‘ସାବାସ ମିଥୁ’ ପାଇଁ ପ୍ରସ୍ତୁତ ହେଲେଣି ତାପସି

ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମର ଶୁଟିଂ ପାଇଁ ଟ୍ରେନିଂ ନେବା ଆରମ୍ଭ କରି ସାରିଲେଣି । ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପେଟେ ମିଥାଲି ରାଜଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମ ‘ସାବାସ ମିଥୁ’ରେ ତାପସି ମିଥାଲିଙ୍କ ଚରିତ୍ରରେ ନଜର ଆସିବେ । ଏଥିପାଇଁ ତାପସି ଯେମିତି ଟ୍ରେନିଂ ନେଉଛନ୍ତି ତାହାର କିଛି ଫଟୋ ଏବେ ସେ ସାସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋ ସହ ସେ ଟୁଇଟ୍ କରି ଲେଖିଛନ୍ତି ବ୍ୟାଟ ଆଉ ବଲ ସହ ତାଙ୍କର ପ୍ରେମ ହୋଇଯାଇଛି । ବହୁତ ବାଟ ଯିବାକୁ ଅଛି ହେଲେ ଆରମ୍ଭ ଭଲ ହେବା ଦରକାର । ଏଥିପାଇଁ ତାପସି କୋଚ୍ ନୁସିନ ଅଲ ଖାଦିରଙ୍କ ନିକଟରେ ପ୍ରଶିକ୍ଷଣ ନେଉଛନ୍ତି । ‘ସାବାସ ମିଥୁ’ର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ । ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ ମିଥାଲି ରାଜଙ୍କ ଏହି ବାୟୋପିକକୁ ପ୍ରଯୋଜନା କରୁଛନ୍ତି ଭାୟାକମ୍ ୧୮ଷ୍ଟୁଡିଓ ।

Share