ଶାହାରୁଖଙ୍କ ନାୟିକା ସାଜିବେ ତାପସୀ !

ବମ୍ବେ: ଯାହା ଆଶା କରିଥିଲେ ଶେଷରେ ତାହା ହେବାକୁ ଯାଉଛି। କାହା କ୍ଷେତ୍ରରେ ଭାବୁଛନ୍ତି କି? ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି। ସୁପରଷ୍ଟାର ଶାହରୁଖ ଖାନ୍‌ ତାପସୀଙ୍କ ପ୍ରିୟ କଳାକାର। ଏଣୁ ଅଭିନେତ୍ରୀ ହିସାବରେ ତାଙ୍କ ସହ ଅଭିନୟ କରିବାକୁ ତାପସୀ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ତାହା ହେବାକୁ ଯାଉଛି। ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଚଳଚ୍ଚିତ୍ରରେ ତାପସୀଙ୍କୁ ଶାହାରୁଖଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

ଫିଲ୍ମକୁ ନେଇ ଆଧିକାରୀକ ଭାବେ ଘୋଷଣା ହୋଇ ନ ଥିଲେ ହେଁ ରାଜକୁମାର ହିରାନୀ ଶାହାରୁଖଙ୍କ ସହ ଫିଲ୍ମ କରିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ତାପସୀ ତାଙ୍କ ସହ କାମ କରିବେ ବୋଲି ଶୁଣାଯାଉଛି। ଦୀର୍ଘ ଦିନରୁ ବଡ଼ ପରଦାରୁ ଏକରକମ ଦୂରେଇ ଯାଇଛନ୍ତି ଶାହାରୁଖ। ଏପରିସ୍ଥଳେ ତାପସୀଙ୍କ ସହ ସେ ନଜର ଆସିବା ପ୍ରଶଂସକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଶେଷଥର ପାଇଁ ଶାହାରୁଖ ‘ଜିରୋ’ ଫିଲ୍ମରେ ନଜର ଆସିଥିଲେ। ଏହା ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲା। ଫିଲ୍ମରେ ତାଙ୍କ ବିପକ୍ଷରେ କଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିଥିଲେ। ଅପରପକ୍ଷେ ତାପସୀ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ମହଲରେ ବନାଇଛନ୍ତି ନିଜର ସ୍ବତନ୍ତ୍ର ଛବି। ଏବେ ପରଦାରେ ଉଭୟଙ୍କ ଯୋଡି କିଭଳି ରହିବ ତାହା ଦେଖିବାକୁ ବାକି ରହିଲା।

Share