ ନଜର ଆସୁ ନାହାନ୍ତି। କାରଣ ସେ ବ୍ୟକ୍ତିଗତ ଜୀବନରେ ମା’ ହେବାକୁ ଯାଉଥିବାରୁ ଛୁଟିରେ ରହିଥିଲେ। ସେବେଠାରୁ ଅନେକ ବର୍ଷ ବିତିଥିଲେ ହେଁ ସେ ଶୋ’କୁ ଫେରି ନାହାନ୍ତି। ତାଙ୍କର ଲୋକପ୍ରିୟତା ଯୋଗୁ ଅନ୍ୟ ଅଭିନେତ୍ରୀଙ୍କୁ ତାଙ୍କ ଚରିତ୍ର କରିବାକୁ ନିର୍ମାତାମାନେ ନେଉନାହାନ୍ତି।

ନିକଟରେ ଦିଶା ତିନୋଟି ସର୍ତ୍ତ ରଖି ଶୋ’କୁ ଫେରିବାକୁ ଚାହୁଁଥିବା କହିଥିବା ନେଇ ଚର୍ଚ୍ଚା ହୋଇଥିଲା। ସେବେଠାରୁ ଦର୍ଶକ ତାଙ୍କର ଅପେକ୍ଷା କରିଛନ୍ତି। ଏସବୁ ଭିତରେ ତାଙ୍କର ଏକ ହଟ୍‌ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ସେ ବେଶ ବୋଲ୍ଡ ଭୂମିକାରେ ନଜର ଆସୁଛନ୍ତି। ୟୁଟ୍ୟୁବରେ ଏହି ଭିଡିଓକୁ ଏଯାବତ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭିଡିଓ ଦେଖି ଦୟା ବେନ୍‌ ବେଶ ସାଧାସିଧା। ତାଙ୍କୁ ଏଭଳି ରୂପରେ ଦେଖି ବିଶ୍ୱାସ କରିପାରୁ ନ ଥିବା ପ୍ରତିକ୍ରିୟା ଦେଉଛନ୍ତି।

ଆପଣ ବି ଦେଖନ୍ତୁ:

Share