‘ସାବାସ ମିଠୁ’ ଟିଜରରେ ତାପସିଙ୍କ ଜବରଦସ୍ତ ଲୁକ

ମୁମ୍ବାଇ: ବଲିଉଡ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପକମିଂ ଫିଲ୍ମ ‘ସାବାସ ମିଠୁ’ ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ମହିଳା ଇଣ୍ଡିଆନ କ୍ରିକେଟର ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ । ଦର୍ଶକେ ବଡ ଉତ୍ସୁକତାର ସହ ଫିଲ୍ମଟିକୁ ଅପେକ୍ଷା ରଖିଛନ୍ତି । ଇତିମଧ୍ୟରେ ଫିଲ୍ମର ଟିଜର ସାମ୍ନାକୁ ଆସିଛି । ଟିଜରରେ ତାପସି ମିତାଲି ରାଜଙ୍କ ଲୁକରେ ପରଫେକ୍ଟ ଲାଗୁଛନ୍ତି । ତେବେ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ କଛି ଗୁଡ ନ୍ୟୁଜଠାରୁ କମ୍ ନୁହେଁ ।
୫୬ ସେକେଣ୍ଡର ଏହି ଟିଜରର ଆରମ୍ଭ କ୍ରିକେଟ ଫିଲ୍ଡରୁ ହେଉଛି । ଟିଜରଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ସମସ୍ତେ ତାପସିଙ୍କୁ ଖୁବ୍ ପ୍ରଶଂସା ବି କରୁଛନ୍ତି । ଅଭିନେତ୍ରୀ ବି ଟିଜରଟିକୁ ସୋସିଆଲ ମିଡିଆରେ ଜବରଦସ୍ତ କ୍ୟାପଶନ ସହ ଶେୟାର କରିଛନ୍ତି । ‘ସାବାସ ମିଠୁ’ର ନିର୍ଦ୍ଦେଶନା ଶ୍ରୀଜିତ ମୁଖାର୍ଜୀ ଦେଇଥିବା ବେଳେ ଏହା ଇଣ୍ଡିଆନ ଓମେନ କ୍ରିକଟର ମିତାଲି ରାଜଙ୍କ ଜୀବନି ଉପରେ ନିର୍ମାଣ କରାଯାଇଛି । ବହୁ ଉତ୍ଥାନ ପତନ ପରେ ବି ମିତାଲି କିଭଳି ହାରି ଯାଇ ନାହାନ୍ତି ତାହା ଏଥିରେ ଦର୍ଶାଯାଇଛି ।

Share